ଆନ୍ଧ୍ର ମାଫିଆଙ୍କ କବ୍ଜାରେ ଓଡ଼ିଶାର ଜମି

Get real time updates directly on you device, subscribe now.

ରାମନାଗୁଡ଼ା,(ବି.ବି.ନୁ୍ୟଜ୍): ଆନ୍ଧ୍ରପ୍ରଦେଶ ମାଫିଆଙ୍କ କବ୍ଜାରେ ରହିଛି ଓଡିÿଶାର ଶତାଧିକ ଏକର ଜମି । ଏ ସମ୍ପର୍କରେ ପ୍ରଶାସନ ପାଖରେ କୌଣସି ଖବର ନାହିଁ । ମାଫିଆଙ୍କ କବ୍ଜାରେ ୧୨୭ ଏକର ଜମି ଥିବାରୁ ସେମାନେ ଚାଷ କରିବାରୁ ବଞ୍ଚିତ ହେଉଛନ୍ତି । ତୁରନ୍ତ ମାଫିଆଙ୍କ କବଳରୁ ଜମିଗୁଡିକୁ ମୁକୁଳାଇ ଏହାର ପ;ା ଗ୍ରାମବାସୀଙ୍କୁ ପ୍ରଦାନ କରିବାକୁ ଦାବି କରାଯାଇଛି । ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ୍ ଗୋଗୁପାଡୁ ପଞ୍ଚାୟତର ଆନ୍ଧ୍ର ସୀମାନ୍ତ ୪ ଖଣ୍ଡ ଗ୍ରାମବାସୀ ଆଜି ଏନେଇ ତହସିଲଦାର ଜୟଶ୍ରୀ ମଲ୍ଲିକଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।
ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଗୋଗୁପାଡୁ ପଞ୍ଚାୟତ ସୁଲୁଡି ମୌଜାର ସୁଲୁଡି, ଲାଉଗୁଡା, କପୁରୀଗୁଡା ଓ ଲାଉଗୁଡା କଲୋନିର ଜାତାପୁ ଓ ଶବର ସଂପ୍ରଦାୟର ଲୋକେ ଆଗରୁ ସେଠାରେ ଚାଷ କରୁଥିଲେ । ଧୀରେ ଧୀରେ ଆନ୍ଧ୍ରପ୍ରଦେଶର କେଦାରପୁର ଗାଁର ମାଫିଆମାନେ ସୀମାନ୍ତ ଅଞ୍ଚଳର ପ୍ରାୟ ୧୨୭ ଏକର ଜମି ଜବରଦଖଲରେ ରଖି ଚାଷ କରି ଆସୁଛନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ପ୍ରଶାସନ ପକ୍ଷରୁ ଏହାର ତଦନ୍ତ କରାଯାଇ ମାଫିଆଙ୍କ କବଳରୁ ଜମିଗୁଡିକୁ ମୁକୁଳାଇ ସେମାନଙ୍କୁ ଜମିପ;ା ପ୍ରଦାନ କରାଯାଉ ବୋଲି ଦାବିପତ୍ରରେ ଉଲ୍ଲେଖ କରିଛନ୍ତି ।
ସୂଚନା ଥାଉକି, ଏହି ପ୍ରସଙ୍ଗକୁ ନେଇ ବ୍ଲକ୍ର ସମସ୍ତ ଜାତାପୁ ଓ ଶବର ସଂପ୍ରଦାୟ ଲୋକେ ଦୁଇ ମାସ ତଳେ ଏକ ଆଦିବାସୀ ମେଳି କରିଥିଲେ । ଗୋଗୁପାଡୁ ପଞ୍ଚାୟତର ଆଚବା ଗାଁରେ ଏହି ମେଳି ଆୟୋଜନ କରାଯାଇଥିଲା । ଆନ୍ଧ୍ର ମାଫିଆଙ୍କ ଜମି ଅକ୍ତିଆର୍କୁ ତୀବ୍ର ବିରୋଧ କରାଯାଇଥିଲା । ଗ୍ରାମବାସୀଙ୍କ ଅଭିଯୋଗ ପରେ ଗୋଗୁପାଡୁ ରାଜସ୍ୱ ନିରୀକ୍ଷକ ଏହାର ଅନୁଧ୍ୟାନ କରିବା ପରେ ଆନ୍ଧ୍ର ମାଫିଆଙ୍କ କବ୍ଜାରେ ଥିବା ଜମିଗୁଡିକ ଓଡିଶାର ବୋଲି ଜଣାପଡିଥିଲା । ଏସମ୍ପର୍କରେ ପ୍ରଶାସନ ନିକଟରେ ତଦନ୍ତ କରିବା ଲାଗି ଓଡିÿଶା ସରକାରଙ୍କ ନିକଟରେ ଅଭିଯୋଗ କରିବା ସହ ସେମାନଙ୍କ ଜମିଗୁଡିକୁ ପ;ା ସହ ପ୍ରଦାନ କରିବା ଲାଗି ଦାବି କରିଥିଲେ । କିନ୍ତୁ ପରିତାପର ବିଷୟ, ୟା’ ଭିତରେ ଦୀର୍ଘଦିନ ବିତିଯାଇଥିଲେ ବି ଏଦିଗରେ କୌଣସି କାର୍ଯ୍ୟାନୁÂାନ ଗ୍ରହଣ କରାଯାଇ ନଥିଲା । ତେଣୁ ବାଧ୍ୟହୋଇ ଆଜି ତହସିଲଦାରଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିବା ଗ୍ରାମବାସୀ କହିଛନ୍ତି । ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଏ ଦିଗରେ ସ୍ୱତନ୍ତ୍ର ଦୃଷ୍ଟି ଦେଇ ଆନ୍ଧ୍ର ମାଫିଆଙ୍କ ଜବରଦଖଲରେ ଥିବା ଜମିକୁ ମୁକୁଳାଇବା ସହ ଏହାର ପ;ା ପ୍ରଦାନ କରିବା ଲାଗି ଗ୍ରାମବାସୀ ଦାବି କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons