ଆରମ୍ଭରୁ ଦୁର୍ବଳ କାମ ହୋଇଥିଲା!

Get real time updates directly on you device, subscribe now.

ବଲାଙ୍ଗୀରÿ,(ବି.ବି.ନୁ୍ୟଜ୍): ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ତମିଆଁ-ମୁଦଲସର ବ୍ରିଜର ଅଟକଳ ମୂଲ୍ୟ ସାତ କୋଟି । ହେଲେ ଏତେ ବଡ଼ ପ୍ରକଳ୍ପର ଆରମ୍ଭରୁ ହିଁ ତ୍ରୁଟି ରହିଛି । ବୈଷୟିକ ତ୍ରୁଟି ଯୋଗୁ ବ୍ରିଜ୍ ଦବି ଯାଇଥିଲା ଏବଂ ସ୍ଥିତି ଦୁର୍ବଳ ଥିଲା । ଏହାସତ୍ତେ୍ୱ ବ୍ରିଜ୍ର ମରାମତି ସମୟରେ ଯେଉଁ ସବୁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକଥା ତାହା କରାଯାଇ ନାହିଁ ।
ତମିଆଁ-ମୁଦଲସର ବ୍ରିଜ ଭୁଶୁଡ଼ିବା ପରେ ଏହାର ତଦନ୍ତ ପାଇଁ ଭୁବନେଶ୍ୱରରୁ ଆସିଥିବା ଗ୍ରାମ୍ୟଉନ୍ନୟନ ବିଭାଗର ମୁଖ୍ୟ ଯନ୍ତ୍ରୀ ସତ୍ୟଦୀପ ଚକ୍ରବର୍ତ୍ତୀ ଓ ବିଭାଗୀୟ ଅଧୀକ୍ଷଣ ଯନ୍ତ୍ରୀ(ବ୍ରିଜ୍) ହେମନ୍ତ କୁମାର ଦତ୍ତ ଏଭଳି ମତ ଦେଇଛନ୍ତି । ଆଜି ସକାଳ ୯ ଟା ୪୫ ମିନିଟ୍ରେ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ତଦନ୍ତ ପରେ ମୁଖ୍ୟଯନ୍ତ୍ରୀ ଶ୍ରୀ ଚକ୍ରବର୍ତ୍ତୀ କହିଥିଲେ, ବ୍ରିଜଟି ଦବିଯିବା ନେଇ ଗତ ଜାନୁୟାରୀ ମାସରେ ଅଭିଯୋଗ ହେବାପରେ ପ୍ରଥମେ ବିଭାଗୀୟ ଅଧିକାରୀ ଏହାର ଅନୁଧ୍ୟାନ କରିଥିଲେ । ପରେ ଦିଲ୍ଲୀରୁ ଆସିଥିବା ବିଶେଷଜ୍ଞ ଏହାର ଯାଞ୍ଚକରି ରିପୋର୍ଟ ଦେଇଥିଲେ । ବ୍ରିଜ୍ର ଯାହା ସ୍ଥିତି, ଏହାର ଆଉ ନବୀକରଣ କରାଯାଇପାରିବ ନାହିଁ । କେବଳ ମରାମତି ହୋଇପାରିବ ବୋଲି ବିଶେଷଜ୍ଞ କହିଥିଲେ । ଏଣୁ ବ୍ରିଜର ନିର୍ଦ୍ଧିଷ୍ଟ ଏକ ସ୍ଥାନକୁ ଭାଙ୍ଗିବା ପାଇଁ ଅନୁମତି ଦିଆଯାଇଥିଲା । ମାତ୍ର ସମ୍ପୃକ୍ତ ଠିକା ସଂସ୍ଥା ମାର୍ଗଦର୍ଶିକା ଅନୁସରଣ ନକରି ଖାମଖିଆଲୀ ଭାବେ କାମ କରିଥିଲେ । ସେଥିପାଇଁ ଏଭଳି ଅବସ୍ଥା ସୃଷ୍ଟି ହୋଇଛି । ତେବେ ରାଜ୍ୟ ସରକାର ଏହାକୁ ଗୁରୁତର ଭାବେ ନେଇଛନ୍ତି । ସମ୍ପୃକ୍ତ ଠିକା ସଂସ୍ଥା ନିର୍ମାଣ କରିଥିବା ଅନ୍ୟ ବ୍ରିଜମାନଙ୍କର ସ୍ଥିତି ମଧ୍ୟ ଯାଞ୍ଚ କରାଯିବ ଏବଂ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇ ଦୋଷୀଙ୍କ ବିରୋଧରେ ନିଶ୍ଚିତ ଭାବରେ କାର୍ଯ୍ୟନୁÂାନ ହେବ ବୋଲି ଶ୍ରୀ ଚକ୍ରବର୍ତ୍ତୀ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons