ଭୁବନେଶ୍ୱର,(ବି.ବି.ବୁ୍ୟରୋ): କିଛି ଅଜଣା ବ୍ୟକ୍ତି ଓ ନକଲି ସଂସ୍ଥା ତୈଳ କମ୍ପାନିଙ୍କ ନାମରେ ଜାଲ ପୋର୍ଟାଲ ଖୋଲି ତଥା ମିଥ୍ୟା ପ୍ରଲୋଭନ ଦେଖାଇ ସରଳ ଆବେଦନକାରୀଙ୍କୁ ଫସାଇବାକୁ ଉଦ୍ୟମ କରୁଛନ୍ତି । ସେମାନଙ୍କ ନିକଟରୁ ଏଲ୍ପିଜି ବିତରକ ଓ ରିଟେଲ ଆଉଟ୍ଲେଟ୍ ଖୋଲାଇଦେବା ବାହାନାରେ ଅର୍ଥ ଆଦାୟ କରୁଛନ୍ତି । ଏଭଳି ବ୍ୟକ୍ତିବିଶେଷ ବା ସଂସ୍ଥାଠାରୁ ଦୂରେଇ ରୁହନ୍ତୁ । ସେମାନଙ୍କ ପ୍ରଲୋଭନର ଶିକାର ହୁଅନ୍ତୁ ନାହିଁ । ଓଡ଼ିଶାରେ କାର୍ଯ୍ୟ କରୁଥିବା ୩ ରାଷ୍ଟ୍ରାୟତ୍ତ ତୈଳ କମ୍ପାନି (ଇଣ୍ଡିଆନ୍ ଅଏଲ୍, ଭାରତ ପେଟ୍ରୋଲିୟମ ଓ ହିନ୍ଦୁସ୍ତାନ ପେଟ୍ରୋଲିୟମ) ଆଶାୟୀ ବିତରକଙ୍କୁ ଏଭଳି ପରାମର୍ଶ ଦେଇଛନ୍ତି ।
ଇଣ୍ଡିଆନ ଅଏଲ୍ର ମହାପ୍ରବନ୍ଧକ (ଏଲ୍ପିଜି) ସଞ୍ଜୟ କୁମାର ଝା କହିଛନ୍ତି, କିଛି ସଂସ୍ଥା ତଥା ବ୍ୟକ୍ତିବିଶେଷ ତୈଳ କମ୍ପାନିଙ୍କ ନାମରେ ଜାଲ ୱେବସାଇଟ୍ ତିଆରି କରି ଆଶାୟୀ ପେଟ୍ରୋଲ ପମ୍ପ ଡିଲର ଓ ଏଲ୍ପିଜି ବିତରକଙ୍କୁ ଠକିବାକୁ ଚେଷ୍ଟା କରୁଥିବା ନଜରକୁ ଆସିଛି । ଏଣୁ ଆଶାୟୀ ବିତରକଙ୍କୁ ସଚେତନ କରିବା ଉଦେ୍ଧଶ୍ୟରେ ୩ ତୈଳ କମ୍ପାନି ପକ୍ଷରୁ ଏଭଳି ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଉଛି । ଏପରିକି ଏ ସମ୍ପର୍କରେ ସାଇବର୍ ସେଲ୍କୁ ମଧ୍ୟ ଅବଗତ କରାଯାଇଛି । ଆଶାୟୀ ବିତରକମାନେ ତୈଳ କମ୍ପାନି ନାମରେ ଆସୁଥିବା କୌଣସି ପ୍ରକାର ପ୍ରସ୍ତାବକୁ ନିକଟସ୍ଥ ତୈଳ କମ୍ପାନି ଶାଖାରେ ଯାଞ୍ଚ କରାଇ ନେବା ଉଚିତ ବୋଲି ଶ୍ରୀ ଝା କହିଛନ୍ତି । ଏ ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଏଚ୍ପିସିଏଲ୍ ଡିଜିଏମ୍ ଅଭୟଙ୍କର ଦାସ, ଧର୍ମେନ୍ଦ୍ର ବେହୁରା, ଆଇଓସିଏଲ୍ ଜିଏମ୍ କୁମାରଜ୍ୟୋତି ରାୟଚୌଧୁରୀ, ଏଲ୍ପିଜି ରାଜ୍ୟ ମୁଖ୍ୟ ସଞ୍ଜୟ ଶର୍ମା, କର୍ପୋରେଟ୍ କମୁ୍ୟନିକେସନ ମୁଖ୍ୟ ପ୍ରବନ୍ଧକ ଶ୍ରୀନିବାସ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।
Comments are closed, but trackbacks and pingbacks are open.