ଭୁବନେଶ୍ୱର: ଆଜି ରାଜ୍ୟରୁ ପୁଣି ୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବ ସାଇଟ୍ରେ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୨ରେ ପହଞ୍ଚିଲା।
ସ୍ୱାସ୍ଥ୍ୟ ବିଭାଗ ୱେବସାଇଟ୍ ମ୍ୟାପ୍ରୁ ଏମାନେ ଭଦ୍ରକ ଜିଲ୍ଲାର ବୋଲି ସୂଚନା ଦିଆଯାଇଛି । ସୋମବାର ଭଦ୍ରକ ଜିଲ୍ଲରୁ ୫ ଜଣ ପଜିଟିଭଙ୍କୁ ଚିହ୍ନଟ କରାଯାଇଥିଲା। ଏହାକୁ ମିଶାଇ ଭଦ୍ରକ ଜିଲ୍ଲାରେ ମୋଟ ଆକ୍ରନ୍ତଙ୍କ ସଂଖ୍ୟା ୧୧ରେ ପହଞ୍ଚିଛି।
ଆଜି ଚିହ୍ନଟ ହୋଇଥିବା ଏହି ୩ ଆକ୍ରାନ୍ତ ବାସୁଦେବପୁର ବ୍ଲକର । ଏ ନେଇ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି। ସମସ୍ତଙ୍କ କୋଲକାତା ଲିଙ୍କ୍ ଥିବା କୁହାଯାଉଛି। ଏହାକୁ ମିଶାଇ କେବଳ ବାସୁଦେବପୁର ଅଞ୍ଚଳରୁ ୬ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ଏମାନେ କାହା କାହା ସଂସ୍ପର୍ଶରେ ଆସିଛନ୍ତି ସେ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ତନାଘନା ଚାଲିଛି।
ସୂଚନା ଥାଉ କି, ଗତକାଲି ୫ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିଲା। ସେମାନେ ସମସ୍ତେ ବାଲେଶ୍ୱର ଜିଲ୍ଲାର ଥିଲେ। ଏହି ଆକ୍ରାନ୍ତମାନଙ୍କର ଟ୍ରାଭେଲ ହିଷ୍ଟ୍ରିରୁ କଲିକତା ଲିଙ୍କ୍ ଥିବା ଜଣପାଡ଼ିଥିଲା। ଏହା ପୂର୍ବରୁ ଅର୍ଥାତ୍ ସୋମବାର ଗୋଟିଏ ଦିନରେ୧୩ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିଲା। ସେଥିମଧ୍ୟରୁ ୫ ଜଣ ଭଦ୍ରକର, ୨ ଜଣ ବାଲେଶ୍ୱରର, ୫ଜଣ ଯାଜପୁରର ଏବଂ ଜଣେ ସୁନ୍ଦରଗଡରୁ ଚିହ୍ନଟ ହୋଇଥିଲେ। ଏମାନଙ୍କ ମଧ୍ୟରୁ ଜଣେ ବାଲେଶ୍ୱରର ୨ ବର୍ଷର ଶିଶୁ କନ୍ୟା ଥିଲେ।
ଆଜିର ସଂଖ୍ୟାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୫୧ କରୋନା ଆକ୍ଟିଭ କେସ୍ ଥିବାବେଳେ ୩୦ ଜଣ ସୁସ୍ଥ ହୋଇ ଫେରିଛନ୍ତି, ଜଣଙ୍କର ମୃତ୍ୟୁ ଘଟିଛି।
Comments are closed, but trackbacks and pingbacks are open.