ଆମେରିକାରେ ସଂକ୍ରମଣ ବୃଦ୍ଧି ସତ୍ତେ୍ୱ ଖୋଲିଲା ରେସ୍ତୋରାଁ

Get real time updates directly on you device, subscribe now.

ନୁ୍ୟୟର୍କ: ଆମେରିକାର ଅନେକ ପ୍ରଦେଶରେ ଲକ୍ଡାଉନ ସମ୍ପର୍କିତ କଟକଣା କୋହଳ କରାଯାଇଛି । କେତେକ ପ୍ରଦେଶରେ ରେସ୍ତୋରାଁଗୁଡିକୁ ଖୋଲିବା ପାଇଁ ଅନୁମତି ଦିଆଯାଇଛି । କିନ୍ତୁ ଏଥିପାଇଁ ସେମାନଙ୍କୁ କିଛି କଟକଣା ମାନିବାକୁ ପଡ଼ିବ ବୋଲି କୁହାଯାଇଛି । ଅବଶ୍ୟ ଅନ୍ୟ କେତେକ ପ୍ରଦେଶରେ ଜନତାଙ୍କ ବିରୋଧର ସମ୍ମୁଖୀନ ହେବା ଆଶଙ୍କାରେ ଏଗୁଡିକୁ ଏଯାଏଁ ଖୋଲାଯାଇ ନାହିଁ । ଜର୍ଜିଆ, ଟେନେସି ଏବଂ ଆଲାସ୍କା ଭଳି କେତେକ ପ୍ରଦେଶରେ ରେସ୍ତୋରାଁ ଖୋଲିବାକୁ ନିଦେ୍ର୍ଧଶ ଜାରି କରାଯାଇଛି । କିନ୍ତୁ ସେଠାକୁ କରୋନା ସଂକ୍ରମଣ ପୂର୍ବରୁ ଯାଉଥିବା ଲୋକେ ଯେପରି ଅଭିଜ୍ଞତା ପାଉଥିଲେ, ଏବେ ତା’ ଠାରୁ ଭିନ୍ନ ଧରଣର ଅଭିଜ୍ଞତା ପାଇବେ । କାରଣ ସେମାନଙ୍କୁ ଏକ ସଶ୍ଛୂଣ୍ଣ ର୍ ଭିନ୍ନ ପରିବେଶରେ ଭୋଜନ ଗ୍ରହଣ କରିବାକୁ ପଡିବ । ଲୁଇସିଆନାରେ ଗଭଣ୍ଣ ର୍ର ନିଦେ୍ର୍ଧଶ ଜାରି କରିଛନ୍ତି ଯେ ଶୁକ୍ରବାର ଠାରୁ ଗ୍ରାହକମାନଙ୍କୁ କେବଳ ରେସ୍ତୋରାଁ ବାହାରେ ବସି ଖାଇବା ପାଇଁ ଅନୁମତି ମିଳିବ । ଜର୍ଜିଆରେ ବି ରେସ୍ତୋରାଁଗୁଡିକ ପୁଣି ଥରେ ଖୋଲାଯାଇଛି । ସେଠାରେ ନିୟୋଜିତ କର୍ମଚାରୀମାନେ ମୁହଁରେ ମାସ୍କ ପିନ୍ଧିବା ସହିତ ପେପର ମେନୁ୍ୟ ବ୍ୟବହାର କରୁଥିବାର ଦେଖାଯାଇଛି । ସେହିପରି ୫୦୦ ବର୍ଗଫୁଟ ପରିମିତ ଅଞ୍ଚଳରେ ମାତ୍ର ୧୦ ଜଣ ଗ୍ରାହକଙ୍କୁ ବସାଇବା ପାଇଁ ନିୟମ କରାଯାଇଛି । ଏଭଳି ପଦକ୍ଷେପ ଯୋଗୁ ସଂକ୍ରମଣ ବଢ଼ିବାର ଆଶଙ୍କା ଥିଲେ ମଧ୍ୟ ପ୍ରଦେଶର ଗଭଣ୍ଣ ର୍ର ଏହାକୁ ଗୁରୁତ୍ୱ ଦେଇନାହାନ୍ତି ।
ଆଲାସ୍କାରେ ଗୋଟିଏ ରେସ୍ତୋରାଁରେ ଯେତିକି ଲୋକ ଏକ ସମୟରେ ବସିବାର କ୍ଷମତା ଅଛି, କେବଳ ତାହାର ୨୫% ଲୋକଙ୍କୁ ଏବେ ଏକ ସମୟରେ ସେଠାକୁ ବସିବାକୁ ସୁଯୋଗ ଦିଆଯାଇଛି । ଏହା ମଧ୍ୟ କୁହାଯାଇଛି କି ଗୋଟିଏ ଟେବୁଲରେ କେବଳ ଗୋଟିଏ ପରିବାରର ସଦସ୍ୟ ବସିବେ । ଅନ୍ୟ କେହି ସେଠାରେ ବସିପାରିବେ ନାହିଁ । ସମସ୍ତ ଗ୍ରାହକଙ୍କ ନାମ, ଠିକଣା ଓ ଫୋନ ନଂ ସମ୍ପର୍କିତ ତଥ୍ୟ ସଂଗ୍ରହ କରି ୩୦ ଦିନ ପାଇଁ ସଂରକ୍ଷିତ ରଖିବାକୁ ବି ନିର୍ଦ୍ଧଶେ ଜାରି କରାଯାଇଛି । ଟେନେସିରେ ରେସ୍ତୋରାଁ ଭିତରକୁ ପ୍ରବେଶ କରିବା ପୂର୍ବରୁ ସମସ୍ତ ଗ୍ରାହକ ଓ କର୍ମଚାରୀମାନଙ୍କ ଦେହର ତାପମାତ୍ରା ଇନଫ୍ରାରେଡ୍ ଥର୍ମୋମିଟର ଗନ୍ ସାହାଯ୍ୟରେ ମପାଯାଉଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons