ଆମେ ଦ୍ବିତୀୟ ପର୍ୟ୍ୟାୟରେ ଅଛନ୍ତି, ଏହି ଯୁଦ୍ଧରେ ବିଜୟୀ ହେବା: ସୁବ୍ରତ ବାଗଚୀ

Get real time updates directly on you device, subscribe now.

ଭୁବନେଶ୍ବର: ଓଡ଼ିଶାରେ ଏପର୍ୟ୍ୟନ୍ତ ୧୬୪ଟି ନମୂନା ପରୀକ୍ଷା ହୋଇଛି । ଯେଉଁଥିରୁ ସେଇ ୨ଟି ନମୂନା ପଜିଟିଭ୍‌ ରହିଛି । ଆଉ ନୂଆ ପଜିଟିଭ୍‌ ବାହାରି ନାହିଁ । ୨ ସଂକ୍ରମିତଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଅଛି ବୋଲି କହିଛନ୍ତି ସରକାରଙ୍କ କୋଭିଡ୍‌ ୧୯ ମୁଖପାତ୍ର ସୁବ୍ରତ ବାଗଚୀ । ସେହିଭଳି ବିଦେଶରୁ ଆସିଥିବା ୪ଜହାର ୨୪୯ ଜଣ ସେମାନଙ୍କ ନାମ ପଞ୍ଜୀକରଣ କରିଛନ୍ତି ।
ରାଜ୍ୟର ବିଭିନ୍ନ ହସ୍ପିଟାଲରେ ୩୪ଜଣଙ୍କୁ ଆଇସୋଲେସନରେ ରଖାଯାଇଛି । ତେବେ ବିଦେଶ ଓ ଅନ୍ୟ ରାଜ୍ୟରୁ ଓଡ଼ିଶାକୁ ୮୪ହଜାର ଓଡ଼ିଆ ଫେରିଛନ୍ତି । ଏ ସମସ୍ତଙ୍କୁ କ୍ବାରେଣ୍ଟାଇନ୍‌ରେ ରଖିବା ଦରକାର । ନହେଲେ ସଂକ୍ରମଣ ବଢ଼ିବା ଆଶଙ୍କ ରହିଛି । ବାହାର ଫେରନ୍ତାଙ୍କ ସଂଖ୍ୟାକୁ ନଜରରେ ରଖି ପଞ୍ଚାୟତସ୍ତରରେ ରାଜ୍ୟ ସରକାର ୭ଜହାର ୨୭୬ ସଂଙ୍ଗରୋଧ ସୁବିଧା ପ୍ରସ୍ତୁତ ହୋଇଛି ବୋଲି ସୂଚନା ଦେଇଛନ୍ତି ସରକାରଙ୍କ ମୁଖ୍ୟପାତ୍ର ସୁବ୍ରତ ବାଗଚୀ । ବର୍ତ୍ତମାନ ଆମେ ଦ୍ବିତୀୟ ପର୍ୟ୍ୟାୟରେ ଅଛୁ, ତୃତୀୟ ପର୍ୟ୍ୟାୟରେ ପହଞ୍ଚିବା ପୂର୍ବରୁ ରାଜ୍ୟ ସରକାର ବ୍ୟାପକ ପଦକ୍ଷେପ ନେଇଛନ୍ତି ।
କରୋନା ମୁକାବିଲାରେ ଆମେ ଡରିବା ନାହିଁ, ଏହି ଯୁଦ୍ଧରେ ଆମକୁ ବିଜୟୀ ହେବାର ଅଛି । ହାତ ଧୋଇବା, ସାମାଜିକ ଦୂରତା ରକ୍ଷା କରିବା, ଲକ୍‌ଡାଉନ୍‌ରେ ରହିବା, ସଂକ୍ରମଣ ଆଶଙ୍କା ହେଲେ ୧୦୪କୁ ଫୋନ୍‌ କରିବା। ଏହାକୁ ମାନିଲେ କରୋନା ସଂକ୍ରମଣରୁ ନିଜକୁ ରକ୍ଷା କରିବା ସହ ଅନ୍ୟମାନଙ୍କୁ ମଧ୍ୟ ସୁରକ୍ଷିତ ରଖିପାରିବା ବୋଲି କହିଛନ୍ତି ସୁବ୍ରତ ବାଗଚୀ। ଅନ୍ୟପେଟ ଗୁରୁବାର ରାଜ୍ୟରେ ଆଉ ଏକ କରୋନା ପଜିଟିଭ୍ ରୋଗୀ ଚିହ୍ନଟ ହୋଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତ ସଂଖ୍ୟା ୩ ରେ ପହଞ୍ଚିଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons