ଆଜିର ରାଶିଫଳ

Get real time updates directly on you device, subscribe now.

ମେଷ : କୃଷ୍ଣ ପକ୍ଷ ଦ୍ୱିତୀୟରେ ଚନ୍ଦ୍ରଙ୍କ ଚଳନ ହେତୁ କର୍ମକ୍ଷେତ୍ରରେ ସମସ୍ୟା ରହିବ । ସାଂସାରିକ ଭୁଲ୍ ବୁଝାମଣା ରହିବ । ·କିରିରେ କାର୍ଯ୍ୟଭାର ରହିବ । ମହିଳାମାନେ ବିରକ୍ତିମନା ରହିବେ । ପରିବହନ ଓ ବାଣିଜ୍ୟରେ ମାନ୍ଦା ରହିବ । ଶୁଭଅଙ୍କ-୭, ଶୁଭରଙ୍ଗ-କଫି ।
ବୃଷ : ଶ୍ରୀଚନ୍ଦ୍ର କାରଣରୁ ଦିନ ଚର୍ଯ୍ୟ ବିଳାସପୂର୍ଣ୍ଣ ରହିବ । ଉଭୟେ ପ୍ରେମ ଓ ସାଂସାରିକ ସୁଖୀ ରହିବେ । ମହିଳାମାନେ ସୁଖୀ ରହିବେ । ରାଜନୀତିରେ ଲୋକପ୍ରିୟତା ବୃଦ୍ଧି ପାଇବ । ବଳା, ବିଜ୍ଞାନ ଓ ବାଣିଜ୍ୟରେ ସୁଫଳ ମିଳିବ । ଶୁଭ ଅଙ୍କ-୨, ଶୁଭ ରଙ୍ଗ-ଧଳା ।
ମିଥୁନ : କୃଷ୍ଣ ପକ୍ଷ ଦ୍ୱାଦଶରେ ଚନ୍ଦ୍ରଙ୍କ ଗତିଶୀଳ ହେତୁ ପ୍ରତିକ୍ଷେତ୍ରରେ ପରିଶ୍ରମ କରି ସଫଳ ହେବେ । ସାଂସାରିକ ଚଳଚଞ୍ଚଳ ରହିବେ । ରାଜନୀତିରେ ବ୍ୟସ୍ତତା ଭିତରେ କଟିବ । ବାଣିଜ୍ୟରେ ସ୍ୱଳ୍ପ ଲାଭ ମିଳିବ । ଶୁଭ ଅଙ୍କ-୬, ଶୁଭ ରଙ୍ଗ-ସିଲିଭର ।
କର୍କଟ : ଏକାଦଶରେ ଚନ୍ଦ୍ରଙ୍କ ପରିକ୍ରମଣ ହେତୁ ଅଟକ ରହିଥିବା କାର୍ଯ୍ୟ ପୂରଣ ହେବ । ସାଂସାରିକ ସୁଖ ଶାନ୍ତି ପ୍ରାପ୍ତି ହେବ । ରାଜନୀତିରେ ପ୍ରସିଦ୍ଧି ବୃଦ୍ଦିପାଇବ । ପରିବହନ ଓ ବାଣିଜ୍ୟରେ ଲାଭ ଜନକ ରହିବ । ଶୁଭ ଅଙ୍କ-୧, ଶୁଭ ରଙ୍ଗ-ପିଙ୍କ୍ ।
ସିଂହ : ଦଶମରେ ଚନ୍ଦ୍ରଙ୍କ ଚଳନ ହେତୁ କର୍ମକ୍ଷେତ୍ରରେ ଉଚ୍ଚ ସମ୍ମାନ ପାଇବେ । ସାଂସାରିକ ଉନ୍ନତି କରିବେ । ରାଜନୀତିରେ ପ୍ରଣଭୂତ ହେବେ । ମହିଳାମାନେ ଆତ୍ମ ନିର୍ଭରଶୀଳ ହେବେ । ବାଣିଜ୍ୟରେ ଉତ୍ତମ ଆୟ ହେବ । ଶୁଭଅଙ୍କ-୨, ଶୁଭ ରଙ୍ଗ-ଧଳା ।
କନ୍ୟା : କୃଷ୍ଣ ପକ୍ଷ ନବମରେ ଚନ୍ଦ୍ରଙ୍କ ଗତିଶୀଳ ହେତୁ କେତେକ କାର୍ଯ୍ୟକୁ ନେଇ ଚିନ୍ତାରେ ରହିବେ । ସାଂସାରିକ ଅନ୍ୟ ପାଇଁ ସମସ୍ୟାରେ ପଡିବେ । ପରିବହନ ଓ ବାଣିଜ୍ୟରେ ମନ୍ଥର ରହିବେ । ଶୁଭଅଙ୍କ-୮, ଶୁଭ ରଙ୍ଗ-ଆକାଶୀ ।
ତୁଳା : ଅଷ୍ଟମରେ ଚନ୍ଦ୍ରଙ୍କ ଚଳନ ହେତୁ କର୍ମକ୍ଷେତ୍ରରେ ଠକାମୀରେ ପଡିପାରନ୍ତି । ସାଂସାରିକ ଅସହଯୋଗ ଦେଖାଦେବେ । ରାଜନୀତିରେ ଶତୃବୃଦ୍ଧି ହେବେ । ପରିବହନ ଓ ବାଣିଜ୍ୟରେ ସମସ୍ୟା ରହିବ । ଶୁଭଅଙ୍କ-୬, ଶୁଭ ରଙ୍ଗ-ସିଲିଭର ।
ବିଛା : ସପ୍ତମରେ ଚନ୍ଦ୍ରଙ୍କ ଚଳନ ହେତୁ କାର୍ଯ୍ୟସିଦ୍ଧି ସହ ମାନ ସମ୍ମାନ ବୃଦ୍ଧି ପାଇବ । ସାଂସାରିକ ଚଳଚଞ୍ଚଳ ରହିବେ । ରାଜନୀତିରେ ଲୋକପ୍ରିୟତା ହେବ । ପରିବହନ ଓ ବାଣିଜ୍ୟରେ ଲାଭ ମିଳିବ । ଶୁଭ ଅଙ୍କ-୨, ଶୁଭ ରଙ୍ଗ-ଧଳା ।
ଧନୁ : ଷଷ୍ଠ ଭାବରେ ଚନ୍ଦ୍ରଙ୍କ ଗତିଶୀଳ ହେତୁ ପ୍ରତିଟି କାର୍ଯ୍ୟରେ ଆଗେଇ ଚାଲିବେ । ସାଂସାରିକ ଚଳଚଞ୍ଚଳ ରହିବେ । ମହିଳାମାନେ ରକ୍ଷଣଶୀଳ ହେବେ । ପରିବହନ ଓ ବାଣିଜ୍ୟରେ ଲାଭାନ୍ନିତ ହେବେ । ଶୁଭଅଙ୍କ-୭, ଶୁଭରଙ୍ଗ-କଫି ।
ମକର : କୃଷ୍ଣ ପକ୍ଷ ପଞ୍ଚମରେ ଚନ୍ଦ୍ରଙ୍କ ଚଳନ ହେତୁ ହେଉଥିବା କାର୍ଯ୍ୟ ଅଳ୍ପକେ ବିଗିଡ଼ିଯାଇପାରେ । ସାଂସାରିକ ମନସ୍ତାପ ରହିବେ । ମହିଳାମାନେ ଚିନ୍ତାରେ ରହିବେ । ବାଣିଜ୍ୟରେ ପ୍ରତିକୂଳତା ରହିବ । ଶୁଭ ଅଙ୍କ-୩, ଶୁଭ ରଙ୍ଗ-କ୍ରୀମ୍ ।
କୁମ୍ଭ : କୃଷ୍ଣ ପକ୍ଷ ଚତୁର୍ଥରେ ଚନ୍ଦ୍ରଙ୍କ ଚଳନ ହେତୁ ବହୁଚେଷ୍ଟା ସଫଳ ହେବେ । ସାଂସାରିକ ଅତିଥିଙ୍କ ଆଗମନ ହୋଇପାରେ । ମହିଳାମାନେ ଚଳଚଞ୍ଚଳ ରହିବେ । ବାଣିଜ୍ୟରେ ଲାଭ ମିଳିବ । ଶୁଭ ଅଙ୍କ-୮, ଶୁଭ ରଙ୍ଗ-ବାଇଗଣି । ମୀନ: ତୃତୀୟରେ ଚନ୍ଦ୍ରଙ୍କ ଚଳନ ହେତୁ କର୍ମକ୍ଷେତ୍ରରେ ଉଚ୍ଚ ସମ୍ମାନ ପାଇବେ । ସାଂସାରିକ ସୁଖଶାନ୍ତି ପ୍ରାପ୍ତି ହେବ । ରାଜନୀତିରେ ଲୋକପ୍ରିୟତା ବୃଦ୍ଧି ପାଇବ । ବାଣିଜ୍ୟରେ ଲାଭ ମିଳିବ । ଶୁଭ ଅଙ୍କ-୨, ଶୁଭ ରଙ୍ଗ-ଧଳା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons