ଭୁବନେଶ୍ୱର: ବଂଶଧାରା ବିବାଦରେ ଏକରକମ ବାଜି ମାରି ନେଇଛି ଆନ୍ଧ୍ରପ୍ରଦେଶ । ଓଡ଼ିଶାର ଆପତ୍ତି ସତ୍ତେ୍ୱ ନେରେଡି ବ୍ୟାରେଜ୍ ପ୍ରକଳ୍ପ କାମରେ କୌଣସି ପ୍ରତିବନ୍ଧକ ରହିବ ନାହିଁ ବୋଲି ବଂଶଧାରା ଟ୍ରିବୁ୍ୟନାଲ ରାୟ ଦେଇଛନ୍ତି । ଆନ୍ଧ୍ର ସରକାର ଏଣିକି ବିନା ବାଧାରେ ଏ ବ୍ୟାରେଜ୍ ନିର୍ମାଣ କରିପାରିବେ । ଏଥିପାଇଁ ୧୦୬ ଏକର ଜମି ଓଡ଼ିଶା ସରକାର ଅଧିଗ୍ରହଣ କରି ଆନ୍ଧ୍ରକୁ ଦେବେ । ଏ ଅଧିଗ୍ରହଣ ବାବଦ ମୂଲ୍ୟ ଓଡ଼ିଶା ସରକାରଙ୍କୁ ଆନ୍ଧ୍ର ପ୍ରଦାନ କରିବ । ଏହାଛଡ଼ା ଯଦି ପ୍ରକଳ୍ପ ପାଇଁ କେହି ବିସ୍ଥାପିତ ହୁଅନ୍ତି ତେବେ ସେ ଦିଗରେ ଥଇଥାନ ସହ ପୁନର୍ବାସ ପାଇଁ ଆନ୍ଧ୍ର ସରକାର ପଦକ୍ଷେପ ନେବାକୁ ଟ୍ରିବୁ୍ୟନାଲ ସ୍ପଷ୍ଟ କରିଛନ୍ତି ।
ବଂଶଧାରା ନଦୀର ଜଳକୁ ବ୍ୟବହାର କରିବା ନେଇ ଆନ୍ଧ୍ର ଓ ଓଡ଼ିଶା ମଧ୍ୟରେ ବିବାଦ ବହୁବର୍ଷ ହେବ ଲାଗି ରହିଛି । ୨୦୦୬ରୁ ଏ ବିବାଦ ଲାଗି ରହିଥିଲା ବେଳେ ବ୍ୟାରେଜରେ ପ୍ରସ୍ତାବିତ ମୁଖ୍ୟ ସ୍ଲୁଇସ୍ ଓ କେନାଲର ନିର୍ମାଣକୁ ନେଇ ଓଡ଼ିଶା ଆପତ୍ତି କରିଥିଲା । ଏ ଡିଜାଇନରେ ଆନ୍ଧ୍ର ସ୍ଳୁଇସ୍ ନିର୍ମାଣ କଲେ ଓଡ଼ିଶାର ନଦୀ ଶଯ୍ୟା ଶୁଖିଲା ପଡ଼ିବ ବୋଲି ଓଡ଼ିଶା ଅଭିଯୋଗ କରିଥିଲା । ବଂଶଧାରା ନଦୀରେ ୧୧୫ ହଜାର ନିୟୁତ ଘନଫୁଟ ଜଳ ବ୍ୟବହାର ଉପଯୋଗୀ ଥିଲା ବେଳେ ଆନ୍ଧ୍ର ନେରେଡି ବ୍ୟାରେଜ୍ କରି ସିଂହଭାଗ ଜଳ ନିଜ ରାଜ୍ୟରେ ବିନିଯୋଗ କରିବାର ଯୋଜନା ରଖି ବେଆଇନ କାମ କରୁଛି ବୋଲି ଓଡ଼ିଶା ଅଭିଯୋଗ କରିଥିଲା । ଏ ବିବାଦର ସମାଧାନ ପାଇଁ ଗଠିତ ବଂଶଧାରା ନଦୀଜଳ ବିବାଦ ଟ୍ରିବୁ୍ୟନାଲ ବ୍ୟାରେଜ୍ ନିର୍ମାଣକୁ ସବୁଜ ସଂକେତ ଦେଇ ୨୦୧୭ ଡିସେମ୍ବର ମାସରେ ରାୟ ଶୁଣାଇଥିଲେ । ତେବେ ଓଡ଼ିଶା ସରକାର ଟ୍ରିବୁ୍ୟନାଲଙ୍କ ରାୟ ଓଡ଼ିଶା ସ୍ୱାର୍ଥବିରୋଧୀ ଦର୍ଶାଇ ସୁପ୍ରିମକୋର୍ଟ ଯାଇଥିଲେ । ତେବେ ଏ ସଂକ୍ରାନ୍ତରେ ସୁପି୍ରମକୋର୍ଟଙ୍କ ନିଦେ୍ର୍ଧଶ ଅନୁସାରେ ଟ୍ରିବୁ୍ୟନାଲ ରାୟ ଶୁଣାଇଛନ୍ତି । ଏ ସଂପର୍କରେ କେନ୍ଦ୍ର ସରକାରଙ୍କୁ ଅବଗତ ମଧ୍ୟ କରାଇଛନ୍ତି ।
ଟ୍ରିବୁ୍ୟନାଲ ବଂଶଧାରା ନଦୀ ଉପରେ ନେରେଡି ପ୍ରକଳ୍ପ ନିର୍ମାଣ କରିବାକୁ ଆନ୍ଧ୍ରକୁ ଅନୁମତି ଦେଇଛନ୍ତି । ଏ ବ୍ୟାରେଜରୁ ୮ ହଜାର ନିୟୁତ ଘନଫୁଟ ଜଳ ବ୍ୟବହାର କରିବାକୁ ଆନ୍ଧ୍ରପ୍ରଦେଶ ସ୍ଲୁଇସ୍ ନିର୍ମାଣ କରିବାକୁ ଅନୁମତି ମିଳିଛି । ଏହାଛଡ଼ା ବ୍ୟାରେଜର ବାମପାଶ୍ୱର୍ ସ୍ଲୁଇସରେ କେତେ ଜଳ ଅପସାରଣ କରି ବ୍ୟବହାର କରିହେବ ସେ ସଂପର୍କରେ ଆସନ୍ତା ୬ ମାସ ମଧ୍ୟରେ ଆନ୍ଧ୍ରକୁ ଅବଗତ କରାଇବାକୁ ଟ୍ରିବୁ୍ୟନାଲ ନିଦେ୍ର୍ଧଶ ଦେଇଛନ୍ତି । ନେରେଡି ପ୍ରକଳ୍ପ କାର୍ଯ୍ୟକ୍ଷମ ହେବା ପରେ କଟ୍ରାଗଡ଼କୁ ତୁରନ୍ତ ବନ୍ଦ କରି ଅଚଳ କରିବାକୁ ଟ୍ରିବୁ୍ୟନାଲ ସ୍ପଷ୍ଟ ନିଦେ୍ର୍ଧଶ ଦେଇଛନ୍ତି । ନେରେଡି ବ୍ୟାରେଜରୁ ଆନ୍ଧ୍ରପ୍ରଦେଶ ପ୍ରତିବର୍ଷ ଜୁନ୍ ପହିଲାରୁ ନଭେମ୍ବର ୩୦ ଯାଏ ଫସଲ ପାଇଁ ଆବଶ୍ୟକ ପାଣି ବ୍ୟବହାର କରିବାକୁ ମଧ୍ୟ ଅନୁମତି ମିଳିଛି । ଉଲ୍ଲେଖଯୋଗ୍ୟ, ୧୯୬୨ ମସିହାରେ ଓଡ଼ିଶା-ଆନ୍ଧ୍ର ମଧ୍ୟରେ ଚୁକ୍ତି ଅନୁଯାୟୀ ନଦୀର ଜଳକୁ ଅଧା ଅଧା ବ୍ୟବହାର କରିବେ ।
ଏ ରାୟ ଆସିବା ପରେ ଆନ୍ଧ୍ର ସରକାର ନେରେଡ଼ି ବ୍ୟାରେଜ୍ ପ୍ରକଳ୍ପକୁ ଦ୍ରୁତ ଆଗେଇନେବେ ବୋଲି ଅଣ୍ଟା ଭିଡ଼ିଛନ୍ତି । ଟ୍ରିବୁ୍ୟନାଲର ରାୟକୁ କେନ୍ଦ୍ର ସରକାର ଗେଜେଟ ନୋଟିଫିକେସନ କରିବା ପରେ ଏହା କାର୍ଯ୍ୟକାରୀ ହେବ । ତେବେ ବଂଶଧାରା ଜଳ ବିବାଦକୁ ନେଇ ଗଠିତ ଟ୍ରିବୁ୍ୟନାଲର ରାୟ ଆସିବା ପରେ ଏହାକୁ ସ୍ୱାଗତ କରିଛି ଆନ୍ଧ୍ର । ମୁଖ୍ୟମନ୍ତ୍ରୀ ୱାଇ ଏସ ଜଗନମୋହନ ରେଡ୍ଡି ଏ ସଂପର୍କରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ ନେରେଡି ପ୍ରକଳ୍ପ ଉଭୟ ଓଡ଼ିଶା ଓ ଆନ୍ଧ୍ରର ସ୍ୱାର୍ଥ ପାଇଁ କାମ କରିବ । ବଂଶଧାରା ନଦୀ ଉପରେ ଏ ବ୍ୟାରେଜ୍ ପାଇଁ ଶିଳାନ୍ୟାସ ଉତ୍ସବକୁ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ଆମନ୍ତ୍ରଣ କରାଯିବ ।
ରିପୋର୍ଟ ବିଶ୍ୱବିଜୟୀ
Comments are closed, but trackbacks and pingbacks are open.