ଭୁବନେଶ୍ୱର,(ବି.ବି.ନୁ୍ୟଜ୍): ପୁରୀ ସମେତ ସମଗ୍ର ଓଡ଼ିଶାରେ ରଥଯାତ୍ରା ବନ୍ଦ ନିମନ୍ତେ ସୁପ୍ରିମକୋର୍ଟ ଗତ ଗୁରୁବାର ରାୟ ଦେଇଥିଲେ । ଏହାଦ୍ୱାରା ଭକ୍ତମାନେ ନିରାଶ ହୋଇଥିଲେ ମଧ୍ୟ ସମ୍ପୂର୍ଣ୍ଣ ଆଶା ଛାଡ଼ି ନାହାନ୍ତି । ରଥ ଯାତ୍ରା ଆଉ ମାତ୍ର ୩ ଦିନ ଥିବା ବେଳେ ସୁପି୍ରମକୋର୍ଟଙ୍କ ରାୟରେ ପରିବର୍ତ୍ତନ ଆଣିବା ପାଇଁ ଏବେ ବି ପିଟିସନ ଦାୟର ହେଉଛି । ମହାପ୍ରଭୁଙ୍କ ରଥଯାତ୍ରା କରିବା ପାଇଁ ସୁପି୍ରମକୋର୍ଟରେ ଗତକାଲି ଦୁଇଟି ପିଟିସନ୍ ଦାଖଲ ହୋଇଥିବା ବେଳେ ଆଜି ମଧ୍ୟ ଆଉ ୨ଟି ମଡିଫିକେସନ ପିଟିସନ ଦାଖଲ ହୋଇଛି । ଅନ୍ୟ ସବୁଠି ରଥଯାତ୍ରା ବନ୍ଦ କରି ପୁରୀରେ ମହାପ୍ରଭୁଙ୍କୁ ରଥରୁଢ଼ କରବାକୁ ପଟିସନରେ ଅନୁରୋଧ କରାଯାଇଛି । ଆବଶ୍ୟକ ସ୍ଥଳେ ପୁରୀକୁ ଶଟଡାଉନ୍ କରି ରଥଯାତ୍ରା ପାଇଁ ଅପିଲ୍ କରାଯାଇଛି । ବିଜନ ପାଇକରାୟ, ସଞ୍ଜୀବ କୁମାର ଚିନ୍ନାରା ନାମକ ୨ ବ୍ୟକ୍ତି ଏହି ପିଟିସନ ଦାଖଲ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ମହାପ୍ରଭୁଙ୍କ ରଥଯାତ୍ରା କରିବା ପାଇଁ ସୁପ୍ରିମକୋର୍ଟରେ ଗତକାଲି ଦୁଇଟି ପିଟିସନ ଦାଖଲ ହୋଇଥିଲା । ଗୋଟିଏ ନୟାଗଡ଼ ଜିଲ୍ଲାର ଅଫତାବ ହୁସେନ ଓ ଅନ୍ୟଟି ଓଡ଼ିଶା ଜଗନ୍ନାଥ ସଂସ୍କୃତି ଜନଜାଗରଣ ମଞ୍ଚ ପକ୍ଷରୁ ଦାୟର ହୋଇଥିଲା । ଅଫ୍ତାବ ହୁସେନ ଦାୟର କରିଥିବା ମୋଡିଫିକେସନ ପିଟିସନରେ ସୁପ୍ରିମକୋର୍ଟ ଦେଇଥିବା ରାୟରେ ଆଂଶିକ ପରିବର୍ତ୍ତନ କରିବାକୁ ଅନୁରୋଧ କରିଛନ୍ତି । କେବଳ ପୁରୀ ରଥଯାତ୍ରାକୁ ଅନୁମତି ଦେବାକୁ ଆବେଦନରେ ଅନୁରୋଧ କରାଯାଇଛି । ପୁରୀ ସହରକୁ ଶଟ୍ଡାଉନ୍ ଘୋଷଣା କରି ମହାପ୍ରଭୁଙ୍କ ଘୋଷଯାତ୍ରା କରିବାକୁ ପିଟିସନରେ ଅନୁରୋଧ କରାଯାଇଛି । ଓଡ଼ିାା ଜଗନ୍ନାଥ ସଂସ୍କୃତି ଜନଜାଗରଣ ମଞ୍ଚ ପକ୍ଷରୁ ମଧ୍ୟ ସୁପ୍ରିମକୋର୍ଟରେ ମୋଡିଫିକେସନ ପିଟିସନ ଦାଖଲ ହୋଇଛି । ନିଦେ୍ର୍ଧଶ ପ୍ରତ୍ୟାହାର ବା ପରବର୍ତ୍ତନ ପାଇଁ ପିଟିସନରେ ଅନୁରୋଧ କରାଯାଇଛି । ସୂଚନାଯୋଗ୍ୟ, ଓଡ଼ିଶା ବିକାଶ ପରିଷଦ ପକ୍ଷରୁ ଦାଏର ମାମଲାରେ ଶୁଣାଣି କରି ମୁଖ୍ୟ ବିଚାରପତି ଜଷ୍ଟିସ୍ ଏସ୍.ଏ. ବୋବଡେ଼ଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ଖଣ୍ଡପୀଠ ଗତ ଗୁରୁବାର ରାୟ ଶୁଣାଇଥିଲେ । ଓଡ଼ିଶା ପୁରୀ ସମେତ ସବୁ ସ୍ଥାନରେ ରଥଯାତ୍ରା ବନ୍ଦ ନେଇ ମୁଖ୍ୟ ବିଚାରପତି ନିଷ୍ପତ୍ତି ଶୁଣାଇଥିଲେ । ରାୟରେ ଉଲ୍ଲେଖ କରିଥିଲେ କରୋନା ମହାମାରୀ ସମୟରେ ରଥଯାତ୍ରା ଲାଗି ଲୋକଙ୍କୁ ଏକାଠି ହେବାକୁ ଅନୁମତି ଦିଆଯାଇ ପାରିବ ନାହିଁ । ଜନସ୍ୱାସ୍ଥ୍ୟ ଓ ସୁରକ୍ଷା ଦୃଷ୍ଟିରୁ ରଥଯାତ୍ରା କମ୍ବା ଏ ସଂପର୍କିତ ଅନ୍ୟାନ୍ୟ ବାହ୍ୟ ନୀତି ପାଇଁ ମଧ୍ୟ ଅନୁମତି ଦେଇ ହେବନି । ଯଦି ଏଭଳି ସମୟରେ ରଥଯାତ୍ରା ଆୟୋଜନ ପାଇଁ ଅନୁମତି ଦିଆଯାଏ, ତାହାଲେ ମହାପ୍ରଭୁ ଜଗନ୍ନାଥ ଆମକୁ କ୍ଷମା ଦେବେନି ବୋଲି ରାୟରେ ଉଲ୍ଲେଖ ରହିଛି ।


Comments are closed, but trackbacks and pingbacks are open.