ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୬୯ ତମ ଜନ୍ମଦିନ

Get real time updates directly on you device, subscribe now.

ନୂଆଦିଲ୍ଲୀ : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ । ୬୯ ବର୍ଷରେ ପଦାର୍ପଣ କରିଛନ୍ତି ମୋଦି । ଏହି ଅବସରରେ ବିଶ୍ବର କୋଣ ଅନୁକୋଣରୁ ମୋଦିଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ଶୁଭେଚ୍ଛୁ । ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀ ଆଜି ଗୁଜାରାଟରେ ବିଭିନ୍ନ କାର୍ୟ୍ୟକ୍ରମରେ ଯୋଗଦେବେ । ଗାନ୍ଧିନଗର ଯାଇ ମା’ ହିରାବେନ୍‌ଙ୍କଠାରୁ ଆଶୀର୍ବାଦ ନେବେ ନମୋ । ସେ ଗାନ୍ଧିନଗର ହେଲିପ୍ୟାଡଠାରୁ ନର୍ମଦା କେୱାଡିଆ କଲୋନୀର ବିକାଶ କାମର ସମୀକ୍ଷା କରିବେ ।
ନର୍ମଦା ତଟରେ ନିର୍ମାଣ ହୋଇଥିବା ଷ୍ଟାଚ୍ୟୁ ଅଫ ଯୁନିଟ୍ ଓ ସର୍ଦ୍ଦାର ସରୋବର ଡ୍ୟାମର ସ୍ଥିତି ଅନୁଧ୍ୟାନ କରିବେ । ଗୁଜରାଟ ସରକାର ନମାମୀ ଦେବୀ ନର୍ମଦା ନାଁରେ ଭବ୍ୟ କାର୍ୟ୍ୟକ୍ରମ ଆୟୋଜନ କରିଛନ୍ତି । ନର୍ମଦା ନଦୀରେ ମୋଦି ପୂଜାର୍ଚ୍ଚନା କରିବା ସହ ସରୋବର ଡ୍ୟାମ ସ୍ଥିତ ଦତ୍ତ ମନ୍ଦିରରେ ଆଳତୀ କରିବେ । ଆଳତୀ ପରେ ମା ହୀରାବେନଙ୍କ ଠାରୁ ଆର୍ଶୀବାଦ ନେବେ ମୋଦି । ପରେ ପରେ ସାଧାରଣ ସଭାକୁ ଉଦବୋଧନ ଦେଇ ଦିଲ୍ଲୀ ଫେରିଯିବେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons