ଆନ୍ଧ୍ର ବିଚ୍ଛିନ୍ନାଞ୍ଚଳ ଛାତ୍ରଛାତ୍ରୀଙ୍କୁ ମିଳିନି ଓଡ଼ିଆ ପୁସ୍ତକ

Get real time updates directly on you device, subscribe now.

ପାରଳାଖେମୁଣ୍ଡି,(ବି.ବି.ନୁ୍ୟଜ): ସରକାରୀ ଅବହେଳାର ଶିକାର ହୋଇଛନ୍ତି ଆନ୍ଧ୍ରପ୍ରଦେଶରେ ରହୁଥିବା ପ୍ରାୟ ୧୪ ହଜାରରୁ ଊଦ୍ଧ୍ୱର୍ ଓଡ଼ିଆ ଛାତ୍ରଛାତ୍ରୀ । ଚଳିତ ଶିକ୍ଷାବର୍ଷ ସରିବାକୁ ବସିଲାଣି । ହେଲେ, ଏ ଯାଏଁ ସେମାନଙ୍କୁ ଆବଶ୍ୟକ ଓଡ଼ିଆ ପାଠ୍ୟ ପୁସ୍ତକ ମଳିନଥିବା ଅଭିଯୋଗ ହୋଇଛି । ଏଭଳି ଅବହେଳା ଯୋଗୁ ଆନ୍ଧ୍ରର ଓଡ଼ିଆ ଛାତ୍ରଛାତ୍ରୀ ନିରାଶ ହୋଇଛନ୍ତି । ଏହି ପିଲାଙ୍କୁ ପୁସ୍ତକ ଯୋଗାଇବା ପାଇଁ ଚଳିତ ବର୍ଷ ଜାନୁଆରୀ ୩ରେ ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ୍ ଜିଲ୍ଲା ଶିକ୍ଷାଧିକାରୀ କେ.ଚନ୍ଦ୍ରକଳା ଓଡ଼ିଶା ସରକାରଙ୍କ ଶିକ୍ଷା ବିଭାଗ ପ୍ରକଳ୍ପ ଅଧିକାରୀଙ୍କୁ ଚିଠି କରିଥିଲେ । ଏଥିରେ ଶ୍ରୀକାକୁଲମ୍ ସମେତ ବିଜୟନଗରମ୍ ଏବଂ ବିଶାଖାପାଟନମ୍ ଜିଲ୍ଲାରେ ଓଡ଼ିଆ ଛାତ୍ରଛାତ୍ରୀଙ୍କ ତାଲିକା ଓ କେତେ ପରିମାଣର ପୁସ୍ତକ ଆବଶ୍ୟକ ସେ ନେଇ ତଥ୍ୟ ପ୍ରଦାନ କରିଥିଲା । ତଥପି ଏ ପର୍ଯ୍ୟନ୍ତ ପିଲାଙ୍କ ପାଖରେ ପୁସ୍ତକ ପହଞ୍ଚô ପାରିନାହିଁ । ତେଣୁ ପୁଣିଥରେ ମଙ୍ଗଳବାର ଶ୍ରୀକାକୁଲମ୍ ଜିଲ୍ଲା ଶିକ୍ଷାଧିକାରୀ ଓଡ଼ିଶା ସରାକରଙ୍କ ଶିକ୍ଷା ବିଭାଗ ଦୃଷ୍ଟି ଆକର୍ଷଣ କରିଛନ୍ତି ।
୧୯୩୬ରେ ସ୍ୱତନ୍ତ୍ର ଭାବେ ଗଠନ ହେଲା ପ୍ରଥମ ଭାଷା ଭିତ୍ତିକ ରାଜ୍ୟ ଓଡ଼ିଶା । ଏ ସମୟରେ ସମସ୍ତ ଓଡ଼ିଆ, ଓଡ଼ିଶା ମଧ୍ୟକୁ ଆସିପାରିନଥିଲେ । ଆଜି ବି ଅନେକ ପଡେ଼ାଶୀ ରାଜ୍ୟର ଅଧିବାସୀ । ତଥାପି ସେମାନେ ଓଡ଼ିଆ ଭାଷା ଏବଂ ସଂସ୍କୃତିକୁ ବଞ୍ଚାଇ ରଖିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି । ଆନ୍ଧ୍ରର ଶ୍ରୀକାକୁଲମ୍ ସମେତ ବିଜୟନଗରମ୍ ଏବଂ ବିଶାଖାପାଟନମ୍ ଜିଲ୍ଲାର ବିଚ୍ଛିନ୍ନାଞ୍ଚଳରେ ରହୁଥିବା ଓଡ଼ିଆ ଛାତ୍ରଛାତ୍ରୀଙ୍କ ପାଇଁ ଓଡ଼ିଶା ସରକାର ପାଠ୍ୟ ପୁସ୍ତକ ଯୋଗାଇ ଆସୁଛନ୍ତି । ଚଳିତ ଶିକ୍ଷାବର୍ଷ ଆରମ୍ଭରୁ କରୋନା କଟକଣା ରହିଥିବାରୁ ସମସ୍ତ ସ୍କୁଲ୍ ବନ୍ଦ ରହିଥିଲା । କୋଭିଡ୍ କଟକଣା ଉଠିବା ପରେ ନଭେମ୍ବର ୨ରୁ ଆନ୍ଧ୍ରର ସମସ୍ତ ସ୍କୁଲ୍ ଖୋଲିଛି । ପିଲାଙ୍କ ପାଠପଢା ମଧ୍ୟ ଆରମ୍ଭ ହୋଇଛି । କିଛିଦିନ ପରେ ଚଳିତ ଶିକ୍ଷାବର୍ଷ ସରିବ । ତଥାପି ଏ ଯାଏଁ ବିଚ୍ଛିନ୍ନାଞ୍ଚଳର ଏହି ଛାତ୍ରଛାତ୍ରୀଙ୍କୁ ଓଡ଼ିଆ ପାଠ୍ୟ ପୁସ୍ତକ ମିଳିନାହିଁ । ଫଳରେ ଏହି ପିଲାମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
କେତେକ ଛତ୍ରଛାତ୍ରୀ ପୁରଣା ବହି ଯୋଗାଡ଼ କରି ପଢୁଛନ୍ତି । ହେଲେ ସମସ୍ତଙ୍କ ପାଇଁ ଏହା ପର୍ଯ୍ୟାପ୍ତ ନୁହେଁ । ତେଣୁ ଗୋଟିଏ ବହିକୁ ଏକାଧିକ ପିଲା ବ୍ୟବହାର କରୁଛନ୍ତି । ଏହି ଖବର ପାଇ “ପ୍ରମେୟ’ ଗଜପତି ଜିଲ୍ଲା ପ୍ରତିନିଧି ସୀମାବର୍ତ୍ତୀ ଆନ୍ଧ୍ରର ଶ୍ରୀକାକୁଲମ୍ ଜିଲ୍ଲାର କେତେକ ବିଦ୍ୟାଳୟରେ ପହଞ୍ଚô ସ୍ଥିତି ଅନୁଧ୍ୟାନ କରିଥିଲେ । ପୁରୁଣାପାଟଣା, ନାଡ଼ସନ୍ଧ୍ରା, ଚାପରା, ଆଦି ବିଚ୍ଛିନ୍ନାଞ୍ଚଳରେ ଥିବା ଓଡ଼ିଆ ସ୍କୁଲ୍ ଗସ୍ତ କରିଥିଲେ । ସବୁଠାରେ ସ୍ଥିତି ସମାନ । ଏ ନେଇ ନାଡ଼ସନ୍ଧ୍ରା ସ୍କୁଲ୍ର ଶିକ୍ଷକ ତଥା ବିଛିନ୍ନାଞ୍ଚଳ ଓଡ଼ିଆ ଶିକ୍ଷକ ସଂଘ ସଭାପତି ଅଶ୍ୱିନୀ ସାମଲଙ୍କ ସହ ଆଲୋଚନା କରିଥିଲେ । ପାଠ୍ୟ ପୁସ୍ତକ ଅଭାବ ଯୋଗୁ ପିଲାମାନେ କିଭଳି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସେ ନେଇ ଶିକ୍ଷକ ସାମଲ କହିଥିଲେ । ଆଉ ଦୁଇମାସ ପରେ ଚଳିତ ବର୍ଷର ଶେଷ ପରୀକ୍ଷା ରହିଥିବା ବେଳେ ଆଜି ପର୍ଯ୍ୟନ୍ତ ପୁସ୍ତକ ନମିଳିବା ନିଶ୍ଚିତ ଭାବେ ପିଲାଙ୍କୁ ପ୍ରଭାବିତ କରିବ ବୋଲି ସେ କହିଥିଲେ ।
ଶ୍ରୀକାକୁଲମ୍ ଶିକ୍ଷାଧିକାରୀ କେ.ଚନ୍ଦ୍ରକଳାଙ୍କ ଚିଠି ଅନୁଯାୟୀ, ଶ୍ରୀକାକୁଲମ୍ ଜିଲ୍ଲାରେ ୧୪,୨୪୦ ଜଣ ଛାତ୍ରଛାତ୍ରୀ ଓଡ଼ିଆ ପଢ଼ୁଛନ୍ତି । ସେଥିରେ ପିଲାଙ୍କ ୧ମ ରୁ ୮ମ ଶ୍ରେଣୀ ଯାଏଁ ୧୧,୭୪୦ଜଣ ଏବଂ ୯ମ ଓ ୧୦ମ ଶ୍ରେଣୀରେ ପ୍ରାୟ ଅଢେ଼ଇ ହଜାର ପିଲା ରହିଛନ୍ତି । ସେହିପରି ବିଜୟନଗରମ୍ ଜିଲ୍ଲାରେ ୧ମ ରୁ ୮ମ ଶ୍ରେଣୀ ଯାଏଁ ୨୫ଜଣ ଏବଂ ବିଶାଖାପାଟଣା ଜିଲ୍ଲାରେ ୧ମ ରୁ ୮ମ ଶ୍ରେଣୀ ଯାଏଁ ଦେଢଶହ ଏବଂ ୯ମ ଓ ୧୦ମ ଶ୍ରେଣୀରେ ୩୦ଜଣ ପିଲା ରହିଛନ୍ତି । ଯଦିଓ ବିଶାଖପାଟଣା ଏବଂ ବିଜୟନଗରମ ଜିଲ୍ଲାରେ ବି ହଜାର ହଜାର ଓଡ଼ିଆ ରହିଛନ୍ତି ତେବେ ସଠିକ୍ ସମୟରେ ପୁସ୍ତକ ନମିଳିବା ଏବଂ ପଡେ଼ାଶୀ ରାଜ୍ୟ ଅଣଦେଖା ମନୋଭାବ ଯୋଗୁ ସେମାନେ ତେଲୁଗୁ ଭାଷାରେ ପଢ଼ିବାକୁ ବାଧ୍ୟ ହେଉଛନ୍ତି । ପ୍ରତିବର୍ଷ ବିଛିନ୍ନାଞ୍ଚଳ ପିଲାଙ୍କ ପାଖରେ ଓଡ଼ିଆ ପାଠ୍ୟ ପୁସ୍ତକ ପହଞ୍ଚôବାରେ ବିଳମ୍ବ ହୋଇଆସୁଛି । ତେବେ ଚଳିତ ବର୍ଷ ବିଳମ୍ବର ସବୁ ସୀମା ପାର କରିଛି । ଅନ୍ୟପକ୍ଷେ ଶ୍ରୀକାକୁଲମ ଜିଲ୍ଲା ଶିକ୍ଷାଧିକାରୀ କେ.ଚନ୍ଦ୍ରକଳା ମଧ୍ୟ ଓଡ଼ିଶା ସରକାରଙ୍କ ଶିକ୍ଷା ବିଭାଗ ପ୍ରକଳ୍ପ ଅଧିକାରୀ (ପିଓ)ଙ୍କୁ ବିଚ୍ଛିନ୍ନାଞ୍ଚଳ ପିଲାଙ୍କୁ ତୁରନ୍ତ ପୁସ୍ତକ ଯୋଗାଇଦେବା ପାଇଁ ଅନୁରୋଧ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons