‘ଆତ୍ମନିର୍ଭର ଭାରତରେ ତୈଳ ଓ ଗ୍ୟାସ କ୍ଷେତ୍ର ପାଇଁ ୨୦୩୦ର ଭିଜନ’ ୱେବିନାରରେ ଧର୍ମେନ୍ଦ୍ରଙ୍କ ବକ୍ତବ୍ୟ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ୨୦୨୨ ସୁଦ୍ଧା ଦେଶର ଅଶୋଧିତ ତୈଳ ଆମଦାନୀ ୧୦ ପ୍ରତିଶତ ହ୍ରାସ ପାଇଁ ଭାରତ ସରକାର ରୋଡମ୍ୟାପ୍ ପ୍ରସ୍ତୁତ କରିଛନ୍ତି ବୋଲି ବୁଧବାର ସ୍ୱରାଜ୍ୟ ପକ୍ଷରୁ ଆୟୋଜିତ ‘ଆତ୍ମନିର୍ଭର ଭାରତରେ ତୈଳ ଓ ଗ୍ୟାସ କ୍ଷେତ୍ର ପାଇଁ ୨୦୩୦ର ଭିଜନ’ ଶୀର୍ଷକ ୱେବିନାରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ସରକାର ଇଜ୍ ଅଫ୍ ଡୁଇଂ ବିଜ୍ନେସକୁ ସର୍ବାଧିକ ପ୍ରାଥମିକତା ଦେଉଥିବା ବେଳେ ଆଗାମୀ ଦିନରେ ଭାରତ ବିଶ୍ୱ ଉର୍ଜ୍ଜା ଚାହିଦା ଅଭିବୃଦ୍ଧିର ନେତୃତ୍ୱ ନେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି, ବର୍ତ୍ତମାନ ଭାରତ ବିଶ୍ୱ ପ୍ରାଥମିକ ଉର୍ଜ୍ଜାର କେବଳ ୬ଧ ବ୍ୟବହାର କରୁଛି । ଏହା ସତ୍ତେ୍ୱ ଭାରତର ମୁଣ୍ଡ ପିଛା ଉର୍ଜ୍ଜା ବ୍ୟବହାର ବିଶ୍ୱ ହାରାହାରିର ଏକ ତୃତୀୟାଂଶ ରହିଛି । ମାତ୍ର ଏଥିରେ ଦ୍ରୁତ ବୃଦ୍ଧି ପରିଲକ୍ଷିତ ହେଉଛି । ଆଗାମୀ ଦିନରେ ଭାରତ ବିଶ୍ୱ ଉର୍ଜ୍ଜା ଚାହିଦା ଅଭିବୃଦ୍ଧିର ନେତୃତ୍ୱ ନେବ କାରଣ ୨୦୪୦ ସୁଦ୍ଧା ଭାରତର ନିଜର ବାର୍ଷିକ ଉର୍ଜ୍ଜା ବ୍ୟବହାରରେ ୩ଧ ବୃଦ୍ଧି ଘଟିବ ବୋଲି ଆକଳନ କରାଯାଇଛି । ୨୦୪୦ ସୁଦ୍ଧା ମଜଭୁତ୍ ଅର୍ଥନୈତିକ ଅଭିବୃଦ୍ଧି ସହ ଭାରତର ମୋଟ ବିଶ୍ୱ ପ୍ରାଥମିକ ଉର୍ଜ୍ଜା ଚାହିଦାର ସେୟାର ଦୁଇ ଗୁଣା ବୃଦ୍ଧି ପାଇ ପ୍ରାୟ ୧୧% ହେବ ।
ଅପରପକ୍ଷରେ ଉର୍ଜ୍ଜା କ୍ଷେତ୍ର ତଥା ବିକଳ୍ପ ଇନ୍ଧନ ପ୍ରସ୍ତୁତ ଦିଗରେ ଆମର ବିଭିନ୍ନ ପଦକ୍ଷେପ ସତ୍ତେ୍ୱ ୨୦୪୦ ସୁଦ୍ଧା ଭାରତର ତୈଳ ଚହିଦା ଦୁଇଗୁଣିତ ହେବ ଏବଂ ଗ୍ୟାସ ଚାହିଦା ତିନି ଗୁଣା ବୃଦ୍ଧି ପାଇବ । ଅର୍ଥନୀତି ଅଭିବୃଦ୍ଧି କରିବା ଓ ଉର୍ଜ୍ଜା ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ଆମେ ଆମର ବିଶୋଧନାଗାର କ୍ଷମତା ୨୫୦ ଏମ୍ଏମ୍ଟିପିଏରୁ ୪୫୦ ଏମ୍ଏମ୍ଟିପିଏ ପର୍ଯ୍ୟନ୍ତ ସଂପ୍ରସାରଣ କରାଯାଉଛି । ଏହା ଭାରତକୁ ପେଟ୍ରୋଲିୟମ ସାମଗ୍ରୀ ଯୋଗାଣରେ ଆତ୍ମନିର୍ଭର କରିବାରେ ସହାୟକ ହେବ ।
ଭାରତର ଉର୍ଜ୍ଜା ନ୍ୟାୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ବିଶେଷ ରୋଡମ୍ୟାପ ରହିଛି । ଉର୍ଜ୍ଜାର ଉପଲବ୍ଧି, ସମସ୍ତଙ୍କୁ ଉର୍ଜ୍ଜା ଯୋଗାଇବା, ଗରିବଙ୍କ ପାଇଁ ସୁଲଭ ମୂଲ୍ୟରେ ଉର୍ଜ୍ଜା ଯୋଗାଇବା, ଉର୍ଜ୍ଜା ବ୍ୟବହାରରେ ଦକ୍ଷତା ଏବଂ ଜଣେ ଦାୟିତ୍ୱବାନ ବୈଷୟିକ ନାଗରିକ ଭାବେ ଜଳବାୟୁ ପରିବର୍ତ୍ତନକୁ ମୁକାବିଲା କରିବା ପାଇଁ ସ୍ଥାୟୀ ଉର୍ଜ୍ଜାକୁ ଆଧାର କରି ଆମେ ଆଗାମୀ ପିଢ଼ିର ଭିତ୍ତିଭୂମି ବିକାଶ କରୁଛୁ ।
୨୦୩୦ ସୁଦ୍ଧା ଅକ୍ଷୟ ଉର୍ଜ୍ଜା କ୍ଷେତ୍ରରେ ୪୫୦ ଗିଗାୱାଟ ଲକ୍ଷ୍ୟ ହାସଲ କରିବା ବ୍ୟତିତ ଭାରତ ଗ୍ୟାସ ଆଧାରିତ ଅର୍ଥନୀତି ଦିଗରେ ସମନ୍ୱିତ ବିକାଶ, ଜୀବାଶ୍ମ ଇନ୍ଧନର ବ୍ୟବହାର, ହାଇଡ୍ରୋଜେନ ଭଳି ଇନ୍ଧନକୁ ଗୁରୁତ୍ୱ ଓ ଡିଜିଟାଲ ଟେକ୍ନୋଲୋଜି ଉପରେ ଅଧିକ ଧାନ ଦେଉଛି । ଆମର ଉର୍ଜ୍ଜା ଏଜେଣ୍ଡା ଅନ୍ତର୍ଭୃକ୍ତିକରଣ ଏବଂ ବଜାର ଆଧାରିତ ଓ ଜଳବାୟୁ ସହଯୋଗୀ ।
କରୋନା ମହାମାରୀ ମଧ୍ୟରେ ଭାରତୀୟମାନେ ଆତ୍ମନିର୍ଭର ହେବାକୁ ସଂକଳ୍ପବଦ୍ଧ ଅଛନ୍ତି ଏବଂ ଆତ୍ମନିର୍ଭର ଭାରତ ସମସ୍ତଙ୍କ ମନରେ ଅଛି । ଏହି ସ୍ୱପ୍ନ ଏକ ପ୍ରତିଶ୍ରୁତିରେ ପରିଣତ ହେଉଛି । ଆଜି ୧୩୦ କୋଟି ଭାରତୀୟଙ୍କ ପାଇଁ ଆତ୍ମନିର୍ଭର ଭାରତ ଏକ ମନ୍ତ୍ର ହୋଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons