ନୂଆଦିଲ୍ଲୀ: ଦକ୍ଷିଣ ଭାରତକୁ ଏବେ ଟାର୍ଗେଟ କରିଛନ୍ତି ପାକ୍ ଆତଙ୍କବାଦୀ । ଦକ୍ଷିଣ ଭାରତର କିଛି ଗୁରୁତ୍ୱପୂର୍ଣ୍ଣ ପ୍ରତିÂାନ ଏବଂ ପ୍ରତିରକ୍ଷା କେନ୍ଦ୍ର ଉପରେ ଆକ୍ରମଣ ପାଇଁ ଆତଙ୍କୀ ଷଡ଼ଯନ୍ତ୍ର କରୁଛନ୍ତି । ଆଶଙ୍କା ରହିଛି । ଗୁଇନ୍ଦା ସୂଚନା ଆଧାରରେ ଭାରତୀୟ ସେନା ଏଭଳି ଆଶଙ୍କା ବ୍ୟକ୍ତ କରିଛି । ସ୍ଥଳସେନାର ଦକ୍ଷିଣ କମାଣ୍ଡର ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ଏସ କେ ସୈନି ଆଜି ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଦକ୍ଷିଣ ଭାରତକୁ ଆତଙ୍କବାଦୀମାନେ ଟାର୍ଗେଟ କରିପାରନ୍ତି ବୋଲି ସେନା ପାଖରେ ନିର୍ଦ୍ଧିଷ୍ଟ ସୂଚନା ଅଛି । ଏହାକୁ ଦୃଷ୍ଟିରେ ରଖି ସମଗ୍ର ଦକ୍ଷିଣ ଭାରତରେ ସେନା ପକ୍ଷରୁ ହାଇଆଲର୍ଟ ଜାରି କରାଯାଇଛି ।
ସେନାର ସୂଚନା ଅନୁସାରେ କେରଳର ବିଭିନ୍ନ ଜିଲ୍ଲାର ଏସପିଙ୍କୁ ସର୍ବୋଚ୍ଚ ସତର୍କତା ଅବଲମ୍ବନ କରିବାକୁ ନିଦେ୍ର୍ଧଶ ଦିଆଯାଇଥିବା ଡିଜିପି ଲୋକନାଥ ବେହେରା କହିଛନ୍ତି ।
ସେ କହିଛନ୍ତି, ଗୁଜରାଟ ସଂଲଗ୍ନ ସାରକ୍ରିକ୍ ଅଞ୍ଚଳରୁ କିଛି ପରିତ୍ୟକ୍ତ ଏବଂ ସନ୍ଦିଗ୍ଧ ବୋଟ୍ ମିଳିଛି । ଏସବୁ ବୋଟ୍ରେ ପାକ୍ ଆତଙ୍କବାଦୀମାନେ ଆସିଥାଇ ପାରନ୍ତି । ଏହା ଜଣାପଡ଼ିବା ପରେ ସେନା ପକ୍ଷରୁ ବିଭିନ୍ନ ଅଞ୍ଚଳରେ ତଲାସୀ କରାଯାଉଛି । ଏଭଳି ଯୋଜନାକୁ ଭଣ୍ଡୁର କରିବା ପାଇଁ ସୁରକ୍ଷା ଏଜେନ୍ସି ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରୁଛନ୍ତି । ସୁରକ୍ଷା ଏଜେନ୍ସିଗୁଡିକ ଗତ ଅଗଷ୍ଟ ୩୦ରେ ସାରକି୍ରକ ଅଞ୍ଚଳ ଦେଇ ପାକ୍ ଆତଙ୍କୀଙ୍କ ପ୍ରବେଶ ଆଶଙ୍କା ପ୍ରକାଶ କରିଥିଲେ । ଏଥିସହିତ ଅଧିକ ସତର୍କ ରହିବାକୁ ସେନାକୁ ପରାମର୍ଶ ଦେଇଥିଲା । ଗତ ଅଗଷ୍ଟରେ ପାକିସ୍ତାନୀ ସେନା ଏହାର ଏସଏସ୍ଜି କମାଣ୍ଡୋଙ୍କୁ ସାରକ୍ରିକ ଅଞ୍ଚଳରେ ନିୟୋଜିତ କରିଥିଲା । ଏହି କମାଣ୍ଡୋଙ୍କୁ ବର୍ଡର ଆକ୍ସନ ଟିମ୍ (ବାଟ୍) ମଧ୍ୟ କୁହାଯାଉଛି ।
ଅପରପକ୍ଷରେ, ଭାରତୀୟ ଗୁଇନ୍ଦା ସଂସ୍ଥା ନିଜ ରିପୋର୍ଟରେ କହିଛନ୍ତି ଯେ ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଇବା ଜମ୍ମୁ-କାଶ୍ମୀର ସ୍ଥିତ ଭାରତୀୟ ସେନାର କେତେକ କ୍ୟାମ୍ପ ଉପରେ ଆକ୍ରମଣ କରିବାକୁ ଯୋଜନା କରିଛି । ଏଥିପାଇଁ ଚାରି ଜଣ ଲସ୍କର ଆତଙ୍କବାଦୀଙ୍କୁ ନିୟୋଜିତ କରାଯାଇଛି । ସେମାନେ ଜମ୍ମୁ ଡିଭିଜନ ଅନ୍ତର୍ଗତ ସାମ୍ବା ଜିଲାର ବରୀ ବ୍ରାହ୍ମଣ କ୍ୟାମ୍ପ, କାଲୁଚକ ଏବଂ ସୁଜୱାନ ସେନା କ୍ୟାମ୍ପକୁ ଟାର୍ଗେଟ କରିବା ପାଇଁ ଷଡ଼ଯନ୍ତ୍ର କରିଛନ୍ତି । ଏହି ଆତଙ୍କବାଦୀମାନେ ସୋପିଆନ ଜିଲା ସଂଲଗ୍ନ ସୀମା ଦେଇ ଅନୁପ୍ରବେଶ କରିବା ପରେ ଜମ୍ମୁକୁ ଆସି ଆକ୍ରମଣ କରିବାକୁ ଯୋଜନା କରିଛନ୍ତି ।
ସୀମାରେ ଆତଙ୍କୀ ଅନୁପ୍ରବେଶର ଭିଡିଓ ଜାରି
ଭାରତୀୟ ସେନା ଆଜି ଏକ ଭିଡିଓ ଜାରି କରିଛି ଯେଉଁଥିରେ ପାକ୍ ସେନା ସହଯୋଗରେ କିଛି ଆତଙ୍କବାଦୀ ଜମ୍ମୁ-କାଶ୍ମୀର ସଂଲଗ୍ନ ଏଲଓସିର କେରନ ସେକ୍ଟର ଦେଇ ଭାରତ ଭିତରକୁ ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଛନ୍ତି ଏବଂ ଭାରତୀୟ ସେନା ସେମାନଙ୍କର ପ୍ରତିରୋଧ କରୁଥିବାର ଦେଖାଯାଉଛି । ଏହି ଘଟଣାଟି ହେଉଛି ଅଗଷ୍ଟ ପ୍ରଥମ ସପ୍ତାହର । ସେତେବେଳେ ଭାରତୀୟ ସେନା କାର୍ଯ୍ୟାନୁÂାନରେ ଆତଙ୍କବାଦୀମାନଙ୍କୁ କଭର ଫାୟାର ଦେଉଥିବା ପାକିସ୍ତାନୀ ସେନାର ୫ ଜଣ କମାଣ୍ଡୋ ନିହତ ହୋଇଥିଲେ । ଏହି ଭିଡିଓରେ ନିହତ ୫ ପାକ୍ କମାଣ୍ଡୋଙ୍କ ମୃତଦେହ ମଧ୍ୟ ଏଣେତେଣେ ପଡ଼ିଥିବାର ଦେଖାଯାଉଛି ।
ଅଲ ବଦରର ଚେତାବନୀ
କାଶ୍ମୀରରେ ସକ୍ରିୟ ଥିବା ଆତଙ୍କବାଦୀ ସଂଗଠନ ଅଲ ବଦର ବିଭିନ୍ନ ସ୍ଥାନରେ ଧମକପୂର୍ଣ୍ଣ ପୋଷ୍ଟର ମାରିଛି । ଏଥିରେ ସ୍ଥାନୀୟ ଲୋକଙ୍କୁ ଦୋକାନବଜାର ବନ୍ଦ ରଖିବା ସହିତ ଭାରତୀୟ ସୁରକ୍ଷା ଏଜେନ୍ସିଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିବାକୁ କୁହାଯାଇଛି । ପୁଲିସକର୍ମୀଙ୍କ ପରିବାରକୁ ବୟକଟ କରିବା ପାଇଁ ମଧ୍ୟ ଏଥିରେ ଆହ୍ୱାନ କରାଯାଇଛି ।
Comments are closed, but trackbacks and pingbacks are open.