ଭୁବନେଶ୍ୱର,(ବି.ବି.ବୁ୍ୟରୋ): ରାଜ୍ୟରେ ଆଉ ୭୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏହା ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫୧୭ ରେ ପହଞ୍ଚିଛି । ସେମାନଙ୍କ ମଧ୍ରରୁ ୬୪୯ ଜଣ ସୁସ୍ଥ ହୋଇସାରିଥିବା ବେଳେ ୭ ଜଣଙ୍କ ମୃତୁ୍ୟ ଘଟିଛି । ବାକି ୮୬୧ ଜଣ ଚିକିତ୍ସାଧୀନ ଅଛନ୍ତି । ୭୯ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ସୋନପୁରର ଅଛନ୍ତି । ଏହା ସହିତ ସୋନପୁର ଜିଲ୍ଲାକୁ କରୋନା ଛୁଇଁଛି । ଏହା ସହିତ ରାଜ୍ୟର ୨୯ ଟି ଜିଲ୍ଲାରେ କରୋନା ଭୂତାଣୁ ପ୍ରବେଶ କରିଛି । ଏହି ୭୯ ଜଣଙ୍କ ମଧ୍ୟରୁ ୭୧ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଥିଲେ । ୮ ଜଣ ସ୍ଥାନୀୟ ଅଞ୍ଚଳର । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କଟକରୁ ସର୍ବାଧିକ ୧୬ ଜଣ ଅଛନ୍ତି । ସେହିପରି ବଲାଙ୍ଗିରରୁ ୧୪ ଜଣ, କେନ୍ଦୁଝରରୁ ୮ , କନ୍ଧମାଳରୁ ୭, କେନ୍ଦ୍ରାପଡ଼ାରୁ ୬, ଗଞ୍ଜାମରୁ ୫, ନୟାଗଡ଼ ଓ ଢେ଼ଙ୍କାନାଳରୁ ୩ ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ବାଲେଶ୍ୱର, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରୁ ୪ ଜଣ ଲେଖାଏଁ ଚିହ୍ନଟ ହୋଇଥିବା ବେଳେ ଯାଜପୁରରୁ ୨, ଅନୁଗୁଳ ଓ ଝାରସୁଗୁଡ଼ାରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି । କଟକ ଜିଲ୍ଲାରେନୂଆ ୧୬ ଚିହ୍ନଟ ହେବା ପରେ ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୭୫ ରେ ପହଞ୍ଚି ଯାଇଛି । ସେମାନଙ୍କ ମଧ୍ୟରୁ ମାତ୍ର ୩ ଜଣ ସୁସ୍ଥ ହୋଇଛନ୍ତି । ବଲାଙ୍ଗିରିରେ ୧୪ ଜଣ ଚିହ୍ନଟ ହେବା ପରେମୋଟ ସଂଖ୍ୟା ୩୮ ରେ ପହଞ୍ଚôଛି । ସେମାନଙ୍କ ମଧ୍ୟରୁ ମାତ୍ର ୨ ଜଣ ସୁସ୍ଥ ହୋଛନ୍ତି । କେନ୍ଦୁଝରରେମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୦ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪ଜଣ ସୁସ୍ଥ ହୋଇଛି । କନ୍ଧମାଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩କୁ ବୃଦ୍ଧି ପାଇଛି । ନୂଆ ଆକ୍ରାନ୍ତଙ୍କ ସହିତ କେନ୍ଦ୍ରାପଡ଼ା, ଗଞ୍ଜାମ, ନୟାଗଡ଼ ଓ ଢେ଼ଙ୍କାନାଳରେମୋଟ କରୋନା ରୋଗୀଙ୍କ ସଂଖ୍ୟା ୬୧ରେ ପହଞ୍ଚିଛି । ବାଲେଶ୍ୱର, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରୁ ୪ ଜଣ ଲେଖାଏଁ ଚିହ୍ନଟ ହୋଇଥିବା ବେଳେ ଏଠାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଯଥାକ୍ରମେ ୧୩୭ ରେ ପହଞ୍ଚିଛି । ୨ନୂଆ ଆକ୍ରାନ୍ତ ସହିତ ଯାଜପୁର ଜିଲ୍ଲାରେ ମୋଟ ସଂଖ୍ୟା ୨୪୨ ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ ୧୦୩ ଜଣ ସୁସ୍ଥ ହୋଇସାରିଛନ୍ତି । ଅନୁଗୁଳ ସ ଝାରସୁଗୁଡ଼ାରେ ଜଣେ ଲେଖାଏଁ ଚିହ୍ନଟ ହୋଇଥିବା ବେଳେମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଯଥାକ୍ରମେ ୨୫ ଓ ୬ରେ ପହଞ୍ଚିଛି ।
Comments are closed, but trackbacks and pingbacks are open.