ଆଇସିୟୁରେ ଅଛନ୍ତି, ସୁସ୍ଥ ହେଉଛନ୍ତି ବିଜୟ ମହାନ୍ତି

Get real time updates directly on you device, subscribe now.

ଭୁବନେଶ୍ୱର, (ବି.ବି.ବୁ୍ୟରୋ): ଓଲିଉଡ୍ର ବରିÂ ଅଭିନେତା ବିଜୟ ମହାନ୍ତିଙ୍କ ସ୍ୱାସ୍ଥ୍ୟାବସ୍ଥାରେ କ୍ରମଶଃ ସୁଧାର ଆସୁଛି । ହେଲେ ଏବେ ବି ସେ ଆଇସିୟୁରେ ଅଛନ୍ତି । ତାଙ୍କର ଅକ୍ସିଜେନ ଚାଲୁ ରହିଛି । ଆଜି ଏହି ସୂଚନା ଦେଇଛନ୍ତି ଅଭିନେତ୍ରୀ ଶ୍ରୀତମ ଦାସ । ସେ ଆହୁରି କହିଛନ୍ତି ଯେ, ବିଜୟ ମହାନ୍ତିଙ୍କର ନିଶ୍ୱାସପ୍ରଶ୍ୱାସ ନେବାରେ ସମସ୍ୟା ରହିଛି । ଶୀଘ୍ର ସୁସ୍ଥ ହୋଇ ଘରକୁ ଫେରିବେ ବୋଲି ଆଶା କରୁଛୁ । ବିଜୟ ମହାନ୍ତିଙ୍କ ଦେହ ଖରାପକୁ ନେଇ ସୋସିଆଲ ମିଡିଆରେ ଅପପ୍ରଚାର କରାଯାଉଥିବାରୁ ତାହାକୁ ନିନ୍ଦା କରିଛନ୍ତି ଅଭିନେତ୍ରୀ ଶ୍ରୀତମ ଦାସ । ଜଣଙ୍କ ଦେହ ଖରାପକୁ ନେଇ ଏମିତି ମଜା କରିବା ଅନୁଚିତ ବୋଲି ସେ କହିଛନ୍ତି । ଗତକାଲି ବିଜୟ ମହାନ୍ତିଙ୍କ ଦେହ ଅସୁସ୍ଥ ଥିବା ସମ୍ପର୍କରେ ଶ୍ରୀତମ ପ୍ରଥମେ ଗଣମାଧ୍ୟମକୁ ସୂଚନା ଦେଇଥିଲେ । ପରେ ତାଙ୍କ ପନôୀ ତନ୍ଦ୍ରା ରାୟ ମଧ୍ୟ ସେ ଅସୁସ୍ଥ ଥିବା କଥା କହିଥିଲେ । ସେ କହିଥିଲେ ଯେ, ବିଜୟ ମହାନ୍ତି ମେଡିକାଲ ଚେକ୍ଅପ୍ ପାଇଁ ଯାଇଥିବା ବେଳେ ତାଙ୍କୁ ହୃଦ୍ଘାତ ହୋଇଥିଲା । ତାଙ୍କୁ ଆଇସିୟୁରେ ରଖାଯାଇଛି । ସୂଚନାଯୋଗ୍ୟ, ବିଜୟ ମହନା୍ତି ୧୫୦ରୁ ଅଧିକ ଫିଲ୍ମରେ ଅଭିନୟ କରିଛନ୍ତି । ବିଭିନ୍ନ ପ୍ରକାରର ଚରିତ୍ରରେ ସେ ଅଭିନୟ କରି ଦର୍ଶକଙ୍କ ଦ୍ୱାରା ବେଶ୍ ପ୍ରଶଂସିତ ହୋଇଛନ୍ତି । ସେ ଓଡ଼ିଆ ଚଳଚ୍ଚିତ୍ର କ୍ଷେତ୍ରରେ ପ୍ରଦାନ କରାଯାଉଥିବା ସର୍ବୋଚ୍ଚ ସମ୍ମାନ ଜୟଦେବ ପୁରସ୍କାର ମଧ୍ୟ ପାଇଛନ୍ତି । ୨୦୧୪ରେ ସେ କଂଗ୍ରେସରେ ଯୋଗ ଦେଇ ଭୁବନେଶ୍ୱର ଲୋକସଭା ଆସନରୁ ନିର୍ବାଚନ ଲଢ଼ିଥିଲେ । ତେବେ ହାରି ଯାଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons