ଆଜି ଆସିବେ ରାଷ୍ଟ୍ରପତି

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଖୋର୍ଦ୍ଧା ଓ ଭୁବନେଶ୍ୱରର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଶନିବାର ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଦେଶର ପ୍ରଥମ ନାଗରିକ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏଥିପାଇଁ ପୁଲିସ୍ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏନେଇ ଆଜି (ଶୁକ୍ରବାର) ବିମାନ ବନ୍ଦରରୁ ବାଣୀବିହାର ଓ ସେଠାରୁ ରାଜ୍ୟପାଳ ଭବନ ପର୍ଯ୍ୟନ୍ତ କାରକେଡ୍ର ମକ୍ ଡ୍ରିଲ୍ କରାଯାଇଥିଲା । ଡିଜିପି ଡ. ସତ୍ୟଜିତ ମହାନ୍ତି , ପୁଲିସ୍ କମିଶନର ଡ. ସୁଧାଂଶୁ ଷଡଙ୍ଗୀ ଏହା ଉପରେ ନଜର ରଖିଥିଲେ ।
ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ଆଜି କମିଶନରେଟ୍ ପୁଲିସ ପକ୍ଷରୁ କାର୍କେଡ୍ ରିହରସାଲ୍ କରାଯାଇଛି । କାର୍କେଡ୍ରେ ମୋଟ୍ ୨୮ ଟି ଗାଡି ବ୍ୟବହାର ହୋଇଥିଲା । ୭ ତାରିଖ (ଶନିବାର) ଅପରାହ୍ଣ ୫ଟା ୨୦ରେ ରାଷ୍ଟ୍ରପତି ରାଜସ୍ଥାନ ଯୋଧପୁର ବିମାନ ବନ୍ଦରରୁ ବାହାରିବେ । ଦୁଇ ଘଣ୍ଟା ୧୦ ମିନିଟ୍ ପରେ ଅର୍ଥାତ ସନ୍ଧ୍ୟା ୭ଟା ୩୦ ମିନିଟ୍ରେ ପହଞ୍ଚିବେ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦରରେ । ବିମାନ ବନ୍ଦରରେ ତାଙ୍କୁ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଡିଜିପି ଓ ଅନ୍ୟ ବରିÂ ଅଧିକାରୀମାନେ ଉପସ୍ଥିତ ରହି ସ୍ୱାଗତ କରିବେ । ସେ ୭ଟା ୪୦ ମିନିଟରେ ବିମାନ ବନ୍ଦରରୁ ବାହାରି ୭ଟା ୫୦ରେ ରାଜଭବନରେ ପହଞ୍ଚିବେ । ସେଠାରେ ରାତ୍ରିଯାପନ କରିବେ ।
୮ ତାରିଖ (ରବିବାର) ସକାଳ ୮ ଟା ୩୦ରୁ ୯ଟା ୩୦ ମିନିଟ୍ ମଧ୍ୟରେ ରାଷ୍ଟ୍ରପତି ଜଳଖିଆ ଗ୍ରହଣ କରିବେ । ୯ଟା ୩୦ ମିନିଟ୍ରେ ରାଜଭବନରୁ ବାହାରି ୯ଟା ୪୦ ମିନିଟ୍ରେ ବିମାନ ବନ୍ଦରରେ ପହଞ୍ଚିବେ । ୯ ଟା ୫୦ ମିନିଟ୍ରେ ବିମାନ ବନ୍ଦରରୁ ବାୟୁ ସେନାର ସ୍ୱତନ୍ତ୍ର ହେଲିକପ୍ଟରରେ ଖୋର୍ଦ୍ଧା ଅଭିମୁଖେ ଯାତ୍ରା କରିବେ । ଖୋର୍ଦ୍ଧା ଗୋଶାଳା ପଡ଼ିଆରେ ତିଆରି ହୋଇଥିବା ହେଲିପ୍ୟାଡ୍ରେ ୧୦ ଟା ୧୦ ମିନିଟ୍ରେ ପହଞ୍ଚିବେ । ୧୦ ଟା ୨୦ ମିନିଟ୍ରେ ଉକ୍ତ ପଡିଆରୁ ତାଙ୍କୁ କଡା ସୁରକ୍ଷା ବଳୟରେ ବରୁଣେଇ ପାହାଡରେ ଚାଲିଥିବା କାର୍ଯ୍ୟକ୍ରମକୁ ନିଆଯିବ । ୧୦ ଟା ୩୦ରୁ ୧୧ ଟା ୩୫ ମିନିଟ୍ ପର୍ଯ୍ୟନ୍ତ ସାଧାରଣ ସଭାରେ ଯୋଗ ଦେବା ସହ ପାଇକ ବିଦ୍ରୋହ ସ୍ମାରକର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ।
ପୂର୍ବାହ୍ଣ ୧୧ଟା ୩୫ରୁ ସେଠାରୁ ବାହାରି ୧୧ଟା ୪୫ ମିନିଟ୍ରେ ହେଲିପ୍ୟାଡ୍ରେ ପହଞ୍ଚିବେ । ୧୧ଟା ୫୫ ମିନିଟ୍ରେ ହେଲିକପ୍ଟରରେ ଉକ୍ତ ପଡିଆରୁ ଉଡାଣ ଭରି ଅପରାହ୍ଣ ୧୨ଟା ୧୫ରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ । ୧୨ ଟା ୨୫ ମିନିଟ୍ରୁ ବିମାନ ବନ୍ଦରରୁ ସେ ସଡକ ପଥରେ ଉକ୍ରଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍କୁ ଯିବେ । ୧୨ଟା ୩୫ ମିନିଟ୍ରେ କ୍ୟାମ୍ପସ୍ରେ ପହଞ୍ଚିବେ । ୧୨ଟା ୪୦ରୁ ଅପରାହ୍ଣ ୧ ଟା ୪୦ ପର୍ଯ୍ୟନ୍ତ ଉକ୍ରଳ ବିଶ୍ୱବିଦ୍ୟାଳୟ ପ୍ଳାଟିନମ୍ ଜୁବୁଲିର ଉଦ୍ୟାପନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗଦେବେ ।
୧ ଟା ୪୦ ମିନିଟ୍ରେ ଉକ୍ରଳ ବିଶ୍ୱବିଦ୍ୟାଳୟରୁ ବାହାରି ୧ ଟା ୫୦ରେ ରାଜଭବନରେ ପହଞ୍ଚିବେ । ସେଠାରେ ମଧ୍ୟାହ୍ନ ଭୋଜନ ଗ୍ରହଣ କରି ୫ଟା ପର୍ଯ୍ୟନ୍ତ ବିଶ୍ରାମ ନେବେ । ଅପରାହ୍ଣ ୫ ଟାରେ ରାଜ ଭବନରୁ ବାହାରି ୫ଟା ୧୦ରେ ବିମାନ ବନ୍ଦରରେ ପହଞ୍ଚିବେ । ୫ ଟା ୨୦ରେ ରାଷ୍ଟ୍ରପତିଙ୍କ ବିମାନ ଦିଲ୍ଳୀ ଅଭିମୁଖେ ଯାତ୍ରା କରିବ । ୭ ଟା ୪୦ ମିନିଟ୍ରେ ପାଲାମ୍ ବିମାନ ବନ୍ଦରରେ ପହଞ୍ଚିବେ । ୭ଟା ୫୦ରୁ ବିମାନ ବନ୍ଦରରୁ ବାହାରି ରାତି ୮ ଟା ୫ ମିନିଟ୍ରେ ରାଷ୍ଟ୍ରପତି ଭବନରେ ପହଞ୍ଚିବେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons