ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଅନ୍ଲାଇନ୍ରେ ପାଠ ପଢ଼ିବେ ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷ ଛାତ୍ରଛାତ୍ରୀ । ଲକ୍ଡାଉନ୍ ଯୋଗୁଁ ପାଠପଢ଼ା ବାଧାପ୍ରାପ୍ତ ହୋଇଥିବାରୁ ସେମାନଙ୍କ ପାଇଁ ଅନ୍ଲାଇନ୍ କ୍ଲାସ୍ ବ୍ୟବସ୍ଥା ହେବ । ଏ ନେଇ ପ୍ରସ୍ତୁତି ଆରମ୍ଭ କରିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ । ଡିଜିଟାଲ କୋସ୍ ପାଇଁ ଆବଶ୍ୟକ ଶିକ୍ଷା ଉପାଦାନ ତଥା ଭିଡିଓ ଯୋଗାଇବାକୁ ସମସ୍ତେ ସରକାରୀ ଓ ବେସରକାରୀ ଏଡେଡ୍ କଲେଜ ଅଧ୍ୟକ୍ଷକଙ୍କୁ ଚିଠି ଲେଖିଛନ୍ତି ନିଦେ୍ର୍ଧଶକ । ଅଧ୍ୟକ୍ଷକମାନେ ସମସ୍ତ ଷ୍ଟ୍ରିମ୍ର ଅଧ୍ୟାପକଙ୍କଠାରୁ ଏହା ସଂଗ୍ରହ କରି ମେ ୨୦ ସୁଦ୍ଧା ନିଦେ୍ର୍ଧଶାଳୟକୁ ଇମେଲ୍ ଯୋଗେ ପଠାଇବେ । ପରେ ଏକ୍ସପ୍ଟ କମିଟି ଯାଞ୍ଚ କରି ଏହାକୁ ଚୂଡାନ୍ତ କରିବ । ସେପଟେ ରାଜ୍ୟର ୨୪ଯି ଜିଲ୍ଲାରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ମଧୁ ଆପ୍ ଓ ଏଡୁସାଟ୍ ଦ୍ୱାରା ଶିକ୍ଷାଦାନ ବ୍ୟବସ୍ଥା କରୁଛି ସ୍କୁଲ ଓ ଗଣଶିକ୍ଷା ବିଭାଗ । ଏଥିପାଇଁ ବିଭାଗ ପକ୍ଷରୁ ମାଇକ୍ରେସଫ୍ଟ ଟିମ୍ର ସହାୟତା ନିଆଯାଉଛି । ୨୪ଟି ଜିଲ୍ଲାର ୧୦ଟି ସ୍କୁଲରେ ଏହି ବ୍ୟବସ୍ଥା ହେବ । ପ୍ରତି ସ୍କୁଲ ଅଧୀନରେ ୨୫୦ ଛାତ୍ରଛାତ୍ରୀ ଏହାଦ୍ୱାରା ପାଠ ପଢ଼ିପାରିବେ । ମାଇକ୍ରୋସଫ୍ଟ ଟିମ୍ ମାଧ୍ୟମରେ ଛାତ୍ରଛାତ୍ରୀ ସିଧାସଳଖ ଶିକ୍ଷକଙ୍କ ସହ ପାଠ ସଂପର୍କରେ ଆଲୋଚନା କରିପାରିବେ ବୋଲି ସୂଚନା ମିଳିଛି ।


Comments are closed, but trackbacks and pingbacks are open.