ଆରବିଆଇ ଆଣିବେ ପ୍ରିପେଡ ପେମେଣ୍ଟ କାର୍ଡ, ସୀମା ରହିବ ୧୦ ହଜାର ଟଙ୍କା

Get real time updates directly on you device, subscribe now.

ମୁମ୍ବାଇ : ଡିଜିଟାଲ ଅର୍ଥନୀତିକୁ ଗତି ଦେବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଗୁରୁବାର ପ୍ରିପେଡ ପେମେଣ୍ଟ ଇଂଷ୍ଟ୍ରୁମେଣ୍ଟ (ପିପିଆଇ) ଲଞ୍ଚ୍ ନେଇ ଘୋଷଣା କରିଛନ୍ତି। ଏଭଳି ପ୍ରିପେଡ କାର୍ଡକୁ ୧୦ ହଜାର ଟଙ୍କା ପର୍ୟ୍ୟନ୍ତ ସେବା ଓ ସାମଗ୍ରୀ କ୍ରୟ ଲାଗି ଉପଯୋଗ କରାଯାଇପାରେ। ମୌଦ୍ରିକ ନୀତି ଘୋଷଣା ଅବସରରେ ଆରବିଆଇ ଏ ସମ୍ପର୍କରେ ସୂଚନା ଦେଇଥିବା ବେଳେ ଲୋକେ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରୁ କାର୍ଡ ରିଚାର୍ଜ କରିପାରିବେ ବୋଲି କହିଛନ୍ତି।
ଏହି କାର୍ଡକୁ ଲୋକେ ବିଭିନ୍ନ ବିଲ ପେମେଣ୍ଟ ଓ ଅନ୍ୟ କିଣାକିଣିରେ ମଧ୍ୟ ବ୍ୟବହାର କରିପାରିବେ। ଏ ନେଇ ବିସ୍ତୃତ ସୂଚନା ଆସନ୍ତା ୩୧ ତାରିଖ ସୁଦ୍ଧା ଜାରି ହେବ ବୋଲି ଆରବିଆଇ କହିଛନ୍ତି। ଲୋକେ ବ୍ୟାଙ୍କରେ ନଗଦ ଜମା ଦେଇ ମଧ୍ୟ ପିପିଆଇ ରିଚାର୍ଜ କରିପାରିବେ। ଏହା ଛଡା ଲୋକେ ଡେବିଟ୍ ଅଥବା କ୍ରେଡିଟ୍ କାର୍ଡ ବାଲାନ୍ସରୁ ବି ପିପିଆଇ ରିଚାର୍ଜ କରି ସେମାନଙ୍କର ଖର୍ଚ୍ଚ ତୁଲେଇପାରିବେ।
ଏହି ପ୍ରିପେଡ କାର୍ଡ ଦ୍ୱାରା ମାସିକ ଲୋକେ ସର୍ବାଧିକ ୫୦ ହଜାର ଟଙ୍କା ରିଚାର୍ଜ କରାଇପାରିବେ। ଏହି ଅବସରରେ ଆରବିଆଇ ମନିଟାରୀ ପଲିସିର ଘୋଷଣା କରିଥିଲେ। ଯେଉଁଥିରେ ରେପୋହାର ଅପରିବର୍ତ୍ତିତ ରଖିଥିବା ବେଳେ ବ୍ୟାଙ୍କ ରୋପୋରେଟ ୫.୪୦ ଓ ରିଭର୍ସ ରୋପେହାର ୪.୯୦ପ୍ରତିଶତ ଧାର୍ୟ୍ୟ କରିଛନ୍ତି। ସେହିପରି ବିକାଶ ହାରକୁ ୬.୧ ପ୍ରତିଶତରୁ ୫ ପ୍ରତିଶତକୁ ହ୍ରାସ କରାଯାଇଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons