ଆନ୍ଧ୍ର ରାଜ୍ୟପାଳ ଦାୟିତ୍ୱ ଓଡ଼ିଆ ଜାତିକୁ ବଡ଼ ସମ୍ମାନ: ଧର୍ମେନ୍ଦ୍ର ପ୍ରଧାନ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ଆଜି ଉଚ୍ଛ୍ୱସିତ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଶତାଧିକ ସାମାଜିକ ଓ ନାଗରିକ ସଂଗଠନ ରାଜ୍ୟପାଳଙ୍କୁ ବିପୁଳ ସମ୍ବର୍ଦ୍ଧନା ଦେଇଛନ୍ତି । ତାଙ୍କ ପାଇଁ ପ୍ରତିଟି ଓଡ଼ିଆ ଗର୍ବିତ ବୋଲି ଉପସ୍ଥିତ ନେତାମାନେ ଦଳମତ ନିର୍ବିଶେଷରେ ମତ ରଖିଛନ୍ତି ।
ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ଏହି ସମ୍ବର୍ଦ୍ଧନା ପ୍ରଦାନ କାର୍ଯ୍ୟକ୍ରମରେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଯୋଗ ଦେଇଥିଲେ । ବିଜେଡି, ବିଜେପି ଓ କଂଗ୍ରେସର ଅନେକ ତୁଙ୍ଗ ନେତା ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।
ଶ୍ରୀ ହରିଚନ୍ଦନ ବକ୍ତବ୍ୟ ରଖି କହିଥିଲେ, ଗଣତନ୍ତ୍ରରେ ସାଧାରଣ ଲୋକ ହେଉଛନ୍ତି ସବୁଠୁ ବଡ଼ । ଲୋକଙ୍କ ପାଇଁ ସବୁ ସମୟରେ କାମ ହେବା ଦରକାର । ଲୋକଙ୍କ ସମସ୍ୟା ସମାଧାନ କରିବାକୁ ପ୍ରାଥମିକତା ଦେବାକୁ ଉପସ୍ଥିତ ସମସ୍ତ ନେତାଙ୍କୁ ସେ ଆହ୍ୱାନ ଦେଇଥିଲେ । ଓଡ଼ିଶା ମାଟିର ମହାନ ଗାଥାକୁ ମଧ୍ୟ ସେ ବଖାଣିଥିଲେ । ପାଇକ ବିଦ୍ରୋହର ସ୍ମୃତିଚାରଣ କରିବା ସହ ପାଇକମାନଙ୍କ ବୀରତ୍ୱକୁ ପ୍ରଂଶସା କରିଥିଲେ ।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗ ଦେଇ କହିଥିଲେ, ଓଡ଼ିଆ ସାମାଜିକ ଜୀବନରୁ ଆସିଥିବା ବିଶ୍ୱଭୂଷଣ ବାବୁ ରାଜ୍ୟପାଳ ଭୂମିକାରେ ଯେଉଁ ମୂଲ୍ୟବୋଧ ସୃଷ୍ଟି କରିବେ ତା ଦୀର୍ଘ ସମୟ ଯାଏ ଅନ୍ୟ ରାଜ୍ୟପାଳଙ୍କ ପାଇଁ ମାନକ ହୋଇ ରହିବ । ବିଶ୍ୱଭୂଷଣ ବାବୁ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ହେବା ସମସ୍ତ ଓଡ଼ିଆଙ୍କ ପାଇଁ ଗର୍ବର ବିଷୟ । ରାଜ୍ୟପାଳ ଭାବେ ତାଙ୍କ ଉପସ୍ଥିତି ଓଡ଼ିଆ ସମାଜକୁ ଜାତୀୟସ୍ତରରେ ବଡ଼ କରିବ ।
ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା,ବରିÂ ମନ୍ତ୍ରୀ ଅଶୋକ ପଣ୍ଡା, ସାଂସଦ ଭର୍ତ୍ତୃହରି ମହତାବ, ସାଂସଦ ଜୁଏଲ ଓରାମ, ବିଧାୟକ ସୁରେଶ ରାଉତରାୟ, ସାହିତି୍ୟକ ଦାଶ ବେନହୁର, ଆଇନଜୀବି ବିଭୁପ୍ରସାଦ ତ୍ରିପାଠୀ, ଡା. ବିଜୟାନ୍ଦ ସିଂହ ଓ ଦିଲ୍ଲୀପ ଶ୍ରୀଚନ୍ଦନ ପ୍ରମୁଖ ଉପସ୍ଥିତ ରହି ବିଶ୍ୱଭୂଷଣଙ୍କୁ ବ୍ୟକ୍ତିତ୍ୱକୁ ଉଚ୍ଚପ୍ରଂଶସା କରିଥିଲେ ।
ଓଡ଼ିଶା ନାଗରିକ ମହାସଂଘ, କଳିଙ୍ଗ ପାଇକ ସଂଘ, ଜୟୀ ରାଜଗୁରୁ ସ୍ମୃତି ପରିଷଦ, ବକ୍ସି ଜଗବନ୍ଧୁ ସ୍ମୃତି ପରିଷଦ, ଚାଖି ଖୁଣ୍ଟିଆ ସ୍ମୃତି କମିଟି, ସହିଦ ପିଣ୍ଡିକି ବାହୁବଳେନ୍ଦ୍ର ସ୍ମୃତି କମିଟି, ତାପଙ୍ଗ ଦଳବେହେରା ସ୍ମୃତି ସଂଘ ପକ୍ଷରୁ ବିଶ୍ୱଭୂଷଣଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ସାମ୍ବାଦିକ ପ୍ରଦୁ୍ୟମ୍ନ ଶତପଥୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons