ଭୁବନେଶ୍ୱର,(ବି.ବି.ନୁ୍ୟଜ୍): ରାଜ୍ୟ ସରକାରଙ୍କ ଅନୁମତି ପରେ ଆଜିଠାରୁ ସିଟି ବସ୍ ଓ ଅଟୋ ଚଳାଚଳ ଆରମ୍ଭ ହୋଇଛି । କିନ୍ତୁ ଘରୋଇ ବସ୍ ମାଲିକ ସଂଘ ନିଜ ଜିଦ୍ରେ ଅଟଳ ଥିବା ଯୋଗୁ ବସ୍ ସେବା ଆରମ୍ଭ ହୋଇପାରି ନାହିଁ । ରାଜ୍ୟ ସରକାର ବସ୍ ମାଲିକ ସଂଘର ଦାବି ଓ ସମସ୍ୟା ପ୍ରତି ସକରାତ୍ମକ ମନୋଭାବ ପୋଷର କରିଛନ୍ତି । ହେଲେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ନ ହେବା ପର୍ଯ୍ୟନ୍ତ ବସ୍ ଚଳାଇବା ସମ୍ଭବ ନୁହେଁ ବୋଲି ଘରୋଇ ବସ୍ ମାଲିକ ସଂଗ ପକ୍ଷରୁ ଚେନାବନୀ ଦିଆଯାଇଛି । ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ଯେହେତୁ ଲକ୍ଡାଉନ୍ ଯୋଗୁଁ କର୍ମଚାରୀ ଅନୁପସ୍ଥିତ ଅଛନ୍ତି । ବସ୍ ଚାଲିବାରେ ଡେରି ହେଉଛି । ଘରୋଇ ବସ୍ ମାଲିକ ସଂଘର ଦାବି ଅନୁଯାୟୀ, ରୋଡ୍ ଟ୍ୟାକ୍ସ ଛାଡ଼ ପାଇଁ ପ୍ରକ୍ରିୟା ଚାଲିଛି । ଅନ୍ୟ ଦାବି ପ୍ରତି ମଧ୍ୟ ବିଚାର କରାଯାଉଛି । ବସ୍ ଚଳାଚଳ କଲେ ବସ୍ଷ୍ଟାଣ୍ଡକୁ ସାନିଟାଇଜ୍ କରାଯିବ । ଏନେଇ ନିଜ ପ୍ରତିକ୍ରିୟା ରଖି ଘରୋଇ ବସ୍ ମାଲିକ ସଂଘ । ଆମକୁ ସରକାର ଆଲୋଚନା ପାଇଁ ଏଯାବତ୍ ଡାକି ନାହାନ୍ତି । ଗାଡ଼ି ଠିକ୍ ନାହିଁ, ଷ୍ଟାଫ୍ ନାହାନ୍ତି, ଗାଡ଼ି ଚଳାଇବାକୁ ଆମେ ବର୍ତ୍ତମାନ ଅସମର୍ଥ । ଗତକାଲି ଏସ୍ଆରସି ଗଣମାଧ୍ୟମ ସମ୍ମୁଖରେ ବସ୍ରେ ଯେତିକି ସିଟ୍, ସେମିତି ଯାତ୍ରା କରିପାରିବେ ବୋଲି କହିଥିଲେ ହେଲେ ସିଟ୍ କ୍ଷମତା ବାଦ୍ ଯଦି ରାସ୍ତାରେ ଯାତ୍ରୀ ଉଠିବେ, ତାକୁ କିଏ ରୋକିବ ବୋଲି ମାଲିକ ସଂଘ ପକ୍ଷରୁ ପ୍ରଶ୍ନ କରାଯାଇଛି । ଏସବୁ ସମ୍ପର୍କରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା ହେବା ଉଚିତ । ସରକାର ଆମକୁ ଆଲୋଚନାକୁ ଡାକନ୍ତୁ । ଆମ ଭବିଷ୍ୟତ କଥା ସରକାର ବିଚାର କରନ୍ତୁ ବୋଲି ମାଲିକ ସଂଘ ପକ୍ଷରୁ କୁହାଯାଇଛି । ଏହାବ୍ୟତୀତ ଆମ ଦାବି ମୁଖ୍ୟମନ୍ତ୍ରୀଙ୍କ ପାଖରେ ପହଞ୍ଚିଛି ନା ନାହିଁ ଆମେ ଜାଣିନୁ । ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ନ ହେବା ପର୍ଯ୍ୟନ୍ତ ଗାଡ଼ି ଚାଲିବା ସମ୍ଭବ ନୁହେଁ ବୋଲି କୁହାଯାଇଛି ।
Comments are closed, but trackbacks and pingbacks are open.