ଆବାସିକ ବିଦ୍ୟାଳୟରେ ‘ମିଶନ ସୁବିଦ୍ୟା’ ଆରମ୍ଭ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ୱାରା ପରିଚାଳିତ ଆବାସିକ ବିଦ୍ୟାଳୟଗୁଡ଼ିକରେ ଶିକ୍ଷାଦାନର ଗୁଣାତ୍ମକ ମାନ ବଢ଼ିବ । ଛାତ୍ରଛାତ୍ରୀ ରହୁଥିବା ହଷ୍ଟେଲରେ ଉଚ୍ଚ ମାନର ସେବା ଯୋଗାଇ ଦିଆଯିବ । ପିଲାମାନଙ୍କୁ ଉନ୍ନତ ମାନର ଖାଦ୍ୟ, ବିଶୁଦ୍ଧ ପାନୀୟ ଜଳ ସହ ସୁରକ୍ଷା ମଧ୍ୟ ଯୋଗାଇ ଦିଆଯିବ । ଏହି ସେବାକୁ ଅନୁଧ୍ୟାନ କରାଯାଇ କିଭଳି ‘ଆଇଏସଓ ୯୦୦୧’ ପ୍ରମାଣପତ୍ର ମିଳିବ ସେ ଦିଗରେ ଉଦ୍ୟମ ଜାରି ରହିବ । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଲୋକସେବା ଭବନରେ ‘ ମିଶନ ସୁବିଦ୍ୟା’ର ଲୋକାର୍ପଣ କରିଛନ୍ତି । ରାଜ୍ୟ ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ୩ଟି ସଂସ୍ଥା ସହ ଏମ୍ଓୟୁ କରିଛି ।
ରାଜ୍ୟ ସରକାର ଆଜି କ୍ୱାଲିଟି କାଉନସିଲ ଅଫ ଇଣ୍ଡିଆ (କ୍ୱିସିଆଇ), ଅକ୍ଷରା ଫାଉଣ୍ଡେସନ ଓ ଟ୍ରାଇଫେଡ୍ ସଂସ୍ଥା ସହ ୩ଟି ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍ତି । କ୍ୱିସିଆଇ ସହ ହୋଇଥିବା ଏମଓୟୁ ଅନୁସାରେ, ଏ ସଂସ୍ଥା ଆବାସିକ ସ୍କୁଲର ହଷ୍ଟେଲଗୁଡ଼ିକରେ ପିଲାଙ୍କ ଖାଦ୍ୟ, ପାନୀୟର ମାନ ସହ ପରିଚାଳନା ନେଇ ଅନୁଧ୍ୟାନ କରିବ । ଏହାର ଗୁଣାତ୍ମକ ମାନ ବଢ଼ାଇବାକୁ ପରାମର୍ଶ ଦେବ । ହଷ୍ଟେଲଗୁଡ଼ିକ କିଭଳି ଗୁଣାତ୍ମକ ସେବା ଯୋଗାଇ ‘ ଆଇଏସ୍ଓ ୯୦୦୧ : ୨୦୧୫’ ପ୍ରମାଣପତ୍ର ପାଇପାରିବ ସେ ଦିଗରେ ସବୁ ପ୍ରକାର ଉଦ୍ୟମ କରିବ । କ୍ୱିସିଆଇ ଡିଜି ଆର ପି ସିଂହ ଓ ଜନଜାତି ବ୍ୟାପାର ନିଦେ୍ର୍ଧଶକ ସଚିନ ଯାଦବ ଏହି ଏମ୍ଓୟୁରେ ସ୍ୱାକ୍ଷର କରିଥିଲେ ।
ସେହିଭଳି ଅକ୍ଷରା ଫାଉଣ୍ଡେସନ ସହ ହୋଇଥିବା ବୁଝାମଣା ଅନୁସାରେ, ପିଲାମାନେ କିଭଳି ପାଠପଢ଼ା ପ୍ରତି ଆଗ୍ରହ ପ୍ରକାଶ କରିବେ ସେ ଦିଗରେ କାମ କରିବ । ଗ୍ରେଡ୍ ୧ ପିଲାମାନଙ୍କ ଡିଜିଟାଲ ଶିକ୍ଷା ସହ ଶ୍ରେଣୀଗୃହରେ ଦକ୍ଷତା ବଢ଼ାଇବାକୁ ଫାଉଣ୍ଡେସନ କାମ କରିବ । ପ୍ରାଥମିକ ସ୍ତରରେ ପାଠ ପଢ଼ୁଥିବା ପ୍ରାୟ ୨ ଲକ୍ଷ ପିଲାଙ୍କ ଦକ୍ଷତା ବୃଦ୍ଧି ପାଇଁ ଏ ଫାଉଣ୍ଡେସନ ଏସସି/ଏସଟି ବିଭାଗ ଅଧୀନରେ କାମ କରିବ । ବିଭାଗୀୟ ନିଦେ୍ର୍ଧଶକ ଶ୍ରୀ ଯାଦବ ଓ ଫାଉଣ୍ଡେସନର ସିଇଓ ଅଶୋକ କାମାଥ୍ ବୁଝାମଣାପତ୍ରରେ ସ୍ୱାକ୍ଷର କରିଥିଲେ । ଜନଜାତି ଶିଳ୍ପୀ ଓ ଉଦ୍ୟୋଗୀମାନଙ୍କର ପ୍ରସ୍ତୁତ ସାମଗ୍ରୀର ବିକ୍ରିବଟା ପାଇଁ ଟ୍ରାଇଫେଡ୍ର ଏମଡି ଅମିତ ଭଟ୍ଟନାଗର ଏବଂ ଟିଡିକଲ ଏମଡି ଶରତ ମହାନ୍ତି ମଧ୍ୟ ଏକ ଏମଓୟୁରେ ସ୍ୱାକ୍ଷର କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଲେ, ‘ମିଶନ ସୁବିଦ୍ୟା’ର ଶୁଭାରମ୍ଭ କରି ମୁଁ ବହୁତ ଖୁସି । ଏ ନୂଆ ବ୍ୟବସ୍ଥା ଛାତ୍ରଛାତ୍ରୀଙ୍କୁ ହଷ୍ଟେଲରେ ଗୁଣାତ୍ମକ ଆବାସିକ ସୁବିଧା ଯୋଗାଇବା ସହ ଆଇଏସଓ ପ୍ରମାଣପତ୍ର ହାସଲ କରିବାରେ ମଧ୍ୟ ସାହାଯ୍ୟ କରିବ । ରାଜ୍ୟରେ ଜନଜାତି ବିଭାଗ ଦ୍ୱାରା ୬୫୦୦ ହଷ୍ଟେଲ ପରିଚାଳିତ ହେଉଥିଲା ବେଳେ ୫ ଲକ୍ଷ ୭ ହଜାର ପିଲା ଏଠାରେ ରହୁଛନ୍ତି । ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ ନିରାପତ୍ତାକୁ ଏ ବ୍ୟବସ୍ଥା ନିଶ୍ଚିତ କରିବ । ରାଜ୍ୟ ସରକାରଙ୍କୁ କ୍ୱାଲିଟି କାଉନସିଲ ସହଯୋଗର ହାତ ବଢ଼ାଇଥିବାରୁ ମୁଖ୍ୟମନ୍ତ୍ରୀ ଆନନ୍ଦ ପ୍ରକାଶ କରିବା ସହ ଏହା ରାଜ୍ୟର ଗୁଣାତ୍ମକ ଶିକ୍ଷା କ୍ଷେତ୍ରକୁ ଢେ଼ର ପ୍ରଭାବିତ କରିବ ବୋଲି ମତ ରଖିଥିଲେ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ମିଶନ ସୁବିଦ୍ୟାର ଲୋଗୋ ଉନ୍ମୋଚନ କରିଥିଲେ । ମିଶନ ସଂପର୍କିତ ବୃତ୍ତଚିତ୍ର ସହ ଦୁଇଟି ବୁକଲେଟ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନୁସୂଚିତ ଜାତି ଓ ଜନଜାତି ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ସହ ବିଭାଗୀୟ ବରିÂ ଅଧକାରୀମାନେ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons