ଆରଏସ୍ପିର ଏନ୍ଓସି ରଦ୍ଧ କରିଛି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ

Get real time updates directly on you device, subscribe now.

ରାଉରକେଲା,(ବି.ବି.ନୁ୍ୟଜ୍): ପ୍ରଦୂଷଣ ସୃଷ୍ଟି ଓ ବର୍ଜ୍ୟ ପରିଚାଳନା ନିୟମର ଖୋଲା ଉଲ୍ଲଂଘନ ଯୋଗୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ରାଉରକେଲା ଇସ୍ପାତ କାରଖାନା (ଆରଏସ୍ପି)ର ଏନ୍ଓସି ରଦ୍ଧ କରିଛି । କେବଳ ପ୍ଲାଣ୍ଟ ପରିଚାଳନା ପାଇଁ ସମ୍ପୃକ୍ତ ଆବେଦନ ୨୦୧୯ ଏପ୍ରିଲ ୧ ତାରିଖରୁ ୨୦୨୦ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ନିଦେ୍ର୍ଧଶନାମା ଜାରି କରିଛି । ଆରଏସ୍ପି ପ୍ରତି କାର୍ଯ୍ୟାନୁÂାନ ସ୍ୱରୂପ ଉଦାହରଣକାରୀ ଦଣ୍ଡ ବିଧାନକୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅଣଦେଖା କରି ରାଉରକେଲାବାସୀଙ୍କ ସୁରକ୍ଷା ନିତାନ୍ତ ଜରୁରୀ ଭଳି ନୀତିଶିକ୍ଷା ପ୍ରଦାନ କରିଛି । ପ୍ରଦୂଷଣ ଯୋଗୁଁ ରାଉରକେଲାବାସୀଙ୍କ ଜୀବନ ପ୍ରତି ଥିବା ବିପଦକୁ ଆରଏସ୍ପିର ଅସୁରକ୍ଷିତ କାର୍ଯ୍ୟ ପ୍ରଣାଳୀ ନିୟନ୍ତ୍ରଣ କରିଛି ଓ ପ୍ରଦୂଷଣ ମୁକ୍ତ ରାଉରକେଲାର ପୂର୍ଣ୍ଣାଙ୍ଗ ସଫଳତା ପାଇବା ପାଇଁ ବାଧା ସୃଷ୍ଟି କରିଛି । ଆରଏସ୍ପି ଯୋଗୁଁ ରାଉରକେଲା ଜଳ, ପବନ ବିଷାକ୍ତ ପାଲଟିଥିବା ବେଳେ ସରକାରଙ୍କ ଠାରୁ ଆରମ୍ଭ କରି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପର୍ଯ୍ୟନ୍ତ କିପରି ଭାବେ ବିଫଳ ହୋଇଛନ୍ତି ତାହା ସୂଚନା ଅଧିକାର ଆଇନ ଦ୍ୱାରା ଯୁବ ଜାଗୃତି ମଞ୍ଚର ଆବାହକ ଗୋପାଳ ଜେନାଙ୍କୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ମିଳିଥିବା ତଥ୍ୟରୁ ସ୍ପଷ୍ଟ ରୂପେ ବାରି ହୋଇପଡ଼ିଛି ।

ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଚିଠି ସଂଖ୍ୟା ୨୦୪୦ରେ ବ୍ଲାଷ୍ଟ ଫର୍ଣ୍ଣେସ ୪ ଓ ୫ରୁ ନିର୍ଗତ ବର୍ଜ୍ୟର ନମୂନା ପରୀକ୍ଷାରୁ ସାଇନାଇଡ୍ ଓ ଫ୍ଲୋରାଇଡ୍ ଥିବା ଜଣାପଡ଼ିଛି ବୋଲି ସୂଚନା ପ୍ରଦାନ କରାଯାଇଛି । ଏହି ବ୍ଲାଷ୍ଟ ଫର୍ଣ୍ଣେସ ୪ ଓ ୫ରୁ ନିର୍ଗତ ବର୍ଜ୍ୟ ଗୁରାଢ଼ୀ ନଳା ଦେଇ ସିଧାସଳଖ ବ୍ରାହ୍ମଣୀ ନଦୀରେ ମିଶୁଛି । ସାଇନାଇଡ୍ର ମାନ ୦.୨ ଏମ୍ଜି ଓ ଫ୍ଲୋରାଇଡ୍ର ମାନ ୨.୦ ଏମ୍.ଜିରୁ ଢେ଼ର ଅଧିକ ନିର୍ଗତ ବର୍ଜ୍ୟରୁ ଦୃଶ୍ୟମାନ ହେବା ଚିନ୍ତାର କାରଣ ପାଲଟିଛି । ବ୍ରାହ୍ମଣୀ ନଦୀର ଜଳକୁ ବ୍ୟବହାର କରୁଥିବା ଜନସାଧାରଣଙ୍କ ପାଇଁ ବିପଦ ଘନେଇ ଆସିଛି । ପୂର୍ବରୁ ବ୍ରାହ୍ମଣୀ ନଦୀରୁ ମାଛ ଧରି ଜୀବିକା ନିର୍ବାହ କରୁଥିବା ଗ୍ରାମବାସୀ ମାଛ ମରି ପଡ଼ୁଥିବାର ଦୁଃଖଦ ଘଟଣା ନେଇ ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ । କାଷ୍ଟ ହାଉସ ଠିକ୍ ରୂପେ କାମ ନକରିବା ଓ କୋଇଲା ଅନ୍ତକ୍ଷେପଣ ପ୍ରଣାଳୀରେ ବ୍ୟବହୃତ ଫିଲଟ୍ର ଖରାପ ହୋଇଯାଇଥିବାରୁ କୋଇଲାର କ୍ଷୁଦ୍ର କଣିକା ବାହାରେ ଉଡ଼ୁଛି । ଏହାକୁ ନେଇ ବାୟୁ ମଣ୍ଡଳ ଦୂଷିତ ହେବା ସହିତ ଆଖି ଖରାପ ହୋଇଯିବାର ଯଥେଷ୍ଟ ସମ୍ଭାବନା ଥିବାରୁ ବିଭିନ୍ନ ସମୟରେ ଆରଏସ୍ପି କର୍ମଚାରୀଙ୍କ ଦ୍ୱାରା ଉଚ୍ଚ ପଦସ୍ଥ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ଚାକିରି ଚାଲିଯିବାର ଧମକ ମିଳିଛି । ରାଉରକେଲାବାସୀଙ୍କ କଥା ପଚାରେ କିଏ? ସେଣ୍ଟ୍ରିଂ ପ୍ଲାଣ୍ଟ ଓ ଏସ୍ଏମ୍ଏସ୍-୨ରୁ ନିର୍ଗତ ଆଇରନ୍ ଅକ୍ସାଇଡ୍ର ଧୂଅାଁରେ ଥିବା କ୍ଷୁଦ୍ର କଣିବାକୁ ସ୍ପେ୍ର କରାଯାଇ ତରଳାଇବା ଓ ଧୂଅାଁକୁ ୧ ମିନିଟ୍ ମଧ୍ୟ ବାୟୁ ମଣ୍ଡଳକୁ ଛଡ଼ା ନଯିବାର ପ୍ରାବଧାନ ରହିଛି । ହେଲେ ଆଇରନ ଅକ୍ସାଇଡର ଧୂଅାଁରେ ଥିବା କ୍ଷୁଦ୍ର କଣିକାକୁ ମଧ୍ୟରାତିରେ ଓ ସକାଳୁ ସକାଳୁ ଛାଡ଼ି ଦିଆଯାଉଛି । ଏହା ଦ୍ୱାରା ରାଉରକେଲା ବାୟୁ ମଣ୍ଡଳ ଅଧିକ ପ୍ରଦୂଷଣ ହେଉଛି ।

