ନୂଆଦିଲ୍ଲୀ: ଚାପଗ୍ରସ୍ତ ସମ୍ପତ୍ତି କ୍ରୟ କରୁଥିବା କମ୍ପାନିଗୁଡ଼ିକ କୌଣସି କାର୍ଯ୍ୟାନୁÂାନର ଶିକାର ହେବେନାହିଁ । ସେମାନଙ୍କୁ ସୁରକ୍ଷିତ ରଖାଯିବ । ଏଥିପାଇଁ ଆଇବିସି (ଇନ୍ସଲ୍ଭେନ୍ସ ଓ ବ୍ୟାଙ୍କ୍ରପ୍ସି କୋଡ୍)ରେ ସଂଶୋଧନ ଆଣିବା ଲାଗି କେନ୍ଦ୍ର ସରକାର ଯୋଜନା କରୁଛନ୍ତି ।
ସରକାରଙ୍କ ଏହି ଯୋଜନା ଦ୍ୱାରା ଦେବାଳିଆ ପ୍ରତିକାର ପ୍ରକ୍ରି୍ରୟା ଆହୁରି ଆକର୍ଷଣୀୟ ହୋଇପାରିବ । ଫଳରେ ବିଡରମାନେ ଚାପଗ୍ରସ୍ତ ସମ୍ପତ୍ତି (ଦେବାଳିଆ କମ୍ପାନିଙ୍କର ଯେଉଁ ସମ୍ପତ୍ତି ଉପରେ ଋଣ ବକେୟା ରହିଛି) କିଣିବା ପାଇଁ ଆଗେଇ ଆସିବେ । ଏହି ସମ୍ପତ୍ତିକୁ ନେଇ ସେମାନଙ୍କ ମନରେ ଆଉ କୌଣସି ପ୍ରକାର ସନେ୍ଦହ ଦେଖାଦେବ ନାହିଁ ।
ଉଲ୍ଲେଖଥାଉ କି ଅନାଦାୟ ଋଣ ବା ଏନ୍ପିଏ ସମସ୍ୟାର ପ୍ରତିକାର ଲାଗି କେନ୍ଦ୍ର ସରକାର ଆଇବିସି ୨୦୧୬ କାର୍ଯ୍ୟକାରୀ କରିଥିଲେ । ଅନାଦାୟ ଋଣ ବୋଝରେ ଉବୁଟୁବୁ ହେଉଥିବା କମ୍ପାନିର ସମ୍ପତ୍ତି ନିଲାମ କରି ଋଣ ପରିଶୋଧ କରିବା କ୍ଷେତ୍ରରେ ଆଇବିସି ବେଶ୍ ସହାୟକ ହେଉଛି । ଏହାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ସରକାର ଏଥିରେ ଏବେ ସଂଶୋଧନ ଆଣିବା ଲାଗି ଯୋଜନା କରୁଛନ୍ତି । ସମ୍ଭବତଃ ସଂସଦର ଚଳିତ ଶୀତ ଅଧିବେଶନରେ ଏହି ସଂଶୋଧନ ଆସିପାରେ ବୋଲି ଆଶା କରାଯାଉଛି ।
ଜଣେ ଅଧିକାରୀ କହିଛନ୍ତି, ଆମେ ଏଭଳି ଏକ ବ୍ୟବସ୍ଥା ଉପରେ କାର୍ଯ୍ୟ କରୁଛୁ, ଯଦ୍ଧ୍ୱାରା ଋଣ ପ୍ରତିକାର ଆବେଦନକାରୀ କୌଣସି ପ୍ରକାର ସମସ୍ୟାର ସମ୍ମୁଖୀନ ହେବେନାହିଁ । ଆବେଦନକାରୀଙ୍କୁ କୌଣସି ଅପରାଧିକ ମାମଲାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ । ଦେବାଳିଆ ମାମଲାର ସମ୍ମୁଖୀନ ହେଉଥିବା କମ୍ପାନି ଆଧାରରେ ବିଡରମାନଙ୍କ ବିରୋଧରେ କାର୍ଯ୍ୟାନୁÂାନ ନିଆଯିବ ନାହିଁ । ଏଥିପାଇଁ ଆଇବିସିରେ ସଂଶୋଧନ ଆଣିବା ଲାଗି ଯୋଜନା କରାଯାଉଛି । ଭୂଷଣ ପାୱାର ଆଣ୍ଡ ଷ୍ଟିଲ୍ ଲିମିଟେଡ୍ (ବିପିଏସ୍ଏଲ୍) ଭଳି ମାମଲାରେ ଯାହା ଘଟିଛି, ତାହାର ପୁନରାବୃତ୍ତି ହେବନାହିଁ ।
ଉଲ୍ଲେଖଯୋଗ୍ୟ, ଗତମାସରେ ପ୍ରବର୍ତ୍ତନ ନିଦେ୍ର୍ଧଶାଳୟ (ଇଡି) ବିପିଏସ୍ଏଲ୍ର ଜମି, କୋଠା. ପ୍ଲାଣ୍ଟ ଓ ବିଭିନ୍ନ ମେସିନ୍ ଉପକରଣ ଜବତ କରିଥିଲା । ଏହାର ମୂଲ୍ୟ ୪,୦୦୦ କୋଟି ଟଙ୍କାରୁ ଅଧିକ ରହିଥିଲା । କମ୍ପାନିର ପୂର୍ବତନ ଅଧ୍ୟକ୍ଷ ଓ ତାଙ୍କ ସହଯୋଗୀଙ୍କ ଦ୍ୱାରା ବେଆଇନ ଭାବେ ପାଣ୍ଠି ହେରଫେର କରାଯାଇଥିବା ଅଭିଯୋଗ ହୋଇଥିଲା । ଜେଏସ୍ଡବ୍ଲୁ୍ୟ ଷ୍ଟିଲ୍ ଏହି କମ୍ପାନି ଅଧିଗ୍ରହଣ କରିବାକୁ ଯାଉଥିଲା ।
ଇଡି ଏହାର ଯୁକ୍ତିରେ କହିଥିଲା କି ଏହା ଅର୍ଥ ଠକେଇ ନିବାରଣ ଆଇନ (ପିଏମ୍ଏଲ୍ଏ) ଆଧାରରେ ବିପିଏସ୍ଏଲ୍ର ସମ୍ପତ୍ତି ଜବତ କରିପାରିବ । କିନ୍ତୁ କର୍ପୋରେଟ୍ ମନ୍ତ୍ରାଳୟ କହିଥିଲା କି ଆଇବିସି ଅଧୀନରେ ମାମଲା ଚାଲିଥିବାରୁ ଏଜେସି ଏହି ପଦକ୍ଷେପ ନେଇପାରିବ ନାହିଁ ।
Comments are closed, but trackbacks and pingbacks are open.