ଭୁବନେଶ୍ୱର,(ବି.ବି.ବୁ୍ୟରୋ): କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ଭିଡିଓ କନ୍ଫରେନ୍ସିଂ ଆପ୍ “ମାଇଓଆର୍ଜି୩୬୦’ ଜରିଆରେ ଏହି ଆପକୁ ବିକଶିତ କରିଥିବା ଏନ୍ଆଇଟି ରାଉରକେଲାର ଛାତ୍ରଛାତ୍ରୀ ଟିମ୍ ସହ କଥା ହୋଇଛନ୍ତି । ଲକ୍ଡାଉନ୍ ଭଳି ସାଂପ୍ରତିକ ସ୍ଥିତିରେ ଏହି ଆପକୁ ତିଆରି କରିଥିବାରୁ ଶ୍ରୀ ପ୍ରଧାନ ଛାତ୍ରଛାତ୍ରୀ ଦଳକୁ ଅଭିନନ୍ଦନ ଜଣାଇବା ସହ ଏହି ଆପ୍ ଆଧୁନିକ ଯୋଗାଯୋଗର ପ୍ରମୁଖ ମାଧ୍ୟମ ହେବ ବୋଲି ମତବ୍ୟକ୍ତ କରିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି, ଏନ୍ଆଇଟି ରାଉରକେଲାର ଛାତ୍ରଛାତ୍ରୀମାନେ ଏକ ଭିଡିଓ ଆପକୁ ତିଆରି କରିବାର ଅଭିନବ ପ୍ରୟାସ ସାଂପ୍ରତିକ ସମୟରେ ସ୍ୱାଗତଯୋଗ୍ୟ ପଦକ୍ଷେପ । ବିଶେଷ ଭାବରେ କୋଭିଡ୍-୧୯ ସମୟରେ ପ୍ରସ୍ତୁତ ଏହି ଆପ୍ ଡିଜିଟାଲ ଯୋଗାଯୋଗର ସ୍ୱଦେଶୀ ଉପକରଣ ହୋଇପାରିବ ବୋଲି ସେ କହିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି, ଯୁବପିଢ଼ିଙ୍କ ଏପରି ଉଦ୍ୟମ ପ୍ରଶଂସନୀୟ । ବିଶେଷଭାବେ ରାଉରକେଲାର ଏନ୍ଆଇଟି ଛାତ୍ରଛାତ୍ରୀଙ୍କ ଦ୍ୱାରା ବିକଶିତ ଏହି ଆପ୍ ଲୋକଙ୍କୁ ଘରେ ରହି ମଧ୍ୟ ଅନ୍ଲାଇନ୍ରେ ଯୋଗାଯୋଗ କରିବାରେ ପ୍ରମୁଖ ଭୂମିକା ନେବ ।
ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି, ଭିଡିଓ କନଫରେନ୍ସିଂ ଆପ୍ର ଟ୍ରାଏଲ୍ ଭର୍ସନରେ ଏନ୍ଆଇଟି ରାଉରକେଲାର ଛାତ୍ରଛାତ୍ରୀଙ୍କ ସହ ଯୋଗାଯୋଗ କଲି । ଏହି ଯୁବକଯୁବତୀଙ୍କ କାମ ମୋତେ ପ୍ରଭାବିତ କରିଛି । ଆପକୁ ବିକଶିତ କରିଥିବା ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ । ଡିଜିଟାଲ ଦୁନିଆକୁ ପରିବର୍ତ୍ତନ କରିବାର ଉଦ୍ୟମ କରୁଥିବା ଛାତ୍ରଛାତ୍ରୀଙ୍କ ଆଗାମୀ ଦିନର ସଫଳତା କାମନା କରୁଛି ।
Comments are closed, but trackbacks and pingbacks are open.