କାଲ୍ସିନ୍ ପ୍ଲାଣ୍ଟ (ଚୂନ) ବ୍ୟାକ୍ ଫିଲଟର ଠିକ ଭାବେ କାମ ନ କରିବା ଓ ଏହାଦ୍ୱାରା ପ୍ରଦୂଷଣ ସୃଷ୍ଟି ହୋଇଥିବାରୁ ୨୦୧୯ ଏପ୍ରିଲ ମାସ ୩୦ ତାରିଖ ସୁଦ୍ଧା ଠିକ କରିବା ପାଇଁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ନିଦେ୍ର୍ଧଶ ସତ୍ତେ୍ୱ ଏ ପର୍ଯ୍ୟନ୍ତ ଏହା କାର୍ଯ୍ୟକାରୀ କରାଯାଉ ନାହିଁ । ସେଲ୍ଭିନ୍ ଡିପାର୍ଟମେଣ୍ଟରେ କଟା ଯାଉଥିବା ସ୍କ୍ରାପ୍ରୁ ନିର୍ଗତ ଆଇରନ ଅକ୍ସାଇଡର ଧୂଅାଁକୁ ଆୟତ୍ତ କରାଯାଉ ନଥିବାରୁ ବାୟୁ ମଣ୍ଡଳ ଦୂଷିତ ହେଉଛି । ବଣିଆ ଗେଟ୍ ପାଖରେ ଚକାଗୁଡ଼ିକ ସଫା ସମୟରେ ନିର୍ଗତ ତେଲ, ଗ୍ରୀସ୍ ପଡ଼ି ରହୁଥିବାରୁ ବହୁମାତ୍ରାରେ ପ୍ରଦୂଷଣ ସୃଷ୍ଟି ହେଉଛି । ବ୍ଲାଷ୍ଟ ଫର୍ଣ୍ଣେସ୍, କୋକ୍ଓଭେନ, ବାଇପ୍ରଡକ୍ଟ ପ୍ଲାଣ୍ଟ, ସିଆରଏମ୍, ସିଲିକନ୍ ଷ୍ଟିଲ ମିଲ୍, ଏଚ୍ଆରଏମ୍, ଏସ୍ଏମ୍ଏସ୍, ପାଇପ ପ୍ଲାଣ୍ଟରୁ ନିର୍ଗତ ବର୍ଜ୍ୟ ସହିତ ପ୍ଲାଣ୍ଟ ଭିତରେ ଯେତିକି ଇଞ୍ଜିନ ମରାମତି ହେଉଛି ସେଥିରୁ ବାହାରୁଥିବା ବର୍ଜ୍ୟ ଟ୍ରାଫିକ୍ ଗେଟ୍ ନିକଟସ୍ଥ ବର୍ଜ୍ୟ ଗୁରାଢ଼ୀ ନଳା ଦେଇ ବ୍ରାହ୍ମଣୀରେ ମିଶୁଛି ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଆରଏସ୍ପିକୁ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ବାରମ୍ବାର ନିଦେ୍ର୍ଧଶ ସତ୍ତେ୍ୱ ଆରଏସ୍ପି ଅବହେଳା କରିବା ସହିତ ରାଉରକେଲାବାସୀଙ୍କ ଜୀବନ ପ୍ରତି ଖେଳ ଖେଳି ଚାଲିଛି । ବ୍ରାହ୍ମଣୀ ନଦୀର ପାଣି ବିଷାକ୍ତ ପାଲଟି ଯାଇଛି । ପ୍ରଦୂଷଣ ସୃଷ୍ଟି କରୁଥିବା ଆରଏସ୍ପି ପାଇଁ କୌଣସି ଦଣ୍ଡ ବିଧାନ ନାହିଁ । ରାଉରକେଲାରେ ଯେଉଁଠି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଫିସ ଆରଏସ୍ପି ଅଧିକୃତ ଅଞ୍ଚଳ ଅର୍ଥାତ୍ ଟାଉନ ଇଞ୍ଜିନିୟରିଂ ବିଭାଗ ଅଞ୍ଚଳରେ ଅଛି ସେଠାରେ କିପରି ତଦନ୍ତ ହେଉଥିବ ତାହା ସହଜରେ ବୁଝାପଡ଼ୁଛି ।

ବର୍ତ୍ତମାନ ସୁଦ୍ଧା ଆରଏସ୍ପିରେ ପ୍ରଦୂଷଣ ତଦାରଖ କରିବାକୁ କୌଣସି ଟିମ ଗଠନ କରିନାହିଁ ଓ ପ୍ରଦୂଷଣ ରୋକିବା ପାଇଁ ଆଗ୍ରହ ମଧ୍ୟ ପ୍ରକାଶ କରୁନାହିଁ । କେବଳ ଉପôାଦନକୁ ଗୁରୁତ୍ୱ ଦେଇ ରାଉରକେଲାବାସୀଙ୍କ ସୁରକ୍ଷାକୁ ଅଣଦେଖା କରାଯାଉଛି । ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଆରଏସ୍ପିକୁ ୯ ବର୍ଷରୁ ଉଦ୍ଧ୍ୱର୍ ହେବ ପ୍ରଦୂଷଣକୁ ଆୟତ୍ତ କରିବା ପାଇଁ ନିଦେ୍ର୍ଧଶ ଦିଆଯାଉଥିଲେ ହେଁ ଆଜି ପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ ହୋଇପାରିଲା ନାହିଁ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons