କୋଲକାତା: ଘରୋଇ ଏଟିକେ ଏବଂ ହାଇଦ୍ରାବାଦ ଏଫ୍ସି ମଧ୍ୟରେ ଚଳିତ ଆଇଏସ୍ଏଲ୍ରେ ଶୁକ୍ରବାର ଖେଳାଯାଇଥିବା ମ୍ୟାଚ୍ ଏକତରଫା ରହିଥିଲା । ଏଟିକେ ଏହି ମ୍ୟାଚ୍କୁ ୫-୦ ଗୋଲ୍ରେ ବିଜୟୀ ହୋଇଥିଲା । ଡେଭିଡ୍ ୱିଲିୟମ୍ସ ଓ ଏଡୁ ଗାରସିଆ ଉଭୟ ଡବଲ୍ ଗୋଲ୍ ସ୍କୋର କରି ଦଳ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।
ଖେଳ ଆରମ୍ଭରୁ ୨୪ତମ ମିନିଟ୍ ପର୍ଯ୍ୟନ୍ତ ବେଶ ସଂଘର୍ଷପୂର୍ଣ୍ଣ ହୋଇଥିଲା । ଏହାପର ଠାରୁ ଏଟିକେ ଖେଳାଳି ମ୍ୟାଚକୁ ନିୟନ୍ତ୍ରଣକୁ ନେଇଥିଲେ । ୨୫ତମ ମିନିଟ୍ରେ ଦଳ ଗୋଲ୍ ଖାତା ଖୋଲିଥିଲା । ୱିଲିୟମ୍ସ ଏହି ଗୋଲ୍ଟି ସ୍କୋର କରିଥିଲେ । ପୁଣି ଏହାର ୨ ମିନିଟ୍ ପରେ କ୍ରିଷ୍ଣା ରୟ ଆଉ ଏକ ଚମ+ାର ଗୋଲ୍ ସ୍କୋର କରି ଦଳକୁ ୨-୦ ଗୋଲ୍ରେ ଅଗ୍ରଣୀ କରାଇଥିଲେ । ପ୍ରଥମାର୍ଦ୍ଧ ଖେଳ ଶେଷ ହେବାର ଗୋଟିଏ ମିନିଟ୍ ପୂର୍ବରୁ ଏଟିକେ ତୃତୀୟ ଗୋଲ୍ ସ୍କୋର କରିଥିଲା । ୱିଲିୟମ୍ସଙ୍କ ଏହା ଡବଲ୍ ଗୋଲ୍ ଥିଲା । ଦ୍ୱିତୀୟାର୍ଦ୍ଧ ଖେଳରେ ହାଇଦ୍ରାବାଦ ମ୍ୟାଚ୍କୁ ପ୍ରତ୍ୟାବର୍ତ୍ତନ କରିବାର ପ୍ରୟାସ କରିଥିଲା । ମାତ୍ର ସଫଳ ହୋଇ ପାରି ନଥିଲା । ଘରୋଇ ଡିଫେଣ୍ଡର ହାଇଦ୍ରାବାଦ ଖେଳାଳିଙ୍କ ସବୁ ଉଦ୍ୟମ ବିଫଳ କରି ଦେଇଥିଲେ । ଖେଳର ଶେଷ ମୁହୂର୍ତ୍ତରେ ଏଟିକେ ଜୋରଦାର ଆକ୍ରମଣ କରି ୨ଟି ଗୋଲ୍ ସ୍କୋର କରିଥିଲା । ଏହି ଦୁଇଟି ଗୋଲ୍ ଗାରସିଆ ୮୮ ଓ ୯୦୍ମ୪ ମିନିଟ୍ରେ ସ୍କୋର କରିଥିଲେ । ବହୁ ପ୍ରୟାସ ସତ୍ତେ୍ୱ ବି ଶେଷ ପର୍ଯ୍ୟନ୍ତ ହାଇଦ୍ରାବାଦ ଗୋଲ୍ ଖାତା ଖୋଲି ପାରି ନଥିଲା । ୫-୦ ଗୋଲରେ ଅଗ୍ରଣୀ ରହି ଘରୋଇ ଦଳ ମ୍ୟାଚ୍ ଜିତିବା ସହ ପୂର୍ଣ୍ଣ ପଏଣ୍ଟ ହାସଲ କରିଥିଲା ।
Comments are closed, but trackbacks and pingbacks are open.