ଆରଟିଓ କାର୍ୟ୍ୟାଳୟକୁ ଦଲାଲମୁକ୍ତ କରିବାକୁ ଯାଜପୁର ଜିଲ୍ଲା ପ୍ରଶାସନ ତପ୍ତରତା

Get real time updates directly on you device, subscribe now.

ଯାଜପୁର: ଆରଟିଓ କାର୍ୟ୍ୟାଳୟକୁ ଦଲାଲମୁକ୍ତ କରିବାକୁ ଯାଜପୁର ଜିଲ୍ଲା ପ୍ରଶାସନ ତପ୍ତରତା ଦେଖାଇଛି। ଚଣ୍ଡିଖୋଲ ଆଞ୍ଚଳିକ କାର୍ୟ୍ୟାଳୟ ସମ୍ମୁଖରେ ଥିବା ଦଲାଲଙ୍କ ବାସସ୍ଥଳୀକୁ ଆଜି ଉଚ୍ଛେଦ କରାଯାଇଛି। ଜିଲ୍ଲାପାଳ ରଂଜନ କୁମାର ଦାସ ଓ ଏସପି ଚରଣ ସିଂ ମୀନାଙ୍କ ଉପସ୍ଥିତିରେ ଏହି ଉଚ୍ଛେଦ କରାଯାଇଛି।
କାର୍ୟ୍ୟାଳୟ ସମ୍ମୁଖରେ ଥିବା ଦଲାଲମାନଙ୍କ ୨୫ରୁ ଅଧିକ ବାସସ୍ଥଳୀ ଗୃହକୁ ଜେସିବି ମେସିନ ସାହାଯ୍ୟରେ ଭାଙ୍ଗି ଦିଆଯାଇଛି।ତେବେ ଗତକାଲି ଠାରୁ ‘ମୋ ସରକାର’ ଯୋଜନା ଲାଗୁହୋଇଛି। ଏଥିପାଇଁ କୈାଣସି ପରିସ୍ଥିତିରେ ଦଲାଲମାନଙ୍କ ହସ୍ତକ୍ଷେପକୁ ବରଦାସ୍ତ କରାଯିବ ନାହିଁ। ଏଥିପାଇଁ ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।
କେବଳ ଆରଟିଓ କାର୍ୟ୍ୟାଳୟ ନୁହେଁ ବିଭିନ୍ନ ସରକାରୀ କାର୍ୟ୍ୟାଳୟ ପରିସରକୁ ଦଖଲ କରିଥିବା ଦଲାଲମାନଙ୍କ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ ଓ ଏସପି ସୂଚନା ଦେଇଛନ୍ତି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons