ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଆତଙ୍କବାଦୀଙ୍କ ଟାର୍ଗେଟରେ । ସେମାନଙ୍କୁ ହତ୍ୟା କରିବା ପାଇଁ ଆତଙ୍କୀ ସଙ୍ଗଠନ ଜୈସ-ଇ-ମହମ୍ମଦ ଷଡ଼ଯନ୍ତ୍ର କରୁଛି । ଭାରତୀୟ ଗୁଇନ୍ଦାଙ୍କୁ ମିଳିଛି ଏହି ସୂଚନା ।
ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ହଟାଯିବା ପରେ ଅସହାୟ ହୋଇପଡ଼ିଥିବା ପାକିସ୍ତାନ ଏବେ ରାଗ ସୁଝାଇବା ସକାଶେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଏବଂ ଶ୍ରୀ ଡୋଭାଲଙ୍କୁ ହତ୍ୟା କରିବାକୁ ଚାହୁଁଛି । ଏଥିପାଇଁ ଜୈସ ଆତଙ୍କବାଦୀଙ୍କୁ ନିୟୋଜିତ କରିଛି ।
ଭାରତୀୟ ଗୁଇନ୍ଦା ସଂସ୍ଥା ପାକିସ୍ତାନର ଏଭଳି ଷଡ଼ଯନ୍ତ୍ରର ସୁରାକ ପାଇଛନ୍ତି । ଭାରତରେ ଲୁଚିଥିବା ଜୈସର ଜଣେ ଆତଙ୍କବାଦୀ ସମ୍ସେର ୱାନି ଏବଂ ପାକିସ୍ତାନରେ ଥିବା ତା’ର ହ୍ୟାଣ୍ଡଲର ଭିତରେ ହୋଇଥିବା କଥାବାର୍ତ୍ତାର ରେକର୍ଡ ଗୁଇନ୍ଦା ଅଧିକାରଙ୍କ ହସ୍ତଗତ ହୋଇଛି । ଏଥିରୁ ମିଳିଥିବା ସୂଚନା ଅନୁସାରେ, ଭାରତର କେତେ ଜଣ ଅତି ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିବିଶେଷ ଯେପରିକି ପ୍ରଧାନମନ୍ତ୍ରୀ ଏବଂ ଏନ୍ଏସ୍ଙ୍କ ଉପରେ ଆକ୍ରମଣ କରିବା ପାଇଁ ଆଇଏସଆଇ ନିଦେ୍ର୍ଧଶ ଦେଇଛି । ଆଇଏସଆଇରେ କାମ କରୁଥିବା ଜଣେ ମେଜର ଏହାର ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିବା ସହ ଏହି ପ୍ଲାନ କିଭଳି କାର୍ଯ୍ୟକାରୀ ହେବ ତାହା ଦାୟିତ୍ୱରେ ଅଛନ୍ତି । ଜୈସ ଆତଙ୍କବାଦୀମାନଙ୍କୁ ଏହି ଆକ୍ରମଣ କରିବା ପାଇଁ ଦାୟିତ୍ୱ ଦିଆଯାଇଛି ।
ଏହି ସୂଚନା ମିଳିବା ପରେ ପଠାନକୋଟ, ଉଧମପୁର, କାନପୁର, ଲକ୍ଷେ୍ନø, ଅମୃତସର ସମେତ ଦେଶର ୩୦ଟି ପ୍ରମୁଖ ସହରରେ ଆଲର୍ଟ ଜାରି କରାଯାଇଛି । ସୁରକ୍ଷା ଏଜେନ୍ସିଗୁଡ଼ିକ ଏନ୍ଏସ୍ଏ ଡୋଭାଲଙ୍କ ସୁରକ୍ଷାର ସମୀକ୍ଷା କରିଛନ୍ତି । ଡୋଭାଲ ଏବେ ଜେଡ ପ୍ଲସ ସୁରକ୍ଷା ଘେରରେ ରହୁଛନ୍ତି । ସେ ଉରି ଆକ୍ରମଣ ପରେ ପିଓକେରେ କରାଯାଇଥିବା ସର୍ଜିକାଲ ଷ୍ଟ୍ରାଇକ୍ ଏବଂ ପୁଲୱାମା ବିସ୍ଫୋରଣ ପରେ ବାଲାକୋଟ ଆକ୍ରମଣର ମୁଖ୍ୟ ଭୂମିକା ନିର୍ବାହ କରିଥିଲେ । ଏଥିପାଇଁ ଆଇଏସଆଇ ଏବଂ ଆତଙ୍କବାଦୀଙ୍କ ଟାର୍ଗେଟରେ ସେ ଅଛନ୍ତି ।
ବାଲାକୋଟରେ ନିଜର ଅନେକ ସଦସ୍ୟଙ୍କୁ ହରାଇବା ଏବଂ କାଶ୍ମୀରରେ ଏନ୍କାଉଣ୍ଟରରେ ନିଜର ସମସ୍ତ ପ୍ରମୁଖ କମାଣ୍ଡରମାନଙ୍କ ନିହତ ହେବା ଘଟଣାର ପ୍ରତିଶୋଧ ନେବାକୁ ଚାହୁଁଛି ଜୈସ । ଏଥିପାଇଁ ଭାରତରେ ଏକ ବଡ଼ଧରଣର ଆକ୍ରମଣ କରିବା ପାଇଁ ଉଦ୍ୟମ ଚଳାଇଛି । ଏପରି କରି ପାକିସ୍ତାନ ଭିତରେ ନିଜର ସ୍ଥିତିକୁ ଆହୁରି ମଜଭୁତ କରିପାରିବ ବୋଲି ମନେ କରୁଛି ।
ସେହିପରି ଆତଙ୍କୀ ସଙ୍ଗଠନର ଲସ୍କର-ଇ-ତୋଇବା ମୁଖିଆ ହାଫିଜ ସଇଦ ମଧ୍ୟ ଉତ୍ତର ପ୍ରଦେଶର ବାରାଣସୀରେ ଏକ ଆଡ୍ଡା ପ୍ରତିÂା କରିବାକୁ ଯୋଜନା କରୁଥିବା ଗୁଇନ୍ଦା ସୂଚନା ମିଳିଛି । ଆସନ୍ତା ଦିନରେ ବାରାଣସୀରେ ବଡ଼ଧରଣର ବିସ୍ଫୋରଣ କରିବାକୁ ଲସ୍କର ବଡ଼ ଷଡ଼ଯନ୍ତ୍ର କରୁଛି ।
Comments are closed, but trackbacks and pingbacks are open.