ଆନ୍ଧ୍ର-ଓଡ଼ିଶା ସୀମା ବିବାଦ:ସୀମାରେ ପ୍ରଶାସନର ମାପଚୁପ

Get real time updates directly on you device, subscribe now.

ପାରଳାଖେମୁଣ୍ଡି, (ବି.ବି.ନୁ୍ୟଜ୍): ଆନ୍ଧ୍ର-ଓଡ଼ିଶା ସୀମାକୁ ନେଇ ସୀମାବର୍ତ୍ତୀ ଅଞ୍ଚଳରେ ବିବାଦୀୟ ପରିସ୍ଥିତ । ଏହାର ସମାଧାନ ପାଇଁ ପହଞ୍ଚିଛି ପ୍ରଶାସନ । ରାୟଗଡ଼ ବିଡିଓ ଲୁକାଶ ପ୍ରଧାନ ଓ ଅତିରିକ୍ତ ତହସିଲଦାର ରଞ୍ଜନ କୁମାର ବେହେରା ସୀମାବର୍ତ୍ତୀର୍ ଅଞ୍ଚଳରେ ପହଞ୍ଚି ଜମି ମାପଚୁପ କରିଛନ୍ତି । ନିର୍ଦ୍ଧାରଣ କରିଛନ୍ତି ରାଜ୍ୟର ରାଜସ୍ୱ ବର୍ଡର ଲାଇନ୍ । ଏହାପରେ ବିବାଦୀୟ ସ୍ଥାନ ଚିହ୍ନଟ ହୋଇଛି । ତାହା ଓଡ଼ିଶା ରାଜସ୍ୱ ଖଣ୍ଡ ବୋଲି ସ୍ପଷ୍ଟ ହୋଇଛି । ଆନ୍ଧ୍ର ପ୍ରଦେଶର ସିଙ୍ଗିପୁର ଓ ଓଡ଼ିଶାର ଚମ୍ପାପୁର ଗ୍ରାମବାସୀଙ୍କ ମଧ୍ୟରେ ଗ୍ରାମ ଜାଗାକୁ ନେଇ ସୃଷ୍ଟି ହୋଇଥିଲା ବିବାଦ । ତାହା ଓଡ଼ିଶାର ବୋଲି ସ୍ପଷ୍ଟ ହୋଇଛି । ତେବେ ଏହାକୁ ଆନ୍ଧ୍ରର ବୋଲି ଦାବି କରି ସହ ଚମ୍ପାପୁର ଗ୍ରାମବାସୀଙ୍କ ଉପରେ ଆକ୍ରମଣ କରିବା ସହ ସେମାନଙ୍କ ଗଛପତ୍ର ନଷ୍ଟ କରିବା ଏବଂ ଆକ୍ରମଣ କରିଥିବା ସିଙ୍ଗିପୁର ଗ୍ରାମବାସୀଙ୍କ ଉପରେ ଦୃଢ କାର୍ଯ୍ୟାନୁÂାନ ନେବା ଆବଶ୍ୟକ ବୋଲି ବିଭିନ୍ନ ମହଲରେ ଦାବି ହୋଇଛି ।
ଚମ୍ପାପୁର ଗାଁ ନିକଟରେ ଥିବା ସ୍ଥାନରେ ଏହି ଗାଁର ଲୋକେ ଆମ୍ବ, କାଜୁ ଚାଷ କରିଥିଲେ । ତେବେ ଗତ ୧୩ ତାରିଖରେ ସିଙ୍ଗିପୁର ଗାଁର କିଛି ଅଣ ଆଦିବାସୀ ଏହା ଆନ୍ଧ୍ରର ଜମି, ଓଡ଼ିଶାର ଲୋକ କିଭଳି ଚାଷ କରୁଛ ବୋଲି କହିବା ସହ ଗଛ କାଟିଥିଲେ । ଏହାକୁ ବିରୋଧ କରିବାରୁ ଚମ୍ପାପୁର ଗ୍ରାମବାସୀଙ୍କୁ ସିଙ୍ଗିପୁର ଗ୍ରାମବାସୀ ଆକ୍ରମଣ କରିଥିଲେ । ଏଥିରେ ୩ ମହିଳା ଆହତ ହୋଇଥିବା ଅଭିଯୋଗ ହୋଇଛି । ଏହା ଓଡ଼ିଶାର ଜମି ହୋଇଥିଲେ ମଧ୍ୟ ଆନ୍ଧ୍ର ଲୋକ ଜବରଦସ୍ତ କରୁଥିବାରୁ ସୀମାବର୍ତ୍ତୀ ଗାଁ ଲୋକ ବର୍ତ୍ତମାନ ଭୟଭୀତ ଅବସ୍ଥାରେ ରହିଛନ୍ତି । ଏନେଇ ଓଡ଼ିଶାର ଲୋକ ଗାରାବନ୍ଧ ଥାନାରେ ଅଭିଯୋଗ କରିଥିବା ବେଳେ ଆନ୍ଧ୍ରର ସିଙ୍ଗିପୁର ଗାଁର ଲୋକେ ମଞ୍ଜୁୁଷା ଥାନାରେ ଅଭିଯୋଗ କରିଛନ୍ତି । ଏହାକୁ ନେଇ ଦେଖାଦେଇଥିଲା ଅଶାନ୍ତି । ଶନିବାର ଗାରାବନ୍ଧ ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ ଏବଂ ଜିରାଙ୍ଗ ରାଜସ୍ୱ ନିରୀକ୍ଷକ ହରିଶ୍ଚନ୍ଦ୍ର ରଇତ ଘଟଣା ସ୍ଥଳରେ ପହଞ୍ଚି ମାପଚୁପ କରଛନ୍ତି । ବିବାଦୀୟ ଭୂଖଣ୍ଡ ଓଡ଼ିଶାର ବୋଲି ପ୍ରାଥମିକ ଭାବେ ଆକଳନ ହୋଇଛି । ଏହାର ସୀମା ନିର୍ଦ୍ଧାରଣ କରିବା ପାଇଁ ରବିବାର ଏହି ଅଞ୍ଚଳରେ ପହଞ୍ଚିଥିଲେ ବିଡିଓ, ତହସିଲଦାରଙ୍କ ସମେତ ରାଜସ୍ୱ କର୍ମଚାରୀ । ସୀମା ନିର୍ଦ୍ଧାରଣ ପରେ ଏହା ବିବାଦୀୟ ସ୍ଥାନଟି ଓଡ଼ିଶାର ବୋଲି ସ୍ପଷ୍ଟ ହେବା ପରେ ଆନ୍ଧ୍ରର ସୀମାନ୍ତବର୍ତ୍ତୀ ଅଞ୍ଚଳରେ ରହୁଥିବା ଲୋକ ଜବରଦଖଲ ଉଦ୍ୟମ କରୁଥିବା ସ୍ପଷ୍ଟ ହୋଇଛି । ପ୍ରଶାସନର ଏଭଳି ତ୍ୱରିତ ପଦକ୍ଷେପକୁ ଚମ୍ପାପୁରବାସୀ ସ୍ୱାଗତ କରିଛନ୍ତି । ଆନ୍ଧ୍ରର ସିଙ୍ଗିପୁରବାସୀ ଏହାକୁ ଗ୍ରହଣ କରିପାରିନାହାନ୍ତି । ସେମାନେ କହିଛନ୍ତି ଯେ ଉଭୟ ରାଜ୍ୟର ଅଧିକାରୀ ନଥାଇ ସୀମା ମାପଚୁପ ହେବା ଠିକ ନୁହେଁ । ଓଡ଼ିଶାର ଅଧିକାରୀମାନେ ଆସି ଏହାକୁ ମାପଚୁପ କରି ସୀମା ନିର୍ଦ୍ଧାରଣ କରିଛନ୍ତି । କିନ୍ତୁ ଆନ୍ଧ୍ରର କୌଣସି ଅଧିକାରୀ ନାହାନ୍ତି । ଏଭଳି ସ୍ଥଳେ ସଠିକ୍ ମାପଚୁପ ହୋଇ ନଥିବା ସେମାନେ ସନେ୍ଦହ ପ୍ରକାଶ କରିବା ସହ ଉଭୟ ରାଜ୍ୟର ଅଧିକାରୀଙ୍କ ଉପସ୍ଥିତିରେ ମାପଚୁପ କରିବାକୁ ଦାବି କରିଛନ୍ତି । ନଚେତ୍ ଏହି ବିବାଦର ସମାଧାନ ହେବ ନାହିଁ ବୋଲି କହିଛନ୍ତି ।
ଯଦିଓ ଏହି ଅଞ୍ଚଳରେ ସୀମା ବିବାଦ କୌଣସି ନୂଆ କଥା ନୁହେଁ, ତଥାପି ଚମ୍ପାପୁର ଗାଁର ଲୋକ ଦୀର୍ଘ ବର୍ଷ ହେଲା ଏହି ସ୍ଥାନରେ ଗଛ ଲଗାଇ ଅମଳ ଫସଲକୁ ଉପଭୋଗ କରୁଥିବା ବେଳେ ସିଙ୍ଗିପୁର ଲୋକେ ଏହାକୁ ନେଇ ପୂର୍ବରୁ କେବେ ଆପତ୍ତି ଉଠାଇନଥିଲେ । ହେଲେ ହଠାତ୍ ଏହା କରିବା ପଛରେ କି ଉଦେ୍ଧଶ୍ୟ ରହିଛି ନା କୌଣସି ଶକ୍ତି ଏହା କରିବାକୁ ସେମାନଙ୍କୁ ଉସୁକାଇଛନ୍ତି ତାହା ସବୁଠାରୁ ବନ ପ୍ରଶ୍ନ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons