ଆଜି ଆସୁଛନ୍ତି ଉପରାଷ୍ଟ୍ରପତି

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଭୁବନେଶ୍ୱରରେ ଚାଲଥିବା ବିଶ୍ୱ କବି ସମ୍ମିଳନୀ ଓ କଟକରେ ‘ସମାଜ’ ଖବରକାଗଜର ଶତ ବାର୍ଷିକୀ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସନ୍ତାକାଲି ଦିନିକିଆ ଗସ୍ତରେ ଆସୁଛନ୍ତି ଉପରାଷ୍ଟ୍ରପତି ଭେଙ୍କିଆ ନାଇଡୁ । ଏଥିପାଇଁ କମିଶନରେଟ ପୁଲିସ୍ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । କଟକ-ଭୁବନେଶ୍ୱର ପାଇଁ ୩୫ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ ରହିବେ । ତା’ଛଡା ୩ ଜଣ ଡିସିପି, ୮ ଜଣ ଅତିରିକ୍ତ ଡିସିପି, ୧୫ଜଣ ଏସିପି ଉପରାଷ୍ଟ୍ରପତିଙ୍କ ସୁରକ୍ଷା ଦାୟିତ୍ୱରେ ରହିବେ । ବିଶେଷ କରି ଉପରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ସହରରେ ଯେପରି ଟ୍ରାଫିକ୍ ବ୍ୟବସ୍ଥାରେ କୌଣସି ସମସ୍ୟା ନ ଉପୁଜେ, ସେଥିପାଇଁ କଡ଼ା ନଜର ରଖିବାକୁ ପୁଲିସ୍ କମିଶନର ସୁଧାଂଶୁ ଷଡ଼ଙ୍ଗୀ ନିଦେ୍ର୍ଧଶ ଦେଇଛନ୍ତି ।
ଉପରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ଆଜି କମିଶନରେଟ୍ ପୁଲିସ ପକ୍ଷରୁ କାର୍କେଡ୍ ରିର୍ହସଲ୍ କରାଯାଇଥିଲା । କାର୍କେଡ୍ରେ ମୋଟ୍ ୨୮ ଟି ଗାଡ଼ି ବ୍ୟବହାର ହୋଇଥିଲା । ରବିବାର ସକାଳ ୧୦ଟା ୧୫ ମିନିଟ୍ରେ ଉପରାଷ୍ଟ୍ରପତି ଏକ ସ୍ୱତନ୍ତ୍ର ବିମାନରେ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ । ବିମାନ ବନ୍ଦରରେ ୧୦ ଟା ୧୫ରୁ ୧୦ ଟା୨୫ ପର୍ଯ୍ୟନ୍ତ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯିବ । ୧୦ଟା ୨୫ରେ ସେ ବିମାନବନ୍ଦରରୁ କିଟ୍ କ୍ୟାମ୍ପ୍ସ ଅଭିମୁଖେ ବାହାରିବେ । ୧୦ଟା ୫୦ରେ ସେଠାରେ ପହଞ୍ଚିବେ । ଦିନ ୧୧ଟାରେରେ ବିଶ୍ୱ କବି ସମ୍ମିଳନୀ ଉଦ୍ୟାନପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ଶ୍ରୀ ନାଇଡ଼ୁ । ଦିନ ୧୨ ଟା ୩୦ ମିନିଟ୍ରେ କିଟ୍ରୁ ବାହାରିବେ । ୧୨ଟା ୫୦ରେ ଉପରାଷ୍ଟ୍ରପତି ଶ୍ରୀ ନାଇଡ଼ୁ ରାଜଭନରେ ଆସି ପହଞ୍ଚିବେ । ସେଠାରେ ମଧ୍ୟାହ୍ନ ଭୋଜନ କରିବା ସହ ବିଶ୍ରାମ ନେବେ ।
ଅପରାହ୍ନ ୩ଟା ୧୦ରେ ଉପରାଷ୍ଟ୍ରପତି ରାଜଭବନରୁ ବାହାରିବେ । ଅପରାହ୍ନ ୩ଟା ୫୦ରେ କଟକ ଜବାହରଲାଲ୍ ନେହରୁ ଇଣ୍ଡୋର ଷ୍ଟାଡିୟମରେ ଆୟୋଜିତ ‘ସମାଜ’ର ଶତ ବାର୍ଷିକୀ ସମାରୋହ କାର୍ଯ୍ୟକ୍ରମରେ ପହଞ୍ଚିବେ । ଅପରାହ୍ନ ୫ଟାରେ ଉପରାଷ୍ଟ୍ରପତି ଶ୍ରୀ ନାଇଡ଼ୁ କଟକରୁ ବାହାରି ୫ ଟା ୪୫ ମିନିଟ୍ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ । ବିମାନ ବନ୍ଦରରୁ ସନ୍ଧ୍ୟା ପ୍ରାୟ ୫ ଟା ୫୦ଟା ବେଳେ ସ୍ୱତନ୍ତ୍ର ବିମାନରେ ଦିଲ୍ଳୀ ଅଭିମୁଖେ ଯାତ୍ରା କରିବେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons