ଭୁବନେଶ୍ୱର, (ବି.ବି.ବୁ୍ୟରୋ): ‘ବୁଲ୍ବୁଲ୍’ କ୍ଷତି ଭରଣା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ସହାୟତା ପ୍ୟାକେଜ୍ । ହେଲିକପ୍ଟର ଯୋଗେ ଆକାଶ ମାର୍ଗରୁ ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖିବା ପରେ ତୁରନ୍ତ ସ୍ଥିତି ସମୀକ୍ଷା କରି ସହାୟତା ପ୍ୟାକେଜ୍ ଘୋଷଣା କରିଛନ୍ତି ନବୀନ । ଆସନ୍ତା ୧୮ ତାରିଖ ସୁଦ୍ଧା କ୍ଷୟକ୍ଷତି ରିପୋର୍ଟ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କୁ ଦେବା ପାଇଁ ଜିଲ୍ଲାପାଳମାନଙ୍କୁ ନିଦେ୍ର୍ଧଶ ଦେଇଛନ୍ତି । ଆସନ୍ତା ୨୪ ତାରିଖ ସୁଦ୍ଧା କ୍ଷତିଗ୍ରସ୍ତଙ୍କୁ ସହାୟତା ବଣ୍ଟନ ପାଇଁ ନିଦେ୍ର୍ଧଶ ଜାରି କରିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ବାତ୍ୟା କ୍ଷୟକ୍ଷତି ଅନୁଧ୍ୟାନ ପାଇଁ ଆସନ୍ତା ୧୪ ତାରିଖରେ କେନ୍ଦ୍ରୀୟ ଟିମ୍ ଓଡ଼ିଶା ଗସ୍ତରେ ଆସିବେ ।
ଦିଲ୍ଲୀ ଗସ୍ତରୁ ଫେରିବା ପରେ ସୋମବାର ଆକାଶ ମାର୍ଗରୁ ବାତ୍ୟା ‘ବୁଲ୍ବୁଲ୍’ କ୍ଷତିଗ୍ରସ୍ତ ଅଞ୍ଚଳ ଅନୁଧ୍ୟାନ କରିବାକୁ ଯାଇଥିଲେ ମୁଖ୍ୟମନ୍ତ୍ରୀ । ଆକାଶ ମାର୍ଗରୁ କ୍ଷତିଗ୍ରସ୍ତ ଅଞ୍ଚଳ ଦେଖିବା ପରେ କ୍ଷୟକ୍ଷତି ନେଇ ସମୀକ୍ଷା କରିଥିଲେ । ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ କ୍ଷତିଗ୍ରସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହ ଆଲୋଚନା କରିଥିଲେ । ଏହି ବୈଠକରେ ମୁଖ୍ୟମନ୍ତ୍ରୀ ବୁଲ୍ବୁଲ୍ କ୍ଷତିଗ୍ରସ୍ତଙ୍କ ପାଇଁ ପ୍ୟାକେଜ୍ ଘୋଷଣା କରିଛନ୍ତି । ପ୍ୟାକେଜ୍ ଅନୁଯାୟୀ ଅଣଜଳସେଚିତ ଜମିର ୩୩ଧରୁ ବା ତା’ଠାରୁ ଅଧିକ ଫସଲ କ୍ଷତି ହୋଇଥିଲେ, କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ହେକ୍ଟର ପିଛା ୬୮୦୦ ଟଙ୍କା ଇନ୍ପୁଟ୍ ସବ୍ସିଡି ଦିଆଯିବ । ଜଳସେଚିତ ଜମିରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ହେକ୍ଟର ପିଛା ୧୩ ହଜାର ୫ଶହ ଟଙ୍କା ସହାୟତା ମିଳିବ । ସବୁଦିନିଆ ଫସଲ ପାଇଁ ହେକ୍ଟର ପିଛା ୧୮ ହଜାର ଟଙ୍କା ପ୍ରଦାନ କରାଯିବ । କୌଣସି କ୍ଷେତ୍ରରେ ସବୁଦିନିଆ ଫସଲ ପାଇଁ ଇନ୍ପୁଟ୍ ସବ୍ସିଡି ପରିମାଣ ୨ ହଜାର ଟଙ୍କାରୁ କମ୍ ଓ ଅନ୍ୟାନ୍ୟ ଫସଲ କ୍ଷେତ୍ରରେ ୧ ହଜାର ଟଙ୍କାରୁ କମ୍ ହେବ ନାହିଁ । ରବି ଫସଲ ୨୦୧୯-୨୦ ପାଇଁ କ୍ଷତିଗ୍ରସ୍ତ ଚାଷୀଙ୍କୁ ଡାଲି ଓ ତୈଳ ଜାତୀୟ ଫସଲ ପାଇଁ ୫୦ ହଜାର ବିହନ ମିନି କିଟ୍ ପ୍ରଦାନ କରାଯିବ । କ୍ଷତିଗ୍ରସ୍ତ ଜିଲ୍ଲାରେ ୪୫ ହଜାର ଏକର ଜମିରେ ଡେମୋନେଷ୍ଟେ୍ରସନ କାର୍ଯ୍ୟକ୍ରମ ହେବ । କ୍ଷତିଗ୍ରସ୍ତ ଚାଷୀଙ୍କୁ ୫୦ଧ ରିହାତିରେ ୩୦୦ ସ୍ପେ୍ରୟର ଦିଆଯିବ । ରବି ଫସଲ ପାଇଁ ଚଳିତ ଆର୍ଥିକ ବର୍ଷରେ ୧୦ ହଜାର ପରିବା ମିନି କିଟ୍ ପ୍ରଦାନ କରାଯିବ । ପ୍ରତ୍ୟେକ ଚାଷୀଙ୍କୁ ୩୦ ୟୁନିଟ୍ ପର୍ଯ୍ୟନ୍ତ ପାନବରଜର ପୁନରୁଦ୍ଧାର ପାଇଁ ୧୫ ହଜାର ଟଙ୍କା ଦିଆଯିବ । ୫୦ ୟୁନିଟ୍ ପର୍ଯ୍ୟନ୍ତ କ୍ଷତି ପାଇଁ ଛତୁ ଚାଷୀଙ୍କୁ ୪୦ ହଜାର ଟଙ୍କା ମିଳିବ । ରବି ଫସଲ ପାଇଁ ଚାଷୀଙ୍କୁ ତୁରନ୍ତ ବିହନ ଓ ଅନ୍ୟ କୃଷି ସାମଗ୍ରୀ ଦିଆଯିବ । ଫସଲ ବୀମା ଯୋଜନାର ସୁବିଧା ଚାଷୀଙ୍କୁ ଶୀଘ୍ର ଦେବା ପାଇଁ ଫସଲ କଟା ପରୀକ୍ଷଣ କରାଯାଇ ବୀମା ପରିମାଣ ଚୂଡ଼ାନ୍ତ ହେବ । ୩୩ଧ ବା ତା’ଠାରୁ ଅଧିକ କ୍ଷତି ସହିଥିବା ଚାଷୀଙ୍କୁ ଏଥର ରବି ପାଇଁ ଦିଆଯାଇଥିବା ସ୍ୱଳ୍ପ ମିଆଦୀ ଋଣକୁ ମଧ୍ୟମ ମିଆଦୀ ଋଣରେ ପରିଣତ କରାଯିବ । ମାଛ ଚାଷୀଙ୍କ ପାଇଁ ହେକ୍ଟର ପିଛା ୧୨ ହଜାର ୨ଶହ ଟଙ୍କା ଓ ଇନ୍ପୁଟ୍ ସବ୍ସିଡି ଭାବେ ହେକ୍ଟର ପିଛା ୮୨୦୦ ଟଙ୍କା ସହାୟତା ଦେବା ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।
ସେହିପରି କ୍ଷୀର ଦେଉଥିବା ଗାଈ, ମଇଁଷି ପାଇଁ ସହାୟତା ବାବଦକୁ ଗୋଟିଏ ପ୍ରାଣୀ ପିଛା ୩୦ ହଜାର ଟଙ୍କା ଓ କ୍ଷୀର ଦେଉନଥିବା ଗାଈ, ମଇଁଷି ବାବଦକୁ ୨୫ ହଜାର ଟଙ୍କା ଲେଖାଏଁ (୩ଟି ପ୍ରାଣୀ ପିଛା), ବାଛୁରୀ ପାଇଁ ୧୬ ହଜାର ଟଙ୍କା (୬ଟା ପ୍ରାଣୀ ପର୍ଯ୍ୟନ୍ତ) ଦିଆଯିବ । ଛେଳି-ମେଣ୍ଢା ପାଇଁ ୩ ହଜାର ଟଙ୍କା (୩୦ଟି ପ୍ରାଣୀ ପର୍ଯ୍ୟନ୍ତ), କୁକୁଡ଼ା ପାଇଁ ମୁଣ୍ଡ ପିଛା ୫୦ ଟଙ୍କା (ସର୍ବାଧିକ ୫ ହଜାର ଟଙ୍କା) ଦେବାକୁ ଘୋଷଣା କରାଯାଇଛି ।
ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଜିଲ୍ଲାପାଳଙ୍କ ସହ ମୁଖ୍ୟମନ୍ତ୍ରୀ ସ୍ଥିତି ବାବଦରେ ଆଲୋଚନା କରିଛନ୍ତି । କ୍ଷୟକ୍ଷତି ଆକଳନ ଓ ସହାୟତା ବଣ୍ଟନ ପ୍ରକ୍ରିୟାରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ଅବଲମ୍ବନ କରିବାକୁ ଗୁରୁତ୍ୱ ଦେଇଛନ୍ତି । ସମସ୍ତ ବିବରଣୀ ପଞ୍ଚାୟତ କାର୍ଯ୍ୟାଳୟରେ ପ୍ରଦର୍ଶନ କରିବା ଓ ସହାୟତା ରାଶି କ୍ଷତିଗ୍ରସ୍ତଙ୍କ ବ୍ୟାଙ୍କ ଆକାଉଣ୍ଟଙ୍କୁ ସିଧାସଳଖ ପ୍ରଦାନ କରିବାକୁ ନିଦେ୍ର୍ଧଶ ଦିଆଯାଇଛି । ଜିଲ୍ଲା ପ୍ରଶାସନ ୱେବସାଇଟରେ ଯେପରି ସମସ୍ତ ତଥ୍ୟ ଉପଲବ୍ଧ ହେବ, ସେ ଦିଗରେ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ନିଦେ୍ର୍ଧଶ ଦେଇଚନ୍ତି ।
ବୁଲ୍ବୁଲ୍ ବାତ୍ୟାରେ ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର ଓ ମୟୂରଭଞ୍ଜ ସମେତ ୬ଟି ଜିଲ୍ଲାର ସରକାରୀ ଏବଂ ଘରୋଇ ସମ୍ପତ୍ତିର ବ୍ୟାପକ କ୍ଷତି ହୋଇଛି । ଘର, ଫସଲର କ୍ଷତି ହେବା ସହ ଲୋକଙ୍କ ଜୀବିକା କ୍ଷତିଗ୍ରସ୍ତ ହୋଇଛି । ଅନେକ ସ୍ଥାନରେ ବିଦୁ୍ୟତ୍ ଭିତ୍ତିଭୂମି କ୍ଷତିଗ୍ରସ୍ତ ହୋଇଛି । ତେବେ ଆଗାମୀ ୨ ଦିନ ଭିତରେ ଭିତ୍ତିଭୂମିର ପୁନରୁଦ୍ଧାର ସହ ବିଜୁଳି ସଂଯୋଗ ନ ଆସିବା ପର୍ଯ୍ୟନ୍ତ ଜେନେରେଟର ବ୍ୟବହାର କରି ଜଳ ଯୋଗାଣ ଚାଲୁ ରଖିବାକୁ ନିଦେ୍ର୍ଧଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଆବଶ୍ୟକ ସ୍ଥଳେ ପାଣି ଟ୍ୟାଙ୍କର ଯୋଗେ ପାଣି ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀ ନିଦେ୍ର୍ଧଶ ଦେଇଛନ୍ତି । ବାତ୍ୟା ସମୟରେ ଓଡ୍ରାଫ, ଅଗ୍ନିଶମ ବାହିନୀର ଉଦ୍ଧାର କାର୍ଯ୍ୟ ନେଇ ମୁଖ୍ୟମନ୍ତ୍ରୀ ଉଚ୍ଚପ୍ରଶଂସା କରିଛନ୍ତି । ଏହି ବୈଠକରେ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ, ଉନ୍ନୟନ କମିଶନର ସୁରେଶ ମହାପାତ୍ର, ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ ।
Comments are closed, but trackbacks and pingbacks are open.