ମୁମ୍ବାଇ: ମହାରାଷ୍ଟ୍ରରେ ଗୁରୁବାରଠୁ ଠାକରେ ରାଜ୍ ଆରମ୍ଭ ହେବାକୁ ଯାଉଛି । ମୁଖ୍ୟମନ୍ତ୍ରୀ ଭାବେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଶପଥ ନେବେ । ଏଥିପାଇଁ ମୁମ୍ବାଇର ଶିବାଜୀ ପାର୍କ ସଜେଇ ହୋଇଛି । ପାର୍କରେ ୭୦,୦୦୦ ଚୌକିର ବନେ୍ଦାବସ୍ତ କରାଯାଇଛି । ଗୁରୁବାର ସନ୍ଧ୍ୟା ୬ଟା ୪୦ରେ ଶପଥ ସମାରୋହ ଅନୁÂିତ ହେବ । ସ୍ୱତନ୍ତ୍ର ଅତିଥି ଭାବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ପ୍ରମୁଖ ଯୋଗଦେବେ । ଶିବସେନା-ଏନ୍ସିପି-କଂଗ୍ରେସ ଇତିମଧ୍ୟରେ ୧୬-୧୫-୧୩ କ୍ୟାବିନେଟ୍ ଫର୍ମୁଲା ଆପଣାଇଛନ୍ତି ।
ସେପଟେ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନରେ ନିର୍ବାଚିତ ବିଧାୟକମାନେ ଆଜି ଶପଥ ଗ୍ରହଣ କରିଛନ୍ତି । କାମଚଳା ବାଚସ୍ପତି କାଳିଦାସ କୋଲମ୍ବକର ସମସ୍ତଙ୍କର ଶପଥପାଠ କରାଇଛନ୍ତି । ଅଜିତ୍ ପାୱାର, ଛଗନ ଭୁଜବଳ, ଅଶୋକ ଚୌହାନ ଏବଂ ପୃଥ୍ୱୀରାଜ୍ ଚୌହାନ୍ଙ୍କ ଭଳି ବରିÂ ବିଧାୟକ ପ୍ରଥମେ ଶପଥ ଗ୍ରହଣ କରିଥିଲେ । ବରିÂତା ଭିତ୍ତିରେ ଶପଥ ପାଠ କରାଯାଇଛି । ସରକାର ଗଠନକୁ ନେଇ ରାଜ୍ୟରେ ମାସାଧିକ କାଳ ଧରି ବିବାଦଲାଗିରହିବାରୁ ବିଧାୟକମାନେ ଶପଥ ନେଇପାରି ନଥିଲେ । ଏବେ ରାଜ୍ୟ ରାଜନୀତି ସ୍ୱାଭାବିକ ହୋଇଛି ।
ଏକ ବିରଳ ଘଟଣାକ୍ରମେ ସରକାର ଗଠନ ହେବା ପୂର୍ବରୁ ବିଧାୟକମାନେ ଶପଥ ନେଇଛନ୍ତି । ସେହିଭଳି ଗୃହରେ ବିନା ମୁଖ୍ୟମନ୍ତ୍ରୀରେ ଏହି ଉତ୍ସବ ଅନୁÂିତ ହୋଇଯାଇଛି । ମଙ୍ଗଳବାର ରାଜ୍ୟପାଳ ଭଗତ୍ ସିଂହ କୋଶ୍ୟାରି ବିଜେପିର ବରିÂ ବିଧାୟକ କୋଲମ୍ବକରଙ୍କୁ କାମଚଳା ବାଚସ୍ପତି ଭାବେ ନିଯୁକ୍ତି ଦେଇଥିଲେ । ବୁଧବାର ହିଁ ରାଜ୍ୟ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଅନୁÂିତ ହେବ ଏବଂ ନିର୍ବାଚିତ ବିଧାୟକ ଶପଥ ନେବେ ବୋଲି ରାଜ୍ୟପାଳ କହିଥିଲେ ।
ବୁଧବାର ସକାଳେ ବିଧାୟକମାନେ ଗୃହମୁହାଁ ହୋଇଥିଲେ । ଗୃହ ଫାଟକ ନିକଟରେ ଏନ୍ସିପି ସୁପ୍ରିମୋ ଶରଦପାୱାରଙ୍କ ଝିଅ ତଥା ଲୋକସଭା ସାଂସଦସୁପି୍ରୟା ସୁଲେଙ୍କୁ ଦେଖିବାକୁ ମିଳିଥିଲା । ଏହି ସମୟରେ ସେ ଭାଇ ଅଜିତ୍ ପାୱାରଙ୍କୁ ଦେଖି ଭାବବିହ୍ୱଳ ହୋଇପଡ଼ିଥିଲେ ଏବଂ ତାଙ୍କୁ ଆଲିଙ୍ଗନ କରିଥିଲେ । ଅଜିତ୍ଙ୍କ ପଛରେ ଆସୁଥିବା ଏନ୍ସିପି ବିଧାୟକ ଦଳ ନେତା ଜୟନ୍ତ ପାଟିଲ ସୁପ୍ରିୟାଙ୍କୁ ଅଭିବାଦନ ଜଣାଇଥିଲେ । ଏହାପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ୍ ପହଞ୍ଚିଥିଲେ । ସୁପ୍ରିୟା ତାଙ୍କୁ ଦେଖି ସ୍ମିତହାସ୍ୟ ଦେବା ପରେ ଫଡନବିସ୍ ଅଟକିଥିଲେ । ଏହି ସମୟରେ ଉଭୟ ପରସ୍ପର ସହ ହାତ ମିଳାଇଥିଲେ ।
ଶପଥ ଗ୍ରହଣ ଉତ୍ସବ ସମ୍ପନ୍ନ ପରେ ଶିବସେନା, ଏନ୍ସିପି ଓ କଂଗ୍ରେସର ବରିÂ ନେତାମାନେ ମନ୍ତ୍ରୀପଦଭାଗବଣ୍ଟା ନେଇ ଏକ ବୈଠକ କରିଥିଲେ । ବୈଠକରେ ୧୬-୧୫-୧୩ ଫର୍ମୁଲା ନେଇ ସହମତି ହୋଇଥିବା ଜଣାପଡ଼ିଛି । ଶିବସେନା ମୁଖ୍ୟମନ୍ତ୍ରୀ ପଦସହିତ ୧୬ଟି ମନ୍ତ୍ରୀପଦନେବାକୁ ଥିବା ବେଳେ ଏନ୍ସିପି ୧୫ ଓ କଂଗ୍ରେସ ୧୩ଟି ପଦବି ପାଇବ ବୋଲି ଜଣାପଡ଼ିଛି । କଂଗ୍ରେସ ବାଚସ୍ପତି ପଦପାଇଁ ପୂର୍ବରୁ ଦାବି କରୁଥିଲା । କିନ୍ତୁ ୧୩ଟି ମନ୍ତ୍ରୀ ପଦ(୯ କ୍ୟାବିନେଟ୍, ୪ ରାଷ୍ଟ୍ରମନ୍ତ୍ରୀ) ବଦଳରେ ଏହା ବାଚସ୍ପତି ପଦନେଇ ନିଜ ଦାବି ପ୍ରତ୍ୟାହାର କରିନେଇଛି ।
କଂଗ୍ରେସର ବିଜୟ ନାମଦେବରାଓ ୱାଡେ଼ତିୱାର, ୟଶୋମତି ଠାକୁର, ନାନା ପଟୋଲେ, ବର୍ଷା ଗାଏକ୍ୱାଡ, ଅମିନ୍ ପଟେଲ, ଅଶୋକ ଚୌହାନ୍, ଅମିତ୍ ଦେଶମୁଖ, ବଣ୍ଟି ପାଟିଲ, ବିଶ୍ୱଜିତ କଦମ ପ୍ରମୁଖ କ୍ୟାବିନେଟ୍ ମନ୍ତ୍ରୀ ହୋଇପାରନ୍ତି ବୋଲି କୁହାଯାଉଛି ।
ମୁଖ୍ୟମନ୍ତ୍ରୀ ଭାବେ ଉଦ୍ଧବ ଠାକରେ ବୁଧବାର ଶପଥ ନେବାକୁ ଯାଉଛନ୍ତି । ସେହିଭଳି ଉପମୁଖ୍ୟମନ୍ତ୍ରୀ ଭାବେ କଂଗ୍ରେସର ବାଲାସାହେବ ଥୋରାଟ ଶପଥ ନେଇପାରନ୍ତି । କୁହାଯାଉଛି ଯେ ଏନ୍ସିପି ନେତା ଅଜିତ୍ଙ୍କ ‘ଘର ୱାପ୍ସି’ ପରେ ତାଙ୍କୁ ନେଇ ଦଳର ଆଭିମୁଖ୍ୟ ସମ୍ପୂର୍ଣ୍ଣ ବଦଳି ଯାଇଛି । ତାଙ୍କୁ ଉପମୁଖ୍ୟମନ୍ତ୍ରୀ କରିବା ପାଇଁ ଏନ୍ସିପିରେ ଦାବି ଉଠୁଛି । ଏମିତି କି ଶିବସେନା ଓ କଂଗ୍ରେସ ମଧ୍ୟ ଅଜିତ୍ଙ୍କୁ ଉପମୁଖ୍ୟମନ୍ତ୍ରୀ କରାଇବା ନେଇ ରାଜି ଥିବା ଜଣାପଡ଼ିଛି । ଅଜିତ୍ଙ୍କୁ ନେଇ ଅନ୍ତିମ ନିଷ୍ପତ୍ତି ଏନ୍ସିପି ମୁଖ୍ୟ ଶରଦପାୱାର ନେବେ ବୋଲି ଉଭୟ ଦଳ ଦର୍ଶାଇଛନ୍ତି ।
ଅନ୍ୟପକ୍ଷରେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଥିବାରୁ ଦଳୀୟ କର୍ମୀ ମହଲରେ ଉତ୍ସାହ ଦେଖିବାକୁ ମିଳିଛି । ଗୁରୁବାର ସନ୍ଧ୍ୟା ୬ଟା ୪୦ରେ ମୁମ୍ବାଇର ଶିବାଜୀ ପାର୍କରେ ଏହି ଶପଥ ସମାରୋହ ଅନୁÂିତ ହେବାକୁ ଯାଉଛି । ଶିବସେନା ଏଥିପାଇଁ ଜୋରଦାର ପ୍ରସ୍ତୁତି ଚଳାଇଛି । ଠାକରେ ପରିବାରରୁ ପ୍ରଥମ ଥର ପାଇଁ ଉଦ୍ଧବ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । ଏହାକୁ ନେଇ ପରିବାର ଏବଂ ଦଳ ମଧ୍ୟରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଛି । ଠାକରେ ପରିବାରରୁ ପ୍ରଥମ ଥର ପାଇଁ ଆଦିତ୍ୟ ଠାକରେ ଏଥର ନିର୍ବାଚନ ଲଢ଼ିଥିଲେ । କୁହାଯାଉଥିଲା ଯେ ଶିବସେନା ଏଥର ମୁଖ୍ୟମନ୍ତ୍ରୀ ଆସନ ହାତେଇବାକୁ ଚାହୁଁଛି । ସେହି କଳ୍ପନା ଆଜି ବାସ୍ତବ ରୂପ ନେଇଛି ।
ଗୁରୁବାରର ଶପଥ ଗ୍ରହଣ ଉତ୍ସବକୁ ଐତିହାସିକ କରିବା ପାଇଁ ସମସ୍ତ ପ୍ରସ୍ତୁତି ହୋଇଛି । ଶିବାଜୀ ପାର୍କରେ ୭୦,୦୦୦ରୁ ଅଧିକ ଚୌକି ବ୍ୟବସ୍ଥା କରାଯାଇଛି । ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ବିରୋଧୀ ଦଳ ନେତାମାନେ ଏହି ସମାରୋହରେ ଯୋଗଦେବେ । ଅତିଥି ତାଲିକା ଶରଦପାୱାର ଚୂଡ଼ାନ୍ତ କରିଥିବା ଜଣାପଡ଼ିଛି । ଅତିଥିଙ୍କ ମଧ୍ୟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍, ଟିଡିପି ସୁପ୍ରିମୋ ଚନ୍ଦ୍ରବାବୁ ନାଇଡୁ, ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ, ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍ ଡି ଦେବେଗୌଡ଼ା ପ୍ରମୁଖ ଅତିଥି ହୋଇପାରନ୍ତି । ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହଙ୍କୁ ନିମନ୍ତ୍ରଣ ପଠାଯିବ ବୋଲି ଶିବସେନା ନେତା ସଞ୍ଜୟ ରାଉତ କହିଛନ୍ତି । କିନ୍ତୁ ଦଳ ପକ୍ଷରୁ କିଛି ସ୍ପଷ୍ଟ କରାଯାଇ ନାହିଁ ।
ଗୁରୁବାର ଉଦ୍ଧବ ଠାକରେଙ୍କ ସହ କିଛି ମନ୍ତ୍ରୀ ମଧ୍ୟ ଶପଥ ଗ୍ରହଣ କରିପାରନ୍ତି । କୁହାଯାଉଛି ଯେ ପାର୍କରେ ୨୦ ଏଲ୍ଇଡି ଲଗାଯିବ । ଫଳରେ ଲୋକମାନେ ପାର୍କ ମଧ୍ୟରେ ପଶିପାରିବେ ନାହିଁ । ପାର୍କ ମଧ୍ୟରେ ଥିବା ଛତ୍ରପତି ମହାରାଜଙ୍କ ପ୍ରତିମୂର୍ତ୍ତିର ଠିକ୍ ସାମ୍ନାରେ ମଞ୍ଚ ପ୍ରସ୍ତୁତ କରାଯାଇଛି । ଶିବସେନା ପ୍ରତିବର୍ଷ ଦଶହରା ଦିନ ଏହି ସ୍ଥାନରେ ବଡ଼ କାର୍ଯ୍ୟକ୍ରମ ଆୟୋଜନ କରିଥାଏ । ଏହି ପରମ୍ପରା ବାଲ୍ ଠାକରେଙ୍କ ସମୟରୁ ଚାଲିଆସୁଛି ।
Comments are closed, but trackbacks and pingbacks are open.