ଆଉ ନାହାନ୍ତି ଅଭିନେତ୍ରୀ ବିଦ୍ୟା ସିହ୍ନା

Get real time updates directly on you device, subscribe now.

ମୁମ୍ବାଇ: ବରିଷ୍ଠ ଫିଲ୍ମ ଓ ଟିଭି ଅଭିନେତ୍ରୀ ବିଦ୍ୟା ସିହ୍ନା ଆଉ ନାହାନ୍ତି। ପବିତ୍ର ସ୍ୱାଧୀନତା ଦିବସରେ ୭୧ ବର୍ଷୀୟ ବିଦ୍ୟା ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ‘ପତି, ପତ୍ନୀ ଔର ୱ’ ଏବଂ ‘ଛୋଟିସି ବାତ” ଭଳି ଫିଲ୍ମରେ ବିଦ୍ୟା ଅଭିନୟ କରି ଵିପୁଳ ଲୋକପ୍ରିୟତା ହାସଲ କରିପାରିଥିଲେ।
ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାକୁ ତାଙ୍କୁ କିଛି ଦିନ ତଳେ ମୁମ୍ବାଇର କ୍ରିଟିକେୟାର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି।
ମାତ୍ର ୧୮ ବର୍ଷ ବୟସରେ ବିଦ୍ୟା ଅଭିନୟ ଜଗତରେ ପାଦ ଦେଇଥିଲେ। ସଲମାନ ଖାନ୍‌ଙ୍କ ‘ବଡିଗାର୍ଡ’ ଫିଲ୍ମରେ ଶେଷଥର ପାଇଁ ତାଙ୍କୁ ଅଭିନୟ କରୁଥିବା ଦେଖିବାକୁ ମିଳିଥିଲା।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons