ଆରମ୍ଭ ହେଲା ପୁରୀରେ ଉଚ୍ଛେଦ କାମ

Get real time updates directly on you device, subscribe now.

ପୁରୀ, (ବି.ବି.ନୁ୍ୟଜ୍): ଶ୍ରୀମନ୍ଦିର ସୌନ୍ଦର୍ଯ୍ୟକରଣ ପାଇଁ ଉଦ୍ଧିଷ୍ଟ ଉଚ୍ଛେଦ କାମ ଦୀର୍ଘ ଦିନ ପରେ ଆଜି (ଶୁକ୍ରବାର)ଠାରୁ ପୁଣି ଥରେ ଆରମ୍ଭ ହୋଇଛି । ଲକ୍ଡାଉନ୍ ଯୋଗୁ ପ୍ରାୟ ୨ମାସରୁ ଉଦ୍ଧ୍ୱର୍ ସମୟ ହେଲାଣି ଏହା ବନ୍ଦ ରହିଥିଲା । ପୁରୀ ଶ୍ରୀମନ୍ଦିର ଓ ଲିଙ୍ଗରାଜ ମନ୍ଦିର ଉନ୍ନୟନ କାର୍ଯ୍ୟ ପୁଣି ଥରେ ଆରମ୍ଭ କରିବା ନେଇ ମୁଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଧଶ ପରେତପôର ହୋଇଉଠିଛି ଜିଲ୍ଲା ପ୍ରଶାସନ । ପୁରୀ ଉପଜିଲ୍ଲାପାଳଙ୍କ ନେତୃତ୍ୱରେ ଉତ୍ତର ଦ୍ୱାର ପାଖରୁ ଚାଲିଛି ଉଚ୍ଛେଦ କାର୍ଯ୍ୟ । ପୋଲିସ ସହାୟତାରେ ଶ୍ରୀମନ୍ଦିର ଉତ୍ତର ପାଶ୍ୱର୍ରେ ଥିବା ସତ୍ୟନାରାୟଣ ମନ୍ଦିର ପର୍ଯନ୍ତ ଉଚ୍ଛେଦ ହେବ ବୋଲି ଜଣାଯାଇଛି । ପୂର୍ବରୁ ଉତ୍ତରପାଶ୍ୱ ମଠର କିଛି ଅଂଶ ଉଚ୍ଛେଦ କରାଯାଇଥିଲା । ଏବେ ସତ୍ୟନାରାୟଣ ମନ୍ଦିର ମଧ୍ୟରେ ଥିବା ମଠ ଓ ଦୋକାନ ଗୁଡିକ ଉଚ୍ଚେଦ କରାଯିବ । ପୁରୀରେ ଶ୍ରୀସେତୁ , ଶ୍ରୀଜଗନ୍ନାଥ ବଲ୍ଲଭ ତୀର୍ଥଯାତ୍ରୀ କେନ୍ଦ୍ର, ମହୋଦଧି ମାର୍କେଟ କମ୍ଳେକ୍ସ ଏବଂ ମୂଷା ନଦୀର ସଂପ୍ରସାରଣ ଆଦି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଲାଗି ଜମି ଅଧିଗ୍ରହଣ ଶେଷ ହୋଇଛି । ଶ୍ରୀମନ୍ଦିର ଉନ୍ନୟନ ପ୍ରକଳ୍ପ ଲାଗି ଜଗନ୍ନାତ ହେରିଟେଜ୍ କରିଡର , ବଡ଼ଦାଣ୍ଡ ଉନ୍ନତିକରଣ ପ୍ରକଳ୍ପ, ଜଗନ୍ନାଥ ସଂସ୍କୃତି କେନ୍ଦ୍ର ଆଦି ପ୍ରକଳ୍ପ ପାଇଁ ଡିଜାଇନ୍ ପ୍ରସ୍ତୁତି ମଧ୍ୟ ସରିଯାଇଛି । କରୋନା ସ୍ଥିତି ଉପୁଜିବା ପରେ ଦେଶରେ ଲକଡାଉନ୍ ଆରମ୍ଭ ହୋଇଯାଇଥିଲା । ଫଳରେ ସବୁ ଉନ୍ନୟନ କାମ ବନ୍ଦ ରହିଥିଲା ।ହେଲେ ଦୀର୍ଘ ଦିନ ପରେ ମୁଖ୍ୟମନ୍ତ୍ରୀ ନିଦେ୍ର୍ଧଶ ପରେଅଟକି ରହିଥିବା ଉଚ୍ଛେଦ କାମ ପୁଣି ଥରେ ଆରମ୍ଭ ହୋଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons