ଆତଙ୍କବାଦୀଙ୍କ ନୂଆ ଟାର୍ଗେଟ: ବିଦୁ୍ୟତ୍ ଟାୱାର

Get real time updates directly on you device, subscribe now.

ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ପରିସ୍ଥିତି ସ୍ୱାଭାବିକ ହେଉଥିବାରୁ ସେଥିରେ ବିଚଳିତ ଆତଙ୍କବାଦୀମାନେ ଏବେ ସେଠାକାର ପରିସ୍ଥିତି ବିଗାଡିବାକୁ ଏକ ନୂଆ ପ୍ଲାନ୍ ପ୍ରସ୍ତୁତ କରିଛନ୍ତି । ସେମାନେ ଏବେ କାଶ୍ମୀର ଘାଟିରେ ବିଦୁ୍ୟତ୍ ଯୋଗାଣକୁ ବ୍ୟାହତ କରିବା ଉଦେ୍ଧଶ୍ୟରେ ବିଦୁ୍ୟତ୍ ଟାୱାରଗୁଡିକୁ ଟାର୍ଗେଟ କରିବା ଆରମ୍ଭ କରିଛନ୍ତି । ଗତ ଗୁରୁବାର ସୋପିଆନ ଜିଲାରେ ଦୁଇ ଜଣ ଟ୍ରକ୍ ଡ୍ରାଇଭରଙ୍କୁ ଆତଙ୍କବାଦୀମାନେ ହତ୍ୟା କରିବା ପରେ ସେନା ଏବଂ ପୁଲିସ ଦ୍ୱାରା ସେଠାରେ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା । ସେଥିରେ ୪୦୦ ମେଗାୱାଟ ବିଶିଷ୍ଟ ଏକ ବିଦୁ୍ୟତ୍ ପ୍ରକଳ୍ପରୁ ଯାଇଥିବା ଟ୍ରାନ୍ସମିଶନ ଲାଇନକୁ କ୍ଷତିଗ୍ରସ୍ତ କରିବା ପାଇଁ ଆତଙ୍କବାଦୀମାନେ ଉଦ୍ୟମ କରିଥିବାର ଜଣାପଡିଥିଲା । ସେମାନେ ଏହି ପ୍ରକଳ୍ପ ସହ ଜଡିତ ଏକ ବିଦୁ୍ୟତ୍ ଟାୱାରର ଚାରୋଟି ଖୁଣ୍ଟି ମଧ୍ୟରୁ ଦୁଇଟିର ଆଧାରକୁ ଗ୍ୟାସ୍ କଟର ସାହାଯ୍ୟରେ କାଟି ଦେଇଥିଲେ । ମାତ୍ର ଗ୍ୟାସ୍ ସରିଯିବାରୁ ବାକି ଦୁଇଟି ଖୁଣ୍ଟି କାଟିନପାରି ସେଠାରୁ ପଳାଇଥିଲେ । ଏହାଯୋଗୁ ଟାୱାରଟି ବର୍ତ୍ତି ଯାଇଥିଲା । ନଚେତ କାଶ୍ମୀର ଘାଟିରେ ବିଦୁ୍ୟତ୍ ଯୋଗାଣ ପ୍ରଭାବିତ ହୋଇଥାନ୍ତା । ଅନ୍ୟପଟରେ, ଆତଙ୍କବାଦୀମାନଙ୍କର ଏଭଳି ଯୋଜନାକୁ ପଣ୍ଡ କରିବା ପାଇଁ ଭାରତୀୟ ସୁରକ୍ଷା ଏଜେନ୍ସି ବି ରଣନୀତି ପ୍ରସ୍ତୁତ କରୁଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons