ଆମ୍ବ ବୋଝେଇ ଟ୍ରକ୍ ଧକ୍କାରେ ଗାଈ ମୃତ

Get real time updates directly on you device, subscribe now.

ମାଲକାନଗିରି: ଆମ୍ବ ବୋଝେଇ ଟ୍ରକ୍ ଧକ୍କାରେ ଗାଈର ମୃତୁ୍ୟ । ଚିତ୍ରକୋଣ୍ଡା ଅଞ୍ଚଳରୁ ଆମ୍ବ ବୋଝେଇ ଟ୍ରକ୍(ସିଜି୦୭-ସିଡି୦୬୮୮) ଗତକାଲି ରାତିରେ ମାଲକାନଗିରି ରାସ୍ତା ଦେଇ ଛତିଶଗଡ଼ ରାଜ୍ୟ ରାଇପୁରକୁ ଯାଉଥିଲା । ଟ୍ରକ୍ଟି ଦ୍ରୁତଗତିରେ ଯାଉଥିବା ବେଳେ ଚାଲାଣଗୁଡ଼ାଠାରେ ରାସ୍ତାକଡ଼ରେ ଶୋଇଥିବା ଏକ ଗାଈ ଉପରେ ଚଢ଼ି ଯାଇଥିଲା । ଚାଲାଣଗୁଡ଼ା ଚେକ୍ପୋଷ୍ଟ୍ଠାରେ ମୁତୟନ ଥିବା ଶିକ୍ଷକ ଓ ସ୍ଥାନୀୟ ଯୁବକ ଟ୍ରକ୍ଟିକୁ ଅଟକାଇଥିଲେ । କିଛି ସମୟ ପାଇଁ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଟ୍ରକ୍ ଚାପରେ ଗାଈର ଗୋଡ଼ ଦୁଇଟି ଭାଙ୍ଗିଯାଇଛି । ଗାଈଟି ଛଟପଟ ହେଉଥିବା ଦେଖି ସ୍ଥାନୀୟ ଅଞ୍ଚଳର ଯୁବକମାନେ ପଶୁଧନ ଚିକିତ୍ସାଳୟକୁ ଫୋନ୍ କରିଥିଲେ । ପଶୁଡାକ୍ତର ଗାଈର ଚିକିତ୍ସା କରିଥିଲେ ମଧ୍ୟ ୩ ଘଣ୍ଟା ପରେ ଗାଈର ମୃତୁ୍ୟ ହୋଇଥିଲା । ସୂଚନାଯୋଗ୍ୟ, ଗତ କିଛିଦିନ ପୂର୍ବେ ଚାଲାଣଗୁଡ଼ା ଚେକ୍ପୋଷ୍ଟ୍ରେ ବ୍ୟାରିକେଟ୍ ଭାଙ୍ଗି ଏକ ଟ୍ରକ୍ ପଳାଇବାକୁ ଉଦ୍ୟମ କରିବାବେଳେ ପୁଲିସ୍ ହାବୁଡ଼ରେ ପଡ଼ିଥିଲା ।

ରିପୋର୍ଟ: ସତ୍ୟ ପ୍ରକାଶ ସାମଲ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons