ଆଜିର ରାଶିଫଳ

Get real time updates directly on you device, subscribe now.

ମେଷ : ଦୁଃସ୍ଥାନରେ ଚନ୍ଦ୍ରଙ୍କ ଚଳନ ହେତୁ କର୍ମ କ୍ଷେତ୍ରରେ କୌଣସି କଥାକୁ ନେଇ ଚିନ୍ତାରେ ରହିବେ । ସାଂସାରିକ ଦ୍ରବ୍ୟାଦି ହାନି ହୋଇପାରେ । ରାଜନୀତିରେ ଶତ୍ରୁ ବୃଦ୍ଧି ହେବେ । ପରିବହନ ଓ ବାଣିଜ୍ୟରେ ହାନି ହୋଇପାରେ । ଶୁଭ ଅଙ୍କ-୭, ଶୁଭ ରଙ୍ଗ-କଫି ।
ବୃଷ : ସପ୍ତମରେ ଚନ୍ଦ୍ରଙ୍କ ପରିକ୍ରମଣ ହେତୁ ବିଭିନ୍ନ ବାଟରେ ଉପାର୍ଜନ କରିବେ । ସାଂସାରିକ ବନ୍ଧୁବାନ୍ଧବଙ୍କର ଆଗମନ ହୋଇପାରେ । ମହିଳାମାନେ ଆତ୍ମ ନିର୍ଭରଶୀଳ ହେବେ । ବାଣିଜ୍ୟରେ ଆୟ ବୃଦ୍ଧି ହେବ । ଶୁଭ ଅଙ୍କ-୪, ଶୁଭ ରଙ୍ଗ-ମେଟାଲିକ୍ ।
ମିଥୁନ : ଷଷ୍ଠ ଭାବରେ ଚନ୍ଦ୍ରଙ୍କ ଚଳନ ହେତୁ ଯେକୌଣସିମତେ କାର୍ଯ୍ୟକୁ ତୁଲାଇ ନେବେ । ସାଂସାରିକ ଧନ ସମ୍ମାନ ପାଇବେ । ଚାକିରିରେ କର୍ତ୍ତବ୍ୟନିଷ୍ଠ ରହିବେ । ବାଣିଜ୍ୟରେ ଲାଭଜନକ ରହିବ । ଶୁଭ ଅଙ୍କ-୮, ଶୁଭ ରଙ୍ଗ-ନୀଳ ।
କର୍କଟ : ଶୁକ୍ଳପକ୍ଷ ପଞ୍ଚମରେ ଚନ୍ଦ୍ରଙ୍କ ଚଳନ ହେତୁ ଶୃଙ୍ଖଳିତ ଧାରାରେ କର୍ମ କରି ସଫଳ ହେବେ । ସାଂସାରିକ ସନ୍ତାନସନ୍ତତିମାନେ ଉନ୍ନତି କରିବେ । ପରିବହନ ଓ ବାଣିଜ୍ୟରେ ସଫଳ ହେବେ । ଶୁଭଅଙ୍କ-୩, ଶୁଭ ରଙ୍ଗ-ଗୋଲ୍ଡେନ୍ ।
ସିଂହ :ଶୁକ୍ଳପକ୍ଷ ଚତୁର୍ଥରେ ଚନ୍ଦ୍ରଙ୍କ ଚଳନ ହେତୁ ଅନିଶ୍ଚିତତା ଭିତରେ କର୍ମ ସମ୍ପାଦନ କରିବେ । ସାଂସାରିକ ଅର୍ଥାଭାବ ରହିବ । ପରିବହନ, ଶିଳ୍ପ ଓ ବାଣିଜ୍ୟରେ ମନ୍ଥର ରହିବ । ଶୁଭଅଙ୍କ-୨, ଶୁଭ ରଙ୍ଗ-ଧଳା ।
କନ୍ୟା : ତୃତୀୟରେ ଚନ୍ଦ୍ରଙ୍କ ଗତିଶୀଳ ହେତୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ସଫଳ ହେବେ । ସାଂସାରିକ ସୁଖଶାନ୍ତି ପ୍ରାପ୍ତି ହେବ । ରାଜନୀତିରେ ପ୍ରସିଦ୍ଧି ବୃଦ୍ଧି ପାଇବ । ବାଣିଜ୍ୟରେ ଉତ୍ତମ ଆୟ ହେବ । ଶୁଭ ଅଙ୍କ-୬, ଶୁଭ ରଙ୍ଗ-ସିଲ୍ଭର ।
ତୁଳା : ଶୁକ୍ଳପକ୍ଷ ଦ୍ୱିତୀୟରେ ଚନ୍ଦ୍ରଙ୍କ ଗତିଶୀଳ ହେତୁ ଦିନଟି ଚଳଚଞ୍ଚଳ ରହିବେ । ସାଂସାରିକ ସହଯୋଗ ପାଇବେ । ମହିଳାମାନେ ଯଶକୀର୍ତ୍ତି ପାଇବେ । ପରିବହନ ଓ ବାଣିଜ୍ୟରେ ଉତ୍ତମ ଆୟ ହେବ । ଶୁଭ ଅଙ୍କ-୪, ଶୁଭ ରଙ୍ଗ-ମେଟାଲିକ୍ ।
ବିଛା :ଶ୍ରୀଚନ୍ଦ୍ର କାରଣରୁ ଦିନଟି ସୁଖ ଶାନ୍ତିରେ କଟିବ । ସାଂସାରିକ ବସ୍ତ୍ରାଦି ଆଭୁଷଣ ପ୍ରାପ୍ତି ହୋଇପାରେ । ଚାକିରିରେ ପ୍ରଶଂସା ପାଇବେ । ମହିଳାମାନେ ପରିଶ୍ରମୀ ହେବେ । କଳା, ବିଜ୍ଞାନ ଓ ବାଣିଜ୍ୟରେ ସଫଳ ହେବେ । ଶୁଭ ଅଙ୍କ-୯, ଶୁଭ ରଙ୍ଗ-ଲାଲ୍ ।
ଧନୁ : ଶୁକ୍ଳପକ୍ଷ ବ୍ୟୟ ଭାବରେ ଚନ୍ଦ୍ରଙ୍କ ଗତିଶୀଳ ହେତୁ କର୍ମ କ୍ଷେତ୍ରରେ ବିରୁଦ୍ଧାଚରଣ ରହିବ । ସାଂସାରିକ ଖର୍ଚ୍ଚାନ୍ତ ଓ ବୃଥା ଭ୍ରମଣ ଦେଖାଦେବ । ମହିଳାମାନେ ହତୋତ୍ସାହ ରହିବେ । ବାଣିଜ୍ୟରେ ଆୟ ବ୍ୟୟ ସମାନ ରହିବ । ଶୁଭ ଅଙ୍କ-୧, ଶୁଭ ରଙ୍ଗ-ପିଙ୍କ୍ ।
ମକର : ଏକାଦଶରେ ଚନ୍ଦ୍ରଙ୍କ ଚଳନ ହେତୁ ଭବିଷ୍ୟତ ଯୋଜନା କାର୍ଯ୍ୟକାରୀ ହେବ । ସାଂସାରିକ ସୁଖ ସମ୍ମାନ ପାଇବେ । ରାଜନୀତିରେ ପ୍ରଭାବଶାଳୀ ରହିବେ । ପରିବହନ ଓ ବାଣିଜ୍ୟରେ ଉତ୍ତମ ଆୟ ହେବ । ଶୁଭ ଅଙ୍କ-୫, ଶୁଭ ରଙ୍ଗ-ସବୁଜ ।
କୁମ୍ଭ : ଦଶମରେ ଚନ୍ଦ୍ରଙ୍କ ଚଳନ ହେତୁ କର୍ମ କ୍ଷେତ୍ରରେ ସହଯୋଗ ମିଳିବ । ସାଂସାରିକ ଉନ୍ନତି କରିବେ । ଚାକିରିରେ ମାନ ମର୍ଯ୍ୟାଦା ପ୍ରାପ୍ତି ହେବ । ପରିବହନ ଓ ବାଣିଜ୍ୟରେ ଲାଭଜନକ ରହିବ । ଶୁଭ ଅଙ୍କ-୮, ଶୁଭ ରଙ୍ଗ-କଳା । ମୀନ : ଶୁକ୍ଳପକ୍ଷ ନବମରେ ଚନ୍ଦ୍ରଙ୍କ ଗତିଶୀଳ ହେତୁ କର୍ମ କ୍ଷେତ୍ରରେ ସମ୍ମାନ ପ୍ରାପ୍ତି ହେବ । ସାଂସାରିକ ସଂସ୍କାର ବୃଦ୍ଧି ପାଇବ । ମହିଳାମାନେ ଅନୁଶାସନ ଭିତରେ ରହିବେ । ପରିବହନ ଓ ବାଣିଜ୍ୟରେ ଲାଭ ମିଳିବ । ଶୁଭ ଅଙ୍କ-୩, ଶୁଭ ରଙ୍ଗ-କ୍ରିମ୍ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons