ଆଜିଠୁ ଗର୍ଭଗୃହ ଯାଞ୍ଚ କରିବ ଏସ୍ଆଇ ଟିମ୍

Get real time updates directly on you device, subscribe now.

ପୁରୀ : ଶ୍ରୀଗୁଣ୍ଡିଚା ଯାତ୍ରାରେ ବାହାରିଛନ୍ତି ମହାପ୍ରଭୁ । ଏହାପରେ ଶ୍ରୀମନ୍ଦିରରେ ଆଜିଠୁ ଆରମ୍ଭ ହେବ ଏଏସଆଇର ଗର୍ଭଗୃହ ଯାଞ୍ଚ । ଏଥିପାଇଁ ଭାରାବନ୍ଧା ଚାଲିଛି । ଏଏସଆଇର ଵୈଷୟିକ କମିଟି ଦ୍ୱାରା ଗର୍ଭଗୃହ, ଜଗମୋହନ, ନାଟମଣ୍ଡପ ଅନୁଧ୍ୟାନ କରାଯାଇ ମରାମତି ଓ ସଂରକ୍ଷଣ କାର୍ୟ୍ୟ କରାଯିବ।
ସେହିପରି ଲେଜର ସ୍କାନିଂ ପାଇଁ ଶ୍ରୀମନ୍ଦିର ପ୍ରଶାସନ ଦେଇଛି ଅନୁମତି। କିନ୍ତୁ ଗର୍ଭଗୃହର ଲେଜର ସ୍କାନିଂ ପାଇଁ ଅନୁମତି ଦିଆଯାଇନାହିଁ । କେବଳ ଜଗମୋହନ, ନାଟମଣ୍ଡପ ଓ ଭୋଗମଣ୍ଡପର ଲେଜର ସ୍କାନିଂ କରାଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ଲେଜର ସ୍କାନିଂ ପାଇଁ ସେବାୟତ ମାନଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି। ରୂପାଦ୍ୱାର ଗୋଟିଏ ପରେ ଗୋଟିଏ କରାଯିବ। ଏଥିପାଇଁ ସେବାୟତ ମାନଙ୍କ ସହଯୋଗରେ ଏହି କାର୍ୟ୍ୟ କରାଯିବ।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons