ପୁରୀ,(ବି.ବି.ନୁ୍ୟଜ୍): ତିନି ଦିନ ହେଲାଣି ପୁରୀରେ ରଥ କାମ ଆରମ୍ଭ ହୋଇଛି । ତେବେ ରଥ କାମରେ ନିୟୋଜିତ ଥିବା ସେବାୟତମାନେ ରବିବାରଠାରୁ କ୍ୱାରେଣ୍ଟାଇନ୍ରେ ରହିବେ ବୋଲି କହିଛନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ ଜେନା । ସେ କହିଛନ୍ତି, ସେବାୟତଙ୍କୁ କ୍ୱାରେଣ୍ଟାଇନ୍ରେ ରଖିବା ପାଇଁ ୩ଟି ଭ୍କତ ନିବାସର ବ୍ୟବସ୍ଥା କରାଯାଇଛି । ଏଯାବତ୍ ୧୪୦ ଜଣ ସେବାୟତଙ୍କ ଥର୍ମାଲ ସ୍କାନିଂ କରାଯାଇଛି । ଲକ୍ଷଣ ଦେଖାଦେଲେ ସେବାୟତଙ୍କ କରୋନା ପରୀକ୍ଷା କରିବାକୁ ନିଷ୍ପତ୍ତି ନିଆଯାଇଛି । ଅନ୍ୟପକ୍ଷରେ ରବିବାର ତୃତୀୟ ଦିନରେ ରଥ ନିର୍ମାଣ କାମ ପହଞ୍ଚି ଥିବା ବେଳେ ବିଶ୍ୱକର୍ମା ସେବାୟତମାନେ ଏବେ ତୁମ୍ବ ତିଆରି କାର୍ଯ୍ୟରେ ଲାଗିଛନ୍ତି । ସେହିପରି କଣଗୁଜରେ ଖୋଦେଇ କାମରେ ବ୍ୟସ୍ତ ଅଛନ୍ତି ରୂପକାର ସେବାୟତ । ପୁଣି ପଦାରୀ ବଳା ନିର୍ମାଣରେ ଲାଗିଛନ୍ତି କମାର ସେବକ । ୧୫ ତାରିଖ ସୁଦ୍ଧା ଦୁଇ ଦୁଇଟି ଚକ ଅଖ ସଂଯୋଗ କାମ କିଭଳି ହେବ, ସେନେଇ ଜୋରସୋରରେ ଆଗେଇ ଚାଲିଛି କାମ ।


Comments are closed, but trackbacks and pingbacks are open.