ଆଦିବାସୀ ମାନ୍ୟତା ଦାବି:ଦୁରୁଆ ସମାଜର ଧାରଣା

Get real time updates directly on you device, subscribe now.

କୁନ୍ଦୁରା,(ବି.ବି.ନୁ୍ୟଜ): କୁନ୍ଦୁରା ବ୍ଲକ୍ ଅଞ୍ଚଳରେ ବସବାସ କରୁଥିବା ଆଦିବାସୀଙ୍କୁ ଆଦିବାସୀ ପ୍ରମାଣପତ୍ର ପ୍ରଦାନ କରାଯାଉ, ନହେଲେ ସେମାନଙ୍କୁ ସାଧାରଣ ବର୍ଗ ଭାବେ ଘୋଷଣା କରାଯାଉ । ଏଭଳି ଦାବି କରି କୁନ୍ଦୁରା ଦୁରୁଆ ସମାଜ ପକ୍ଷରୁ ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ଆଗରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଦିଆଯାଇଛି । ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନେ୍ଦାଳନ ଚାଲୁ ରହିବ ବୋଲି ସମାଜ ପକ୍ଷରୁ କୁହାଯାଇଛି ।
ସମାଜ ଅଭିଯୋଗ କରିଛି ଯେ, କୋରାପୁଟ ଜିଲ୍ଲାକୁ ଛାଡି ଦେଲେ ଅନ୍ୟ ଜିଲ୍ଲାଗୁଡିକରେ ଦୁରୁଆ, ଦୁରୁବା, ଧାରୁଆ, ଧୁରୁଦା, ଧୁରୁଭା ଆଦି ଆଦିବାସୀ ଜନଜାତିଙ୍କୁ ଆଦିବାସୀ ମାନ୍ୟତ ପ୍ରଦାନ କରାଯାଇ ପ୍ରମାଣପତ୍ର ପ୍ରଦାନ କରାଯାଇଛି । କିନ୍ତୁ ଦୁଃଖର ବିଷୟ, ଜନଗଣନା ସମୟରେ କେତେକ ଅସାଧୁ କର୍ମଚାରୀଙ୍କ ଅବହେଳା ଯୋଗୁ ଆଜି ସେମାନଙ୍କ ପିଲାମାନେ ପ୍ରତି କ୍ଷେତ୍ରରେ ଅସୁବିଧା ଭୋଗୁଛନ୍ତି । ନା ସେମାନଙ୍କୁ ଆଦିବାସୀ ମାନ୍ୟତା ପ୍ରଦାନ କରାଯାଉଛି ନା ସାଧାରଣ ବର୍ଗରେ ସାମିଲ କରାଯାଉଛି । ସଭା ସମିତିଠାରୁ ଆରମ୍ଭ କରି ଆଦିବାସୀ କାର୍ଯ୍ୟକ୍ରମରେ ଦୁରୁଆ ସଂପ୍ରଦାୟର ପ୍ରତି ସାମଗ୍ରୀକୁ ଆଦିବାସୀ ବୋଲି ଦର୍ଶାଯାଉଛି । କିନ୍ତୁ ବିଡମ୍ବନାର ବିଷୟ, ଏ ସମ୍ପର୍କରେ ବ୍ଲକ୍, ଜିଲ୍ଲା, ରାଜ୍ୟସ୍ତରରେ ମୁଖ୍ୟମନ୍ତ୍ରୀଙ୍କୁ ବାରମ୍ବାର ଦାବିପତ୍ର ପ୍ରଦାନ କରାଯିବା ପରେ କୌଣସି ସୁଫଳ ମିଳୁନି । ଯାହାଫଳରେ ଆଦିବାସୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ନଷ୍ଟ ହେବାରେ ଲାଗିଛି ବୋଲି ଦୁରୁଆ ସମାଜ ସଭାପତି ଚକ୍ରବତୀ ଦୁରୁଆ, ସମ୍ପାଦକ କାବେରୀ ଦୁରୁଆ, ଉପସଭାପତି ରାଇମତି ଦୁରୁଆ, ଉପଦେଷ୍ଟା ଚନ୍ଦ୍ର ସଗରିଆଙ୍କ ସମେତ ଶତାଧିକ ଦୁରୁଆ ପରିବାର ଅଭିଯୋଗ କରିଛନ୍ତି । ଯେତେଦିନ ପର୍ଯ୍ୟନ୍ତ ସେମାନଙ୍କ ଦାବି ପୂରଣ ନହୋଇଛି, ସେତେଦିନ ପର୍ଯ୍ୟନ୍ତ ଏହି ଆନେ୍ଦାଳନ ଚାଲୁ ରହିବ ବୋଲି ଦୁରୁଆ ସମାଜ ପକ୍ଷରୁ ଚେତାବନୀ ଦିଆଯାଇଛି । ଆଜିର ଏହି ଧାରଣାରେ କୁନ୍ଦୁରା ବ୍ଲକ୍ ସମେତ ବୈପାରିଗୁଡା, କୋଟପାଡ ବ୍ଲକ୍ର ଦୁରୁଆ ସମାଜର ଶତାଧିକ ପରିବାର ସାମିଲ ହୋଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons