ଭୁବନେଶ୍ବର : ବରିଷ୍ଠ ଆଇପିଏସ୍ ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ଯଶବନ୍ତ ଜେଠଓ୍ବା ହେଲେ ଭିଜିଲାନ୍ସ ନିର୍ଦ୍ଦେଶକ । ଦେବାଶିଷ ପାଣିଗ୍ରାହୀଙ୍କ କରୋନାରେ ଆକ୍ରାନ୍ତ ହୋଇ ଦେହାନ୍ତ ପରେ ଖାଲି ପଡିଥିଲା ପଦ । ତାଙ୍କ ପରେ ଯଶବନ୍ତ ଜେଠଓ୍ବା ହୋଇଛନ୍ତି ନୂଆ ଭିଜିଲାନ୍ସ ନିର୍ଦ୍ଦେଶକ । ଏହା ସହିତ ଅସିତ ପାଣିଗ୍ରାହୀଙ୍କୁ ଭିଜିଲାନ୍ସ IG ଦାୟିତ୍ବ ଦିଆଯାଇଛି । ଆଇନ ଶୃଙ୍ଖଳା ADG ହେଲେ ଆର. କେ. ଶର୍ମା ।
ପରିବହନ କମିସନର ଭାବେ ଅରୁଣ ବୋଥ୍ରାଙ୍କୁ ଦାୟିତ୍ବ ଦିଆଯାଇଛି । ସୁଧାଂଶୁ ଷଡଙ୍ଗୀଙ୍କୁ ଗୃହ ବିଭାଗ OSD ଦାୟିତ୍ବ ଦିଆଯାଇଛି । ଇଣ୍ଟେଲିଜେନ୍ସ ବିଭାଗ ନିର୍ଦ୍ଦେଶକ ହେଲେ ଲଳୀତ ଦାସ । ସଞ୍ଜୀବ ପଣ୍ଡା ହେଲେ କ୍ରାଇମବ୍ରାଞ୍ଚ ADG ।
ରିପୋର୍ଟ ବିଶ୍ୱବିଜୟୀ
Comments are closed, but trackbacks and pingbacks are open.