ଆସନ୍ତା ୯ ତାରିଖରୁ ସମସ୍ତେ ମାସ୍କ ପିନ୍ଧିବା ବାଧ୍ୟତାମୂଳକଟ୍ଟ

Get real time updates directly on you device, subscribe now.

ଭୁବନେଶ୍ବର: କରୋନା ସତର୍କତା ନେଇ ସରକାର ନୂଆ ଘୋଷଣା କରିଛନ୍ତି। ଆସନ୍ତା ୯ ତାରିଖରୁ ସମସ୍ତେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ଯଦି ମାସ୍କ ନ ମିଳେ ତେବେ ସଫା ରୁମାଲ ମୁହଁରେ ବାନ୍ଧି ପାରିବେ। ତାହା ଛଡ଼ା ମହିଳାମାନେ ପିନ୍ଧିଥିବା ଲୁଗାର କାନିକୁ ପରସ୍ତ ପରସ୍ତ କରି ମୁହଁରେ ଦେଇ ପାରିବେ। କିମ୍ବା ଘରେ ସଫା କପଡ଼ା ଥିଲେ ତାକୁ ପରିଷ୍କାର କରି ମୁହଁରେ ମାସ୍କ ଭାବେ ବାନ୍ଧି ପାରିବେ ବୋଲି ପ୍ରେସ୍‌ମିଟରେ ରାଜ୍ୟ ସରକାରଙ୍କ ପ୍ରମୁଖ ମୁଖପାତ୍ର ସୁବ୍ରତ ବାଗଚୀ କହିଛନ୍ତି। ସେପଟେ କରୋନା ପାଇଁ ନୂଆ ହେଲ୍‌ପ ଲାଇନ୍ ନମ୍ବର ୧୪୦୧୦ ଜାରି ହୋଇଛି। ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କ ଅପିଲ୍ କ୍ରମେ ପୁଣି ୪୨ ଜଣ ନିଜାମୁଦ୍ଦିନ ଫେରନ୍ତା ପଞ୍ଜିକରଣ କରିଛନ୍ତି। ମୋଟ୍ ନିଜାମୁଦ୍ଦିନ ଫେରାନ୍ତଙ୍କ ପଞ୍ଜିକରଣ ସଂଖ୍ୟା ୭୦ରେ ପହଞ୍ଚିଛି। ସେହିପରି ସ୍ବେଚ୍ଛାକୃତ ସେବା କରିବା ଲାଗି ୩ ଶହ ଡାକ୍ତର ଆଗେଇ ଆସିଛନ୍ତି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons