ଭୁବନେଶ୍ୱର,(ବି.ବି.ବୁ୍ୟରୋ): ବଲାଙ୍ଗୀର ଗସ୍ତରେ ଆସୁଛନ୍ତି ଉପରାଷ୍ଟ୍ରପତି ଏମ୍.ଭେଙ୍କିଆ ନାଇଡୁ । କାଳି ସେ ବଲାଙ୍ଗିରରେ ଏକ ସ୍ୱତନ୍ତ୍ର ହେଲିକ୍ୟାପଟରରେ ପହଞ୍ଚିବେ । ବଲାଙ୍ଗିର ଗସ୍ତ ବେଳେ ସେ ରାଜ୍ୟର ଦ୍ୱିତୀୟ ଏଲ୍.ପି.ଜି. ବଟଲିଂ ପ୍ଲାଣ୍ଟର ଲୋକାର୍ପଣ ଉତ୍ସବ ସହ ରାଜେନ୍ଦ୍ର ପ୍ଲାଟିନମ୍ ଜୁବୁଲୀ ଉତ୍ସବରେ ଯୋଗଦେବେ । ଯେଉଁଥି ପାଇଁ ଉତ୍ସାହିତ ବଲାଙ୍ଗିରବାସୀ । ସେଥିପାଇଁ ପ୍ରସ୍ତୁତ ହୋଇ ରହିଛି ବଟଲିଂ ପ୍ଲାଣ୍ଟ ପରିସର ଓ ଗାନ୍ଧୀ ଷ୍ଟାଡିୟମ । ଏନେଇ ବାୟୁସେନାର ସ୍ୱତନ୍ତ୍ର ହେଲିକେପ୍ଟରରେ ଅଧିକାରୀ ସ୍ଥିତି ଅନୁଧ୍ୟାନ କରିଥିବା ବେଳେ, ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ବଲାଙ୍ଗିର ଏସ୍.ପି । ବଲାଙ୍ଗିର କଲେଜର ପ୍ଲାଟିନମ୍ ଜୁବୁଲି ୫ ଦିନ ଧରି ଚାଲିବାକୁ ଅଛି । ଉଦ୍ଘାଟନୀ ଉତ୍ସବରେ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ ଯୋଗଦେବାକୁ ଥିବା ବେଳେ ଉଦ୍ୟାପନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ , କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଅନ୍ୟ ଅତିଥିମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।
Comments are closed, but trackbacks and pingbacks are open.