ଆନେ୍ଦାଳନରତ ଆଇନଜୀବୀଙ୍କ ଲାଇସେନ୍ସ ବାତିଲ ହେବ

Get real time updates directly on you device, subscribe now.

କଟକ,(ବି.ବି.ବୁ୍ୟରୋ): ବାରମ୍ବାର ତାଗିଦ୍ ସତ୍ତେ୍ୱ ବିଭିନ୍ନ ବାର୍ ଆସୋସିଏସନ୍ ଆଇନଜୀବୀମାନେ ଆନେ୍ଦାଳନ ପ୍ରତ୍ୟାହାର କରୁନଥିବାରୁ ସୁପ୍ରିମ୍କୋର୍ଟ ଆଜି କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଯେଉଁସବୁ ଆଇନଜୀବୀମାନେ ଆନେ୍ଦାଳନ ଜାରି ରଖିଛନ୍ତି ସେମାନଙ୍କୁ ଓକିଲାତି ଲାଇସେନ୍ସ ବାତିଲ କରିବା ପାଇଁ ସୁପ୍ରିମକୋର୍ଟ ନିଦେ୍ର୍ଧଶ ଦେଇଛନ୍ତି । ଆନେ୍ଦାଳନରତ ଆଇନଜୀବୀଙ୍କ ତାଲିକା ରାଜ୍ୟ ଆଇନଜୀବୀ ପରିଷଦ ଭାରତୀୟ ଆଇନଜୀବୀ ପରିଷଦ(ବିସିଆଇ)କୁ ପଠାଇବ । ବିସିଆଇ ଏହି ସବୁ ଆଇନଜୀବୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁÂାନ ଗ୍ରହଣ କରିବା ସହ ସେମାନଙ୍କ ଲାଇସେନ୍ସ ବାତିଲ୍ ପାଇଁ ପଦକ୍ଷେପ ନେବ ବୋଲି ସୁପ୍ରିମ୍କୋର୍ଟ ଆଜି ନିଦେ୍ର୍ଧଶ ଦେଇଛନ୍ତି । ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ଏହି ପଦକ୍ଷେପ ଗ୍ରହଣ କରିବାକୁ ସୁପ୍ରିମ୍କୋର୍ଟ ତାଙ୍କ ଆଦେଶରେ ସ୍ପଷ୍ଟ କରିଛନ୍ତି ।
ସେହିପରି କୌଣସି ବାର୍ ପକ୍ଷରୁ ଆନେ୍ଦାଳନ ଯୋଗୁଁ ମାସକୁ ୫ଦିନ ହେଉ ଅବା ୩ଦିନ, ଯଦି ଅଦାଲତ ବନ୍ଦ କରାଯାଉଥାଏ ତେବେ ସେ ସମସ୍ତ ଅଦାଲତର ମାମଲାଗୁଡ଼ିକୁ ନିକଟତମ କୋର୍ଟକୁ ସ୍ଥାନାନ୍ତର କରିବା ଲାଗି ସୁପ୍ରିମ୍କୋର୍ଟ ନିଦେ୍ର୍ଧଶ ଦେଇଛନ୍ତି । ବିଭିନ୍ନ ଦାବି ନେଇ ଯେଉଁସବୁ ଅଦାଲତରେ ଦୀର୍ଘଦିନ ହେବ ଆନେ୍ଦାଳନ ଚାଲିଛି ସେହିସବୁ ଅଦାଲତର ମାମଲାଗୁଡ଼ିକୁ ନିକଟତମ ଅଦାଲତକୁ ସ୍ଥାନାନ୍ତର କରିବାକୁ ସୁପ୍ରିମ୍କୋର୍ଟ ଗତଥର ଆଦେଶ ଦେଇଥିଲେ । ତେବେ କିଛି ଅଦାଲତରେ ନିୟମିତ ଭାବେ ନହେଲେ ମଧ୍ୟ ଅନେକ ସମୟରେ କାର୍ଯ୍ୟବନ୍ଦ ଆନେ୍ଦାଳନ କରାଯାଉଥିବା ନେଇ ଆଜି ସୁପ୍ରିମକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଫଳରେ ସୁପ୍ରିମ୍କୋର୍ଟ ଆଜି ମାମଲା ସ୍ଥାନାନ୍ତର ନେଇ ନୂତନ ଆଦେଶ ଦେଇଛନ୍ତି । ତେବେ ମାମଲା ସବୁ ସ୍ଥାନାନ୍ତର ପାଇଁ ଦୁଇ ସପ୍ତାହ ସମୟ ଦେବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରାର୍ଥନା କରାଯାଇଥିଲା । ସର୍ବୋଚ୍ଚ ଅଦାଲତ ଏହି ପ୍ରାର୍ଥନାକୁ ଗ୍ରହଣ କରି ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ମାମଲାକୁ ନିକଟତମ ଅଦାଲତକୁ ସ୍ଥାନାନ୍ତର ପାଇଁ ନିଦେ୍ର୍ଧଶ ଦେଇଛନ୍ତି ।
ଅପରପକ୍ଷରେ ସୁପ୍ରିମ୍କୋର୍ଟରେ ଓକିଲାତି କରୁଥିବା ଜଣେ ଆଇନଜୀବୀଙ୍କୁ ହାଇକୋର୍ଟ ବିଚାରପତି ଭାବେ ନିଯୁକ୍ତି ପାଇଁ ସୁପାରିସ କରାଯାଇପାରିବ କି’ ନାହିଁ ସେ ନେଇ ଲାଗି ରହିଥିବା ବିବାଦ ଉପରେ ମଧ୍ୟ ସୁପ୍ରିମ୍କୋର୍ଟ ଆଜି ରାୟ ଶୁଣାଇଛନ୍ତି । ହାଇକୋର୍ଟ ପାଇଁ ବିଚାରପତି ଚୟନ ବେଳେ ସୁପ୍ରିମ୍କୋର୍ଟର ଆଇନଜୀବୀଙ୍କ କଥାକୁ ବିଚାରକୁ ନେବାକୁ ସର୍ବୋଚ୍ଚ ଅଦାଲତ ପରାମର୍ଶ ଦେଇଛନ୍ତି । ସୁପ୍ରିମ୍କୋର୍ଟର ବିଚାରପତି ଜଷ୍ଟିସ୍ ସଞ୍ଜୟ କିଶାନ୍ କଲ୍ ଏବଂ ବିଚାରପତି ଜଷ୍ଟିସ୍ କେ.ଏମ୍. ଯୋଶେଫଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିଦେ୍ର୍ଧଶ ଦେଇଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ, ବିଚାରପତି ନିଯୁକ୍ତି ପାଇଁ ଓଡ଼ିଶା ହାଇକୋର୍ଟ କଲେଜିୟମ୍ ଦ୍ୱାରା ସୁପ୍ରିମ୍କୋର୍ଟ ବାର୍ର ଜଣେ ଆଇନଜୀବୀଙ୍କ ନାମ ସୁପାରିସ କରାଯିବା ପ୍ରତିବାଦରେ ହାଇକୋର୍ଟ ବାର୍ ଆସୋସିଏସନ୍ ପକ୍ଷରୁ କାର୍ଯ୍ୟବନ୍ଦ ଆନେ୍ଦାଳନ କରାଯାଇଥିଲା । ଏହି କାର୍ଯ୍ୟବନ୍ଦ ଆନେ୍ଦାଳନ ଦ୍ୱାରା ମାମଲାର ଶୁଣାଣିରେ ବ୍ୟାଘାତ ସୃଷ୍ଟି ହୋଇଥିଲା । ଏନେଇ ଜଣେ ପ୍ରତିପକ୍ଷ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏହି ମାମଲାର ଶୁଣାଣି ଅବସରରେ ସୁପ୍ରିମ୍କୋର୍ଟ ହାଇକୋର୍ଟ ବାର୍ରେ ଚାଲିଥିବା ଆନେ୍ଦାଳନ ନେଇ କ୍ଷୁବ୍ଧ ହେବା ସହ ଅଦାଲତ ସ୍ୱାଭାବିକ ଭାବେ ଯେପରି କାମ କରିବ ସେ ନେଇ ପଦକ୍ଷେପ ନେବାକୁ ନିଦେ୍ର୍ଧଶ ଦେଇଥିଲେ । କେବଳ ସେତିକି ନୁହେଁ ହାଇକୋର୍ଟ ବାର୍ ଆସୋସିଏସନ୍ ସଭାପତି, ରାଜ୍ୟ ଆଇନଜୀବୀ ପରିଷଦ ଅଧ୍ୟକ୍ଷଙ୍କୁ ବ୍ୟକ୍ତିଗତ ହାଜର ଲାଗି ନିଦେ୍ର୍ଧଶ ଦେଇଥିଲେ । ସୁପ୍ରିମ୍କୋର୍ଟଙ୍କ ନିଦେ୍ର୍ଧଶ ପରେ ହାଇକୋର୍ଟ ବାର୍ ଆସୋସିଏସନ୍ ସଭାପତି ସୁପ୍ରିମ୍କୋର୍ଟରେ ବ୍ୟକ୍ତିଗତ ହାଜର ହୋଇ ଆନେ୍ଦାଳନ ପ୍ରତ୍ୟାହାର ହୋଇଥିବା ନେଇ ସୂଚନା ଦେଇଥିଲେ । ହାଇକୋର୍ଟ ବାର୍ ଆନେ୍ଦାଳନ ପ୍ରତ୍ୟାହାର ହୋଇଥିଲେ ମଧ୍ୟ ବିଭିନ୍ନ ଦାବି ନେଇ ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳରେ ବିଶେଷ କରି ପଶ୍ଚିମ ଓଡ଼ିଶାର ବିଭିନ୍ନ ନିମ୍ନ ଅଦାଲତର ଆଇନଜୀବୀଙ୍କ ଆନେ୍ଦାଳନ ଚାଲୁ ରହିଥିଲା । ଏହି ଆନେ୍ଦାଳନକୁ ନେଇ ସୁପ୍ରିମ୍କୋର୍ଟ ଗତ ବର୍ଷ ଡିସେମ୍ବର ୬ ରେ କଡ଼ା ନିଦେ୍ର୍ଧଶ ଦେଇଥିଲେ । ଯେଉଁସବୁ ଅଦାଲତରେ ଆନେ୍ଦାଳନ ଚାଲିଛି ସେସବୁ ଅଦାଲତର ମାମଲାକୁ ନିକଟତମ ଅଦାଲତକୁ ସ୍ଥାନାନ୍ତର କରିବାକୁ ସୁପ୍ରିମ୍କୋର୍ଟ ନିଦେ୍ର୍ଧଶ ଦେଇଥିଲେ । ଆଜି ଏହି ଘଟଣାକୁ ନେଇ ସୁପ୍ରିମ୍କୋର୍ଟରେ ଶୁଣାଣି ହୋଇଥିଲା । ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଆଇନଜୀବୀ ଶିବଶଙ୍କର ମିଶ୍ର ଅଦାଲତଙ୍କୁ ଅବଗତ କରାଇଥିଲେ ଯେ, କିଛି କୋର୍ଟ କାର୍ଯ୍ୟରେ ଆଇନଜୀବୀମାନେ ଆଦୌ ସହଯୋଗ କରୁନାହାନ୍ତି । କିନ୍ତୁ ଆଉ କିଛି କୋର୍ଟରେ ମାସକୁ ପାଞ୍ଚ ଦିନ କିମ୍ବା ତିନି ଦିନ ବନ୍ଦ କରାଯାଉଛି । ଆଉ କିଛି କୋର୍ଟରେ କେବଳ ଜାମିନ୍ ସଂକ୍ରାନ୍ତ ମାମଲାକୁ ଆଇନଜୀବୀମାନେ ପରିଚାଳନା କରୁଛନ୍ତି । ସୁପ୍ରିମ୍କୋର୍ଟ ଏ ସଂପର୍କରେ ଅବଗତ ହେବା ପରେ ଏହିଭଳି ସମସ୍ତ ଅଦାଲତର ମାମଲାକୁ ନିକଟତମ ଅଦାଲତକୁ ସ୍ଥାନାନ୍ତର କରିବାକୁ ନିଦେ୍ର୍ଧଶ ଦେଇଛନ୍ତି । ରାଜ୍ୟ ଆଇନଜୀବୀ ପରିଷଦ ପକ୍ଷରୁ ବରିÂ ଆଇନଜୀବୀ ମାନସ ମହାପାତ୍ର ମାମଲା ପରିଚାଳନା କରୁଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons