ଆରମ୍ଭ ହେଲା ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ନୁ୍ୟଜ୍): ଓଡ଼ିଶା ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ଚତୁର୍ଦ୍ଧଶ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା-୨୦୧୯ ଆଜିଠାରୁ ଜନତା ମାଇଦାନରେ ଆରମ୍ଭ ହୋଇଛି । ଏହି ମେଳାକୁ ମୁଖ୍ୟ ଅତିଥିଭାବେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ ଯୋଗଦେଇ ଉଦ୍ଘାଟନ କରିଥିଲେ ।
ସମ୍ମାନିତ ଅତିଥିଭାବେ ହସ୍ତତନ୍ତ ଓ ବୟନ ହସ୍ତଶିଳ୍ପର ପ୍ରମୁଖ ଶାସନ ସଚିବ ନିତେନ୍ ଚନ୍ଦ୍ରା ଯୋଗଦେଇଥିଲେ । ଏହି ସର୍ବବୃହତ ମେଳାରେ ୩୮୦ଟି ଷ୍ଟଲରେ ହସ୍ତତନ୍ତ ଓ ହସ୍ତଶିଳ୍ପ ପ୍ରଦର୍ଶିତ କରାଯାଇଛି । ବିଭିନ୍ନ ରାଜ୍ୟରୁ ୫୦ ଜଣ ବଛାବଛା ବୁଣାକାର ସାମିଲ ହୋଇଥିବା ବେଳେ ଓଡ଼ିଶାରୁ ପ୍ରାୟ ୧୫୦ ଜଣ ହସ୍ତଶିଳ୍ପ କାରିଗରଙ୍କ ସମେତ ୮୦ ଜଣ ବୁଣାକାର ନିଜର ପସରା ମେଲାଇଛନ୍ତି । ଏହା ବ୍ୟତିତ ରାଜ୍ୟରେ ହସ୍ତଶିଳ୍ପ ଓ ହସ୍ତତନ୍ତ କ୍ଷେତ୍ରରେ କାର୍ଯ୍ୟକରୁଥିବା ୧୨ଟି ଅନୁÂାନ ସେମାନଙ୍କ ପ୍ରର୍ଦଶନ କରିଛନ୍ତି ।
ମେଳା ପାଇଁ ଚଳିତବର୍ଷ ମୋଟ୍ ୩କୋଟି ୫୯ଲକ୍ଷ ବ୍ୟୟ ବରାଦ ହୋଇଛି । ସେହିଭଳି ମେଳା ପରିସରରେ ୪୦ ଟି ଖାଦ୍ୟ ଷ୍ଟଲ୍ ସହ ବିଭିନ୍ନ ହୋଟେଲ୍ ଓ ରେସ୍ତୋରାଁର ସ୍ୱାଦିଷ୍ଟ ଓ ପାରମ୍ପାରିକ ଖାଦ୍ୟ ଷ୍ଟଲ୍ ଖୋଲିଛି । ତେବେ ପୂର୍ବବର୍ଷ ମେଳା ୧୫ଦିନ ଚାଲିଥିବା ବେଳେ ଚଳିତବର୍ଷ ୧୩ ଦିନ ଚାଲିବ ବୋଲି ଆୟୋଜକ ସଂସ୍ଥା ପ୍ରକାଶ କରିଛି । ଲୋକମାନଙ୍କ ମନୋରଞ୍ଜନ ପାଇଁ ଲୋକନୃତ୍ୟ ଓଡ଼ିଶୀ, ଫ୍ୟାସନ୍ ସୋ’ ଓ ବଲିଉଡ୍ ନାଇଟ୍ ପରିବେଷଣ କରାଯିବ । ଏଥିରେ ଓଲିଉଡ୍ର ବଛାବଛା କଳାକାରଙ୍କ ସହ ବଲିଉଡ୍୍ ନାଇଟ୍ରେ ଅମନ୍ ତ୍ରିଖା, ପ୍ରତିଭା ସିଂ ବାଘଲେଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବାକୁ ମଳିବ ।
ଆଜି ମେଳାର ପ୍ରଥମ ଦିନରେ ଅର୍ଦ୍ଧାଧିକ ଷ୍ଟଲ୍ ଖୋଲିନଥିଲେ ମଧ୍ୟ ରବିବାର ଥିବାରୁ ଦର୍ଶକଙ୍କ ବେଶ ଭିଡ଼ ଦେଖିବାକୁ ମିଳିଥିଲା । କିଏ ସେଲ୍ଫି ଜୋନ୍ରେ ସେଲ୍ଫି ନେଉଥିଲା ତ ପୁଣି କିଏ କୁନି ପିଲାଙ୍କ ଖେଳନାର ମଜ୍ଜା ଉଠାଉଥିଲେ ।
ପ୍ରଥମ ଦିନରେ ଦୋକାନ ବଜାର ଖୋଲାହୋଇ ନଥିବାରୁ ଦର୍ଶକମାନେ ସାମାନ୍ୟ ନିରାଶ ହୋଇଥିବା ଦେଖିବାକୁ ମିଳିଥିଲା । ମେଳାରେ ବିଭିନ୍ନ ଦିଗକୁ ଲକ୍ଷ୍ୟକରି ପ୍ରଶାସନ ପକ୍ଷରୁ ଅଗ୍ନି ନିରାପତ୍ତା, ପାନୀୟଜଳ, ପାର୍କିଂ, ପରିମଳ ଓ ଭିଡ଼ ନିୟନ୍ତ୍ରଣପାଇଁ ଟ୍ରାଫିକ୍ ସୁବନେ୍ଦାବସ୍ତ କରାଯାଇଛି ।
ଦିବ୍ୟାଙ୍ଗ ଏବଂ ବରିÂ ନାଗରିକମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି । ଅଧିକ ଭିଡ଼କୁ ଦୃଷ୍ଟିରେ ରଖି ମେଳା ପଡ଼ିଆରେ ୩ଟି ଫାଟକ ତିଆରି କରାଯାଇଛି । ମେଳା ପରିସରରେ ସୂଚନା କେନ୍ଦ୍ର, ପ୍ରାଥମିକ ଚିକିତ୍ସା ଓ ବିଭିନ୍ନ ସରକାରୀ ସୁବିଧାନେଇ ସ୍ୱତନ୍ତ୍ର ଷ୍ଟଲ୍ ଖୋଲାଯାଇଛି । ପ୍ରତିବର୍ଷ ପରି ୨୦୧୮ ପାଇଁ ଜୀବନବ୍ୟାପୀ ସଫଳ ହସ୍ତଶିଳ୍ପୀ ପୁରସ୍କାର ଭାବେ ବନମାଳି ମହାପାତ୍ର, ରାଜ୍ୟ ହସ୍ତଶିଳ୍ପ ପୁରସ୍କାର ଭାବେ ବ୍ରହ୍ମାନନ୍ଦ ମହାରଣା, ଦେବେନ୍ଦ୍ର ମହାରଣା ଓ ସୁମନ ମେହେର ଏବଂ କଳାକୃତି ସମ୍ମାନ ପୁରସ୍କାର ପାଇଁ କୁନି ପାତ୍ର, ସନ୍ତୋଷ ସେନାପତି, ଉଦୟ ମହାନ୍ତି, ଚତୁର୍ଭୁଜ ପରିଡ଼ା, ଦିପ୍ତିରାଣୀ ବେହେରା, କହ୍ନେଇଁ ଗଣଡ଼ିଆ, ଅମିୟ ପୋଦାର ଓ ରାକେଶ ମହାରଣାଙ୍କୁ ଅତିଥିମାନଙ୍କ ଦ୍ୱାରା ମାନପତ୍ର ସହ ପୁରସ୍କୃତ କରାଯାଇଥିଲା । ଜୀବନବ୍ୟାପୀ ସଫଳ ହସ୍ତଶିଳ୍ପୀ ପୁରସ୍କାର ପାଇଁ ୧ଲକ୍ଷ ଓ ରାଜ୍ୟ ହସ୍ତଶିଳ୍ପ ପାଇଁ ୫୦ ହଜାର ଟଙ୍କାର ଅର୍ଥ ରାଶି ପୁରସ୍କାର ପ୍ରଦାନ କରାଯାଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons