ଆବୁଧାବି ଆନ୍ତର୍ଜାତିକ ପେଟ୍ରୋଲିୟମ ସମ୍ମିଳନୀରେ ଧର୍ମେନ୍ଦ୍ର

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଦେଶର ତୈଳ ଓ ଗ୍ୟାସ୍ ଚାହିଦା ପୂରଣ କରିବାକୁ ୨୦୨୪ ସୁଦ୍ଧା ଭାରତ ଶକ୍ତି ଭିତ୍ତିଭୂମି କ୍ଷେତ୍ରରେ ୧୦,୦୦୦ କୋଟି ଡଲାରର ପୁଞ୍ଜିନିବେଶ କରିବ । ରିଫାଇନିଂ, ପାଇପଲାଇନ ଓ ଗ୍ୟାସ୍ ଟର୍ମିନାଲରେ ଏହି ଅର୍ଥ ବିନିଯୋଗ ହେବ । ଉର୍ଜ୍ଜା କ୍ଷେତ୍ର ପୁଞ୍ଜିନିବେଶ ପାଇଁ ବର୍ତ୍ତମାନ ଭାରତ ଏକ ଉପଯୁକ୍ତ ସ୍ଥାନ । ଏଣୁ ବିଶ୍ୱର ତୃତୀୟ ବୃହତ ଅର୍ଥନୀତି ‘ଭାରତ’ର ତୈଳ ଓ ଗ୍ୟାସ୍ କ୍ଷେତ୍ରରେ ପୁଞ୍ଜିନିବେଶ କର । କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ବିଦେଶୀ କମ୍ପାନିଗୁଡ଼ିକୁ ଏଭଳି ଆହ୍ୱାନ ଦେଇଛନ୍ତି ।
ଦୁଇ ଦିନିଆ ସଂଯୁକ୍ତ ଆରବ ରାଷ୍ଟ୍ର (ୟୁଏଇ) ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆବୁଧାବିଠାରେ ଅନୁÂିତ ଆନ୍ତର୍ଜାତିକ ପେଟ୍ରୋଲିୟମ ପ୍ରଦର୍ଶନୀ ଓ ସମ୍ମିଳନୀରେ ଯୋଗଦେଇ ଏଭଳି ମନ୍ତବ୍ୟ ଦେଇଛନ୍ତି । ଏ ଅବସରରେ ଶ୍ରୀ ପ୍ରଧାନ ଓ ୟୁଏଇ ମନ୍ତ୍ରୀ ସୁଲତାନ୍ ଅଲ୍ ଜାବେର ମିଳିତ ଭାବେ ଭାରତ ପାଭିଲିୟନକୁ ମଧ୍ୟ ଉଦ୍ଘାଟନ କରିଥିଲେ ।
ପେଟ୍ରୋଲିୟମ ମନ୍ତ୍ରୀ କହିଛନ୍ତି, ଭାରତର ନିରନ୍ତର ଶକ୍ତି ଚାହିଦା ପୂରଣ ଉଦେ୍ଧଶ୍ୟରେ କେନ୍ଦ୍ର ସରକାର ଦେଶକୁ ଗ୍ୟାସ୍ ଆଧାରିତ ଅର୍ଥନୀତିରେ ପରିଣତ କରିବାକୁ ଯୋଜନାବଦ୍ଧ ଉଦ୍ୟମ ଜାରି ରଖିଛନ୍ତି । ୨୦୩୦ ସୁଦ୍ଧା ଦେଶର ଉର୍ଜ୍ଜା କ୍ଷେତ୍ରରେ ଗ୍ୟାସ୍ର ସେୟାରକୁ ୧୫% ବଢ଼ାଇବାକୁ ସରକାର ବହୁ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ମୁଣ୍ଡପିଛା ଇନ୍ଧନ ବ୍ୟବହାରରେ ଭାରତ ବିଶ୍ୱ ହାରାହାରିଠାରୁ ବହୁ ପଛରେ ରହିଛି । ଏହାକୁ ବୃଦ୍ଧି କରିବାକୁ ସରକାର ପଦକ୍ଷେପ ନେଉଛନ୍ତି । ଏଣୁ ୨୦୨୦ ମଧ୍ୟଭାଗ ସୁଦ୍ଧା ଭାରତ ଶକ୍ତି କ୍ଷେତ୍ରରେ ଏକ ବୃହତ ବଜାର ହେବ ବୋଲି ଆଶା କରାଯାଉଛି ।
ଏ ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି, ବିଶ୍ୱ ଉର୍ଜ୍ଜା ଯୋଗାଣ ଓ ଉର୍ଜ୍ଜା ବ୍ୟବହାରରେ ଭାରତ ମଧ୍ୟଭାଗରେ ରହିଛି । ଭାରତରେ ସିଟି ଗ୍ୟାସ୍ ନେଟ୍ୱର୍କର ସମ୍ପ୍ରସାରଣ କରାଯାଇଛି । ଏବେ ୫୦% ଭାରତୀୟ ଭୌଗୋଳିକ କ୍ଷେତ୍ର ଓ ୭୦% ଜନସଂଖ୍ୟା ସିଟି ଗ୍ୟାସ୍ ବିତରଣ ସୁବିଧା ପାଇଛନ୍ତି । ଭାରତକୁ ଗ୍ୟାସ୍ ଆଧାରିତ ଅର୍ଥ ବ୍ୟବସ୍ଥାରେ ପରିଣତ କରିବାକୁ ୬୦ ନିୟୁତ ଡଲାର ବ୍ୟୟବରାଦରେ ଗ୍ୟାସ୍ ପାଇପ୍ଲାଇନ୍, ଟର୍ମିନାଲ, ସିଟି ଗ୍ୟାସ୍ ବିତରଣ ବ୍ୟବସ୍ଥା ଆଦି କାର୍ଯ୍ୟର କ୍ରିୟାନ୍ୱୟନ ଚାଲିଛି ।
ଧର୍ମେନ୍ଦ୍ର କହିଛନ୍ତି, ବିଶ୍ୱ ବିକାଶ ସହ ସମନ୍ୱୟ ରଖି ହିଁ ଭାରତର ତୈଳ ଓ ଗ୍ୟାସ୍ କ୍ଷେତ୍ର ଭଲ ଭାବେ କାର୍ଯ୍ୟ କରିପାରିବ । ଏହା ଜରିଆରେ କେବଳ ଭାରତର ଊର୍ଜା ପରିବର୍ତ୍ତନ ପ୍ରଭାବିତ ହେବ ତାହା ନୁହେଁ, ବରଂ ବିଶ୍ୱ ଊର୍ଜା ଗତିଶୀଳତାକୁ ଦାୟିତ୍ୱପୂର୍ଣ୍ଣ ଭାବେ ପ୍ରଭାବିତ କରିବ । ଆଗାମୀ ଦିନରେ ଭାରତ ବିଶ୍ୱ ଉର୍ଜ୍ଜା ଚାହିଦାର କେନ୍ଦ୍ର ବିନ୍ଦୁ ପାଲଟିବ । ୨ ଦଶନ୍ଧି ମଧ୍ୟରେ ତୈଳ ଓ ଗ୍ୟାସ୍ କ୍ରମାଗତ ଭାବେ ଦେଶର ଉର୍ଜ୍ଜା ଆବଶ୍ୟକତାକୁ ପୂରଣ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇବ ବୋଲି ପେଟ୍ରୋଲିୟମ ମନ୍ତ୍ରୀ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons