ଆଜି ପିଓକେ ଗସ୍ତରେ ଯିବେ ଇମ୍ରାନ

Get real time updates directly on you device, subscribe now.

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରକୁ ନେଇ ପାକିସ୍ତାନ ଏବେ ଭାରତକୁ ଉସୁକାଇବା ଭଳି କିଛି ପଦକ୍ଷେପ ଗ୍ରହଣ କରିବାକୁ ଯାଉଛି । ଏହି ପ୍ରସଙ୍ଗରେ ଆନ୍ତର୍ଜାତିକ ସ୍ତରରେ ଏକଘରିକିଆ ହୋଇପଡିଥିବା ପାକିସ୍ତାନ ପିଓକେରେ କେତେକ ର‌୍ୟାଲି କରିବାକୁ ଯୋଜନା କରିଛି । ଅଗଷ୍ଟ ୧୪ ପାକିସ୍ତାନର ସ୍ୱାଧୀନତା ଦିବସ ହୋଇଥିଲାବେଳେ ପାକ୍ ସରକାର ଚଳିତ ବର୍ଷ ଏହାକୁ ‘ କାଶ୍ମୀର ଏକଜୁଟତା ଦିବସ’ ଭାବେ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ସେହିପରି ଭାରତର ସ୍ୱାଧୀନତା ଦିବସ ଅଗଷ୍ଟ ୧୫କୁ କଳା ଦିବସ ଭାବେ ପାଳନ କରିବାକୁ ସିଏ ଆହ୍ୱାନ କରିଛି । ଏହି ପରିପ୍ରେକ୍ଷୀରେ ଅଗଷ୍ଟ ୧୪ରେ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ପିଓକେ( ପାକ୍ ଅଧିକୃତ କାଶ୍ମୀର) ଗସ୍ତ କରିବେ । ସେ ମୁଜାଫରାବାଦରେ ପିଓକେର ବିଧାନସଭାକୁ ସମ୍ବୋଧନ କରିବେ । ସେ ମଧ୍ୟ ସେଠାରେ ଏକ ସର୍ବଦଳୀୟ ବୈଠକ କରିବେ ଏବଂ ବିଭିନ୍ନ ଦଳର ନେତାଙ୍କୁ ପୃଥକ୍ ପୃଥକ୍ ଭାବେ ବି ଭେଟିବେ ।
ପାକ୍ ସରକାର କାଶ୍ମୀରବାସୀଙ୍କୁ ସମର୍ଥନ କରିବା ଲକ୍ଷ୍ୟରେ ଏକ ସ୍ୱତନ୍ତ୍ର ଲୋଗୋ ବି ଜାରି କରିଛନ୍ତି ଯେଉଁଥିରେ ଲେଖାଯାଇଛି କାଶ୍ମୀର ବନେଗା ପାକିସ୍ତାନ । ମୁଜାଫରାବାଦରେ ବିଚ୍ଛିନ୍ନତାବାଦୀଙ୍କ ସପକ୍ଷରେ ପାକ୍ ସରକାର ଓ ସେନା କେତେକ ର‌୍ୟାଲି କରିବାକୁ ଯୋଜନା କରିଛନ୍ତି । ଏଥିରେ ଭାରତ ବିରୋଧରେ ଏବଂ ଜିହାଦୀଙ୍କ ସମର୍ଥନରେ ନାରାବାଜି କରାଯିବାର ଆଶଙ୍କା ରହିଛି । ଅଗଷ୍ଟ ୧୫ରେ ବି ଏଠାରେ ଅନେକ ର‌୍ୟାଲି କରାଯିବ ବୋଲି ପାକ୍ ସରକାର ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons