ଆଜି ପ୍ରକାଶ ପାଇବ ଚୂଡାନ୍ତ ଏନ୍ଆରସି ତାଲିକା

Get real time updates directly on you device, subscribe now.

ଗୁଆହାଟି: ଆସାମରେ ଚୂଡାନ୍ତ ଏନ୍ଆରସି (ଜାତୀୟ ନାଗରିକ ପଞ୍ଜୀକରଣ) ତାଲିକା ଆସନ୍ତାକାଲି (ଶନିବାର) ସକାଳ ୧୦ଟାରେ ପ୍ରକାଶ ପାଇବ । ରାଜ୍ୟରେ ବସବାସ କରୁଥିବା ନାଗରିକଙ୍କ ମଧ୍ୟରୁ କେଉଁମାନେ ପ୍ରକୃତରେ ଭାରତୀୟ ଓ କେଉଁମାନେ ବିଦେଶୀ ତାହା ତାଲିକା ପ୍ରକାଶ ପରେ ସ୍ପଷ୍ଟ ହେବ । ୨୦୧୮ ଜୁଲାଇରେ ପ୍ରଥମ ଚୂଡାନ୍ତ ତାଲିକା ପ୍ରକାଶ ପାଇଥିଲା । ତେବେ ପ୍ରଥମ ତାଲିକାରୁ ବାଦ୍ ପଡିଥିବା ୪୧ ଲକ୍ଷ ନାଗରିକଙ୍କ ଭାଗ୍ୟ କ’ଣ ହେବ ତାକୁ ନେଇ ଆଶା ଓ ଆଶଙ୍କା ଲାଗି ରହିଛି ।
ଚୂଡାନ୍ତ ତାଲିକା ଇଣ୍ଟରନେଟରେ ମଧ୍ୟ ଉପଲବ୍ଧ ହେବ । ଯେଉଁ ନାଗରିକମାନେ ଇଣ୍ଟରନେଟରୁ ଜାଣି ନପାରିବେ ସେମାନେ ସେବା କେନ୍ଦ୍ରମାନଙ୍କୁ ଯାଇ ସେଠାରେ ନିଜର ନାଗରିକତା ସମ୍ପର୍କରେ ଜାଣିପାରିବେ । ହେଲେ କେନ୍ଦ୍ର ସରକାର ସ୍ପଷ୍ଟ କରିଦେଇଛନ୍ତି ଯେ ଯେଉଁମାନଙ୍କ ନାମ ଚୂଡାନ୍ତ ତାଲିକାରେ ନଥିବ ସେମାନଙ୍କୁ ବିଦେଶୀ ବୋଲି ଘୋଷଣା କରାଯିବ ନାହିଁ । ସେମାନଙ୍କ ପାଇଁ ସବୁ ପ୍ରକାର ଆଇନଗତ ଦିଗ ଖୋଲା ରହିଛି । ତାଲିକା ପ୍ରକାଶର ୬୦ରୁ ୧୨୦ ଦିନ ଭିତରେ ସେମାନେ ବିଦେଶୀ ଟି୍ରବୁ୍ୟନାଲରେ ଆବେଦନ କରିପାରିବେ । ସେମାନଙ୍କ ଆବେଦନର ଶୁଣାଣି କରିବା ପାଇଁ ପ୍ରାୟ ୧ ହଜାର ବିଦେଶୀ ଟି୍ରବୁ୍ୟନାଲ ପ୍ରତିÂା କରାଯିବ । ବର୍ତ୍ତମାନ ୧୦୦ ଟି୍ରବୁ୍ୟନାଲ କାର୍ଯ୍ୟକ୍ଷମ ଥିବା ବେଳେ ଆସନ୍ତା ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଆଉ ୨୦୦ ପ୍ରତିÂା କରାଯିବ । ଟି୍ରବୁ୍ୟନାଲରେ ସେମାନଙ୍କ ଆବେଦନ ଖାରଜ ହେବା ପରେ ସେମାନେ ହାଇକୋର୍ଟ ଓ ସୁପି୍ରମକୋର୍ଟରେ ଅପିଲ କରିପାରିବେ । ଆଇନଗତ ପ୍ରକ୍ରିୟା ଶେଷ ନ ହେବା ପର୍ଯ୍ୟନ୍ତ କୌଣସି ନାଗରିକଙ୍କୁ ଜେଲ୍ରେ ଅଟକ ରଖାଯିବ ନାହିଁ ।
ସରକାର ଧାର୍ଯ୍ୟ କରିଥିବା ସମୟସୀମା ଅନୁସାରେ ୧୯୭୧ ମାର୍ଚ୍ଚ ୨୫ ପରେ ଯେଉଁ ବାଂଲାଦେଶୀମାନେ ଆସାମରେ ଆସି ବେଆଇନ ଭାବେ ବସବାସ କରୁଛନ୍ତି ସେମାନଙ୍କୁ ବିଦେଶୀ ନାଗରିକ ଗଣନା କରାଯିବ । ଅପରପକ୍ଷରେ ଆସନ୍ତାକାଲି ଚୂଡାନ୍ତ ଏନ୍ଆରସି ତାଲିକା ପ୍ରକାଶ ପାଇବାକୁ ଥିବାରୁ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ଆଶଙ୍କାରେ ଆସାମ ସମେତ ବାଂଲାଦେଶ ସୀମାନ୍ତବର୍ତ୍ତୀ ରାଜ୍ୟଗୁଡିକରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏନ୍ଆରସି ତାଲିକା ପ୍ରକାଶ ପାଇବା ପରେ ରାଜ୍ୟରେ ହିଂସାକାଣ୍ଡ ଘଟିପାରେ ବୋଲି ଗୁଇନ୍ଦା ବିଭାଗ ଆଶଙ୍କା ପ୍ରକାଶ କରିଛି । ରାଜଧାନୀ ଗୁଆହାଟି ଓ ପ୍ରଶାସନିକ ଜୋନ୍ ଦିସପୁର ସମେତ ବିଭିନ୍ନ ସମ୍ବେଦନଶୀଳ ଅଞ୍ଚଳରେ ୧୪୪ ଧାରା ମଧ୍ୟ ଜାରି କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons