ଆସନ୍ତାକାଲି ମହାରାଷ୍ଟ୍ର ମାମଲାର ଶୁଣାଣି : ସମସ୍ତ ପକ୍ଷଙ୍କୁ ନୋଟିସ ଜାରି କଲେ ସୁପ୍ରିମକୋର୍ଟ

Get real time updates directly on you device, subscribe now.

ନୂଆଦିଲ୍ଲୀ : ସୁପ୍ରିମକୋର୍ଟରେ ମହାରାଷ୍ଟ୍ର ରାଜନୀତି ନେଇ ଶୁଣାଣି । ସୁପ୍ରିମକୋର୍ଟର ଜଷ୍ଟିସ ଏନବି ରମନ୍ନା, ଜଷ୍ଟିସ ଅଶୋକ ଭୂଷଣ ଏବଂ ଜଷ୍ଟିସ ସଞ୍ଜୀବ ଖାନ୍ନାଙ୍କ ନେଇ ଗଠିନ ଖଣ୍ଡପୀଠ ମାମଲାର ଶୁଣାଣି କରିଛନ୍ତି । ଆସନ୍ତାକାଲି ସକାଳ ସାଢେ ୧୦ଟା ବେଳେ ପୁଣି ଶୁଣାଣି ହେବ । ସୁପ୍ରିମକୋର୍ଟ ସବୁ ପକ୍ଷକୁ ନୋଟିସ ଜାରି କରିଛନ୍ତି । ସମସ୍ତ ପକ୍ଷଙ୍କୁ ୨୪ଘଣ୍ଟାର ସମୟ ଦେଇଛନ୍ତି ସୁପ୍ରିମେକାର୍ଟ ।
ଶିବସେନା-ଏନସିପି ଏବଂ କଂଗ୍ରେସର ଆବେଦନର ଆଜି ଶୁଣାଣି କରି କେନ୍ଦ୍ର, ମହାରାଷ୍ଟ୍ର ସରକାର, ଫଡନବୀସ ଏବଂ ଅଜିତ ପୱାରଙ୍କୁ ନୋଟିସ ଜାରି କରିଛନ୍ତି ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟରେ ଆସନ୍ତାକାଲି ଜବାବ ଦାଖଲ କରିବେ କେନ୍ଦ୍ର ସରକାର । ରାଜ୍ୟପାଳଙ୍କ ଆଦେଶ ଏବଂ ସରକାର ଗଠନ ପାଇଁ ଫଡନବୀସ ଦେଇଥିବା ସମର୍ଥନ ପତ୍ରକୁ ଆସନ୍ତାକାଲି ରଖିବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ଆଜି ଶିବସେନା-ଏନସିପି-କଂଗ୍ରେସ ତରଫରୁ କପିଲ ସିବଲ ଏବଂ ଅଭିଷେକ ମନୁ ସିଂଘଭୀ ନିଜର ପକ୍ଷ ରଖି ରାଜ୍ୟପାଳଙ୍କ ଫଇସଲା ଉପରେ ପ୍ରଶ୍ନ ଉଠାଇଥିଲେ । ରାଜ୍ୟପାଳ ତାଙ୍କ ପଦର ଅପବ୍ୟବହାର କରିଥିବା କହିଥିଲେ । ଏହାସହ ଶୀଘ୍ର ଶକ୍ତି ପରୀକ୍ଷଣ ଲାଗି ନିର୍ଦ୍ଦେଶ ଦେବାକୁ ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା । ସେପଟେ ବିଜେପି ପକ୍ଷ ରଖି ମୁକୁଲ ରୋହତାଗି ଶୁଣାଣି ଲାଗି ଅଧିକ ସମୟ ମାଗିଥିଲେ । । ରାଜ୍ୟପାଳଙ୍କ ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଯାଇପାରିବ ନାହିଁ ବୋଲି କୋର୍ଟ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons