ନୂଆଦିଲ୍ଲୀ:ଭାରତୀୟ ରେଳ କ୍ୟାଟରିଂ ଏବଂ ପର୍ଯ୍ୟଟନ ନିଗମ(ଆଇଆର୍ସିଟିସି) ଜରିଆରେ ଇ-ଟିକେଟ୍ କିଣିବା ଏବେ ମହଙ୍ଗା ହେବ ।
ଏକ ନିଦେ୍ର୍ଧଶକ୍ରମେ ଭାରତୀୟ ରେଳପଥ ସେପ୍ଟେମ୍ବର ୧ରୁ ଇ-ଟିକେଟ୍ରେ ପୁଣିଥରେ ସେବା ଶୁଳ୍କ ଅସୁଲ କରିବା ପାଇଁ ନିଷ୍ପତ୍ତି ନେଇଛି । ଆଇଆର୍ସିଟିସି ପକ୍ଷରୁ ଅଗଷ୍ଟ ୩୦ରେ ଜାରି ନିଦେ୍ର୍ଧଶ ଅନୁସାରେ ଏବେ ଯାତ୍ରୀଙ୍କୁ ଅନ୍ଲାଇନ୍ରେ ଅଣ-ଏସି ଟିକେଟ୍ ଉପରେ ୧୫ ଟଙ୍କା ଏବଂ ପ୍ରଥମ ଶ୍ରେଣୀ ସହ ସମସ୍ତ ଏସି ଟିକେଟ୍ ଉପରେ ୩୦ ଟଙ୍କାର ସେବା ଦେୟ ଦେବାକୁ ହେବ । ଦ୍ରବ୍ୟ ଏବଂ ସେବା କର(ଜିଏସ୍ଟି) ଏଥିରୁ ପୃଥକ ରହିବ ।
ସୂଚନାଯୋଗ୍ୟ, ୩ ବର୍ଷ ପୂର୍ବେ ବିଜେପିର ନେତୃତ୍ୱ ନେଉଥିବା ନରେନ୍ଦ୍ର ମୋଦି ସରକାର ଡିଜିଟାଲ କାରବାରକୁ ତ୍ୱରାନ୍ୱିତ କରିବା ପାଇଁ ଅନ୍ଲାଇନ୍ ରେଳ ଟିକେଟ୍ ବୁକିଂରେ ସେବା ଶୁଳ୍କ ହଟାଇ ଦେଇଥିଲେ । ପୂର୍ବରୁ ଆଇଆର୍ସିଟିସି ଅଣ-ଏସି ଶ୍ରେଣୀ ଇ-ଟିକେଟ୍ରେ ୨୦ ଟଙ୍କା ଏବଂ ସମସ୍ତ ଏସି ବର୍ଗର ଇ-ଟିକେଟ୍ ଉପରେ ୪୦ ଟଙ୍କାର ସେବା ଶୁଳ୍କ ଅସୁଲ କରୁଥିଲା । ଶୁଳ୍କ ପ୍ରତ୍ୟାହାର ପରେ ଆଇଆର୍ସିଟିସିକୁ ଅନେକ ମାତ୍ରାରେ ରାଜସ୍ୱ ହରାଇବାକୁ ପଡିଥିବା ଜଣାଯାଇଛି । ସେବା ଶୁଳ୍କ ହଟାଯିବା ପରେ ୨୦୧୬-୧୭ରେ ଆଇଆର୍ସିଟିସିରେ ଇ-ଟିକେଟ୍ ରାଜସ୍ୱରେ ୨୬ଧ ହ୍ରାସ ଘଟିଛି ।


Comments are closed, but trackbacks and pingbacks are open.