ଆଗ୍ରା ନା ଅଗ୍ରବନ:ୟୁପି ବିଶ୍ୱବିଦ୍ୟାଳୟ ଉପରେ ପ୍ରମାଣ ଖୋଜିବାର ଦାୟିତ୍ୱ

Get real time updates directly on you device, subscribe now.

ଲକ୍ଷେ୍ନø: ୟୁପିର ଏକ ପ୍ରମୁଖ ସହର ହେଉଛି ଆଗ୍ରା । ହେଲେ ଏବେ ଏହାର ନାମକୁ ନେଇ ବିବାଦ ଉପୁଜିଛି । କୁହାଯାଉଛି କି ରାଜ୍ୟ ସରକାର ଏହାର ନାମ ବଦଳାଇବାକୁ ଚାହୁଁଛନ୍ତି । ତେଣୁ ଏହି ସହରର ପୁରାତନ ନାମ କ’ଣ ଥିଲା, ତାହା ଜାଣିବା ପାଇଁ ଉଦ୍ୟମ ଆରମ୍ଭ କରାଯାଇଛି । ଆଗ୍ରା ଜିଲା ପ୍ରଶାସନ ତରଫରୁ ଏଥିପାଇଁ ଜିଲା ସ୍ଥିତ ଡକ୍ଟର ଭୀମରାଓ ଆମ୍ବେଦକର ୟୁନିଭରସିଟି ଉପରେ ଏ ସମ୍ପର୍କିତ ପ୍ରମାଣ ଖୋଜିବା ପାଇଁ ଦାୟିତ୍ୱ ନ୍ୟସ୍ତ କରାଯାଇଛି । ବିଶ୍ୱବିଦ୍ୟାଳୟ ତରଫରୁ ଏହାପରେ ଇତିହାସ ବିଭାଗକୁ ଏହି ଦାୟିତ୍ୱ ଦିଆଯାଇଛି । ବିଶ୍ୱବିଦ୍ୟାଳୟର ଇତିହାସ ବିଭାଗର ପ୍ରଫେସରମାନେ ଏବେ ଏଥିପାଇଁ ଅନେକ ପୁରାତନ ପୁସ୍ତକ ଓ ଗ୍ରନ୍ଥର ଅଧ୍ୟୟନ କରୁଛନ୍ତି । ତା’ଛଡା ସେମାନେ ଏନେଇ ଅନ୍ୟ ବ୍ୟକ୍ତିବିଶେଷ ଏବଂ ଗବେଷକମାନଙ୍କ ସହାୟତା ବି ଲୋଡୁଛନ୍ତି ।
କୁହାଯାଉଛି କି ମହାଭାରତରେ ଅଗ୍ରବନ( ବନ ଅଥବା ଜଙ୍ଗଲର ସମ୍ମୁଖ ଭାଗ) ନାମରେ ଏକ ସହର ଥିଲା ବୋଲି ଉଲ୍ଲେଖ କରାଯାଇଛି । ଏହା ହେଉଛି ବର୍ତ୍ତମାନର ଆଗ୍ରା ସହରର ପୁରାତନ ନାମ । କିନ୍ତୁ ମହାଭାରତ ସମୟ ପରେ ୧୪୫୭ ମସିହାରେ ରାଜା ବାଦଲ ସିଂଙ୍କ ଶାସନ କାଳର କେତେକ ଗ୍ରନ୍ଥରେ ଆଗ୍ରା ସହର ସମ୍ପର୍କରେ ଉଲ୍ଲେଖ କରାଯାଇଛି । ଆଉ କେତେକ ଦାବି କରନ୍ତି ଯେ ଆଫଗାନ ଶାସକ ସିକନ୍ଦର ଲୋଧି ୧୫୦୪ ମସିହାରେ ଆଗ୍ରା ସହର ସ୍ଥାପନ କରିଥିଲେ । ତେବେ ମହାଭାରତ ସମୟ ଏବଂ ରାଜା ବାଦଲ ସିଂଙ୍କ ଶାସନ କାଳର ମଧ୍ୟବର୍ତ୍ତୀ ସମୟରେ ଆଗ୍ରା ସହରର ନାମ କ’ଣ ଥିଲା ସେସମ୍ପର୍କରେ ବିଶେଷ ତଥ୍ୟ ମିଳିପାରୁନାହିଁ । ତେଣୁ ଇତିହାସକାରମାନେ ଏବେ ଏହି ତଥ୍ୟ ପାଇବାକୁ ପ୍ରୟାସ କରୁଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